ଅଶ୍ୱିନ୍‌ଙ୍କୁ ଶ୍ରେଷ୍ଠ ଭାରତୀୟ ସ୍ପିନର ଆଖ୍ୟା ଦେଲେ ମୁସ୍ତାକ, କହିଲେ ତାଙ୍କୁ ଟିମ୍‌ରୁ ବାଦ ଦେବା ବଡ ଆଶ୍ଚର୍ଯ୍ୟର କଥା‌

ନୂଆଦିଲ୍ଲୀ,୨୯/୪: ଭାରତର ସବୁଠୁ ଅଭିଜ୍ଞ ସ୍ପିନର ହେଉଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । କିନ୍ତୁ ବୋଲିଂରେ ବିଭିନ୍ନତା ପାଇଁ ଚୟନକର୍ତ୍ତାମାନେ ଯୁବ ରିଷ୍ଟ ସ୍ପିନର ୟୁଝବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ସୁଯୋଗ ଦେଉଥିବାବେଳେ ଅଶ୍ୱିନଙ୍କୁ ସୀମିତ ଓଭର କ୍ରିକେଟ୍‌ରୁ ଅଣଦେଖା କରୁଛନ୍ତି । ଏହାକୁ ନେଇ ପାକିସ୍ତାନର ପ୍ରସିଦ୍ଧ ସ୍ପିନର ସାକଲିନ୍‌ ମୁସ୍ତାକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ ଅଶ୍ୱିନଙ୍କୁ ଭାରତର ଶ୍ରେଷ୍ଠ ସ୍ପିନର ବିବେଚିତ କରିଥିବାବେଳେ ସୀମିତ ଓଭର କ୍ରିକେଟରୁ ତାଙ୍କୁ କେମିତି ଦୂରେଇ ରଖାଯାଇଛି ପ୍ରଶ୍ନ କରିଛନ୍ତି । ଅଶ୍ୱିନ ୨୦୧୭ ଜୁଲାଇ ମାସ ପରଠୁ ସୀମିତ ଓଭର କ୍ରିକେଟ ଦଳରୁ ବାଦ୍‌ ପଡ଼ି ଆସିଛନ୍ତି । କେବଳ ଟେଷ୍ଟ ଖେଳୁଛନ୍ତି ।

କ୍ରିକେଟରେ ‘ଦୁସରା’ ବଲ୍‌ର ଜନକ ମୁସ୍ତାକ କହିଛନ୍ତି, ରିଷ୍ଟ କିମ୍ବା ଫିଙ୍ଗର ସ୍ପିନରଙ୍କ ମଧ୍ୟରେ କୌଣସି ଫରକ ନାହିଁ । ଖେଳାଳିଙ୍କ ଦକ୍ଷତା ଓ ଖେଳ ବୁଝିବାର କ୍ଷମତା ଅଧିକ ଆବଶ୍ୟକ । ଅଶ୍ୱିନଙ୍କ ଭଳି ଦକ୍ଷ ସ୍ପିନରଙ୍କୁ ସୀମିତ ଓଭର କ୍ରିକେଟରୁ ବାଦ୍‌ ଦିଆଯିବା ମୋତେ ଅଶ୍ଚର୍ଯ୍ୟ ଲାଗୁଛି । ଟେଷ୍ଟରେ କିଭଳି ୱିକେଟ୍‌ ନେଇ ହେବ ତାହା ତାଙ୍କୁ ଜଣା, ଏହା ସୀମିତ ଓଭର ଫର୍ମାଟଠୁ ବି କଷ୍ଟକର । କୌଣସି ବୋଲର ରନ୍‌ ଗତିରେ ରୋକ ଲଗାଇପାରିବେ କିନ୍ତୁ ୱିକେଟ୍‌ ନେବାର କଳା ଜାଣିନଥିବେ । ଅଶ୍ୱିନଙ୍କୁ ତାଙ୍କ ଜଣାଅଛି । ପୂର୍ବରୁ ଅଶ୍ୱିନଙ୍କୁ ଦଳରେ ରଖିବା ପାଇଁ ହରଭଜନ ସିଂହଙ୍କ ଭଳି ମହାନ ଓ ଦକ୍ଷ ସ୍ପିନରଙ୍କୁ ଅଣଦେଖା କରାଯାଇଥିଲା । ଉଭୟଙ୍କୁ ଦଳରେ ସ୍ଥାନ ଦିଆଯାଇ ପାରିଥାନ୍ତା । ମୋ ମତରେ ଭଜି (୧୦୩ଟେଷ୍ଟରୁ ୪୧୩ ୱିକେଟ୍‌)ଙ୍କ ପାଖରେ ୭୦୦ ଟେଷ୍ଟ ୱିକେଟ୍‌ ନେବାର କ୍ଷମତା ଥିଲା । ପୂର୍ବରୁ ଭଜିଙ୍କ ସହ ଯାହା କରାଯାଇଥିଲା ତାହା ଅଶ୍ୱିନ ସହ ନକରିବା ପାଇଁ ମୁସ୍ତାକ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ମୁସ୍ତାକ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବଭଳି ଦ୍ୱିପାକ୍ଷିକ କ୍ରିକେଟ୍‌ ଖେଳାଯିବା ସପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି, କ୍ରିକେଟ୍‌ ଦ୍ୱାରା ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିହେବ । ଆଇସିସି ଏଥିପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।’

   ସମ୍ବନ୍ଧିତ ଖବର


କପିଳଙ୍କ ୨୯ ସେକେଣ୍ଡର ଭିଡିଓ ବାର୍ତ୍ତା: ମୁଁ ସୁସ୍ଥ ଅନୁଭବ କରୁଛି..

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

ଆଇପିଏଲ୍‌ରେ ବୁମ୍‌ରାଙ୍କ ନୂଆ ରେକର୍ଡ: ପ୍ରଥମ ୱିକେଟ୍‌ ବିରାଟ ଓ ଶହେତମ ୱିକେଟ୍ ବି ଶିକାର ହେଲେ ବିରାଟ

IPL-2020: ଆଜି କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ କଡ଼ା ଟକ୍କର

IPL ମ୍ୟାଚ୍‌ ପାଇଁ ପାଗଳ ହେଉଥିଲେ ଏହି ବୋଲର , ଟିମ୍‌ ଇଣ୍ଡିଆରେ ଚୟନ ପରେ ପରିବାରରେ ଖୁସିର ଜୁଆର