PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

୪୦ ବର୍ଷରେ ଦେଖାଯିବେ ୩୦ ଭଳି, ଜାଣନ୍ତୁ ଅଶ୍ଵଗନ୍ଧାର ଏହି ଚମତ୍କାରୀ ଉପକାରିତା ବିଷୟରେ…

ଭୁବନେଶ୍ୱର, ୨୮/୧୧ : ଅଶ୍ଵଗନ୍ଧା ଏକ ଆୟୁର୍ବେଦିକ ଔଷଧ। ଏହା ଶାରୀରର ଦୁର୍ବଳତା ହ୍ରାସ କରିବାରେ ସହାୟକ ହୋଇଥାଏ। ଆଗ କାଳରୁ ଏହାକୁ କେବଳ ଯୌନ କ୍ଷମତା ବୃଦ୍ଧି କରିବାରେ ବ୍ୟବହାର କରାଯାଉଥିଲା। ଏଥିପାଇଁ ଏହାର ଅନ୍ୟ ଲାଭକାରୀ ଗୁଣ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ତେବେ ଆମେ ଆପଣଙ୍କ ଅଶ୍ଵଗନ୍ଧାର ଅନ୍ୟ ଲାଭକାରୀ ଗୁଣ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କର ସୁନ୍ଦରତା ଏବଂ ଯୌବନକୁ ଆହୁରି ବଢାଇବାରେ ସହାୟକ ହେବ। ଏହି ଔଷଧ ତ୍ଵଚା ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ।

ଅଶ୍ଵଗନ୍ଧା ଫେସ୍‌ପ୍ୟାକ୍ ପ୍ରସ୍ତୁତ କରିବାର ବିଧି-

ଅଶ୍ଵଗନ୍ଧା ଗୁଣ୍ଡ ୧ ଚାମଚ
ଗୋଲାପ ଜଳ ୧ ଚାମଚ
ମହୁ ଅଧା ଚାମଚ
ଏଲୋବେରା ଜେଲ୍ ଅଧା ଚାମଚ
ଏହି ସମସ୍ତ ଜିନିଷକୁ ମିକ୍ସ କରି ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଚେହେରାରେ ଲଗାନ୍ତୁ। ୧୫ ମିନିଟ୍ ପରେ ପାଣିରେ ମୁଁହ ଧୁଅନ୍ତୁ। ଏହା ପରେ ମଇଶ୍ଚୁରାଇଜର୍ ଲଗାନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସୁନ୍ଦରତା ଦ୍ଵିଗୁଣିତ ହୋଇଯିବ। ଏବଂ ଆପଣଙ୍କ ତ୍ଵଚାରେ ଚମକ ଆସିବ।

ସାଧାରଣତଃ ମହିଳାମାନେ ମାନସିକ ଦୁଶ୍ଚିନ୍ତାରେ ରୁହନ୍ତି। ଏହା ଦ୍ଵାରା ସେମାନଙ୍କର ତ୍ଵଚା ଉପରେ ଖରାପ ପ୍ରଭାବ ପଡିଥାଏ। ଅଶ୍ଵଗନ୍ଧା ଲଗାଇବା ଦ୍ଵାରା ଆପଣଙ୍କ ଶରୀରରେ ଥିବା କାଟ୍ରିସୋଲ୍‌ର ମାତ୍ରାକୁ ନିୟନ୍ତ୍ରଣ କରାଯାଏ। ଏହାକୁ ଆପଣ ଫେସ୍ ସ୍କ୍ରବ୍‌ରେ ମଧ୍ୟ ବ୍ୟବହାର କରିପାରିବେ। ଏହାଦ୍ଵାରା ଆପଣଙ୍କ ତ୍ଵଚା ଚିକ୍କଣ ହେବ।

ଅଶ୍ଵଗନ୍ଧାକୁ ଆପଣ ବାହ୍ୟ ଏବଂ ଆନ୍ତରିକ ଉଭୟ ଉପାୟରେ ବ୍ୟବହାର କରିପାରିବେ। ଏହାକୁ ମୁଁହରେ ବ୍ରଣ ଉପଚାର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହା ତ୍ଵଚାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବୃଦ୍ଧି କରେ। ଏହା ତ୍ଵଚା କୋଷିକାରୁ ବାହାରୁଥିବା ତୈଳ ଅଂଶକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।