ପୁଣି ଓଲଟିଲା ବସ୍: ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ଯାଉଥିଲା ଷ୍ଟେସନ୍

ଭଦ୍ରକ ୪/୫: ଟ୍ରେନରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେବାକୁ ଯାଉଥିଲା ଆଶୀର୍ବାଦ ନାମକ ବସ୍‌ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡ଼ିଲା । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।।

ସୂଚନାଯୋଗ୍ୟ ଯେ, ଟ୍ରେନ ଯୋଗେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ବାଲେଶ୍ୱର ଜିଲ୍ଲାରୁ ଆଶୀର୍ବାଦ ନାମକ ଏକ ଘରୋଇ ବସ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଭଣ୍ଡାରିପୋଖରୀ ଥାନା ଆସାମ ପେଟ୍ରୋଲ ଟାଙ୍କି ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଦୁର୍ଘଟଣା ସମୟରେ ବସରେ ଡ୍ରାଇଭର ଓ ହେଲପର ଥିଲେ। ଦୁଇଜଣ ସୁସ୍ଥ ଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ୍ ପହଞ୍ଚି ବସ୍‌କୁ ରାସ୍ତାରୁ ହଟାଇବା ପାଇଁ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ମାଡ଼ିଗଲା ଟ୍ରକ୍, ଚାଲିଗଲା ଜଣଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ

ବୁଲା କୁକୁର ଶୂନ୍ୟ ହେବ ଶ୍ରୀକ୍ଷେତ୍ର

ବନ୍ଧା ହେବେ ବୁଲା ଷଣ୍ଢ, ଗାଈଙ୍କୁ ମାଫ୍‌ – ସଫଳ ହୋଇପାରୁନି ବୁଲା ଗୋରୁମୁକ୍ତ ସହର ଅଭିଯାନ