ପାଣି ତଳେ ରିସର୍ଚ୍ଚ ପାଇଁ ASI ଦେଲା ମଞ୍ଜୁରୀ, ବୈଜ୍ଞାନିକମାନେ ଖୋଜି ବାହାର କରିବେ ‘ରାମସେତୁ’ ସମ୍ପର୍କରେ ବହୁ ଅଜଣା କଥା

ନୂଆଦିଲ୍ଲୀ,୧୪।୧: କ’ଣ ରାମସେତୁ ରାମାୟଣ କାଳରୁ ରହିଛି? କ’ଣ ବାନର ସେନା ଏହାର ନିର୍ମାଣ କରିଥିଲେ? ଏଭଳି ବହୁ ପ୍ରଶ୍ନର ସଠିକ ଜବାବ୍ ମିଳିବାର ରାସ୍ତା ସଫା ହୋଇଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ରାମ ସେତୁ ଉପରେ ଏକ ସ୍ବତନ୍ତ୍ର ରିସର୍ଚ୍ଚକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଯାହା ଅନୁସାରେ, ସମୁତ୍ର ପାଣିର ତଳେ ପ୍ରୋଜେକ୍ଟ ଚଳାଯିବ। ଏହି ପ୍ରୋଜେକ୍ଟ ସମ୍ପର୍କିତ ବୈଜ୍ଞାନିକଙ୍କ କହିବା ଅନୁସାରେ, ରିସର୍ଚ୍ଚରେ ରାମସେତୂ ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ। ଏହା ବି ଜଣାପଡିବ ଯେ, ରାମସେତୁ କେତେ ପୁରୁଣା?

ସମୁଦ୍ର  ଭିତ​‌ରେ ଭାରତ ଓ ଶ୍ରୀଲଙ୍କା ଭିତରେ ପଥରର ଏକ ଶୃଙ୍ଖଳାକୁ ରାମସେତୁ କୁହାଯାଏ। ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ଶ୍ରୀରାମ ଲଙ୍କା ପର୍ଯ୍ୟନ୍ତ ଯିବା ପାଇଁ ତ୍ରୈତୟା ଯୁଗରେ ବାନର ସେନାର ସହାୟତାରେ ଏହି ପୋଲର ନିର୍ମାଣ କରାଯାଇଥିଲା। ଏଏସଆଇର ସେଣ୍ଟ୍ରାଲ ଆଡଭାଇଜରି ବୋର୍ଡ ସିଓଆଇଆର- ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିଆନଗ୍ରାଫି(ଏନଆଇଓ)ର ଏକ ପ୍ରସ୍ତବକୁ ମଞ୍ଜୁରୀ ଦିଆଯାଇଛି। ଏହାର ଅର୍ଥ ଏବେ ଏହି ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ରାମ ସେତୁରକୁ ନେଇ ରିସର୍ଚ୍ଚ କରିପାରେ।

ରିପୋର୍ଟ ଅନୁସାରେ, ଏନଆଇଓର ନିର୍ଦେଶକ ପ୍ରଫେସର ସୁନିଲ କୁମାର ସିଂ କହିଛନ୍ତି, ବୈଜ୍ଞାନିକମାନେ ରେଡିଓମେଟ୍ରିକ୍ ଓ ଥର୍ମୋଲ୍ୟୁମିନେସେନ୍ସ(ଟିଏଲ୍) ଡେଟିଂ ଉପରେ ଆଧାରିତ ଅଧ୍ୟୟନରୁ ଜାଣିବାକୁ ଚେଷ୍ଟା କରିବେ ଯେ, ରାମ ସେତୁର ନିର୍ମାଣ କେବେ ହୋଇଥିଲା। ଏଥରୁ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯିବ ଯେ, ପଥରର ଏହି ଶୃଙ୍ଖଳା କିପରି ତିଆରି ହୋଇଥିଲା।  ରେଡିଓମେଟ୍ରିକ୍ ଡେଟିଂ କୌଣସି ବସ୍ତୁର ପ୍ରକୃତ ବୟସ ଜାଣିବା ପାଇଁ ରେଡିଓଆକ୍ଟିଭ  ଅଶୁଦ୍ଧିର ସନ୍ଧାନ କରିଥାଏ। ଯେତେବେଳେ କୌଣସି ବସ୍ତୁକୁ ଗରମ କରାଯାଇଥାଏ ତେବେ ଟିଏଏଲ ଡେଟିଂ ପ୍ରକାଶର ବିଶ୍ଲେଷଣ କରିଥାଏ। ଅତ୍ୟାଧୁନିକ ଟେକ୍ନୋଳୋଜିରେ ଏହି ସେତୁର ବୟସ ଓ ରାମାୟଣ କାଳ ସମ୍ପର୍କରେ ବିଭିନ୍ନ ତଥ୍ୟ ଜାଣିହେବ।

ମିଳିଥିବା ସୂଚନା ଅନୂସାରେ, ଏହି ରିସର୍ଚ୍ଚ ପାଇଁ ଏନଆଇଓ ପକ୍ଷରୁ ସିନ୍ଧୁ ସଂକଳ୍ପ କିମ୍ବା ସିନ୍ଧୁ ସାଧନ ନାମକ ଜାହାଜର ବ୍ୟବହାର କରାଯିବାର ପ୍ରସ୍ତାବିତ ରହିଛି। ଏହି ସମୁଦ୍ରୀ ଜାହଜର ବିଶେଷ୍ବତ ହେଉଛି ଏହା ପାଣି ଭିତରେ ୩୫-୪୦ ମିଟର ତଳୁ ସହଜରେ ନମୁନା ଏକାଠି କରିପାରେ। ଏହି ରିସର୍ଚ୍ଚରେ ଏହା ଜାଣିବାକୁ ଚେଷ୍ଟା କରାଯିବ ଯେ, କ’ଣ ରାମ ସେତୁର ଆଖପାଖରେ କୌଣସି ଜନବସତି ଥିଲା? ରାମାୟଣରେ ରାମସେତୁର ବର୍ଣ୍ଣନା ରହିଛି। ଏଥିରେ କୁହାଯାଇଛି, ବାନର ସେନା ଭଗବାନ ଶ୍ରୀରାମଙ୍କୁ ଲଙ୍କା ପାର କରିବା ପାଇଁ ସମୁଦ୍ରରେ ଏକ ସେତୁ ତିଆରି କରିଥିଲେ, ଯାହାକୁ ରାମସେତୁ କୁହାଯାଏ। ଏହି ସେତୁ ପ୍ରାୟ ୪୮ କିଲୋମିଟର ଲମ୍ବା। ଏବେ ସମୁଦ୍ରରେ ଥିବା ରାମ ସେତୁକୁ ଏହାର ଧାର୍ମିକ ଓ ପୌରାଣିକ ଦୃଷ୍ଟିରୁ ଦେଖାଯାଇଥାଏ। ଉଲ୍ଲେଖନୀୟ ଯେ, ୨୦୦୭ରେ ଏଏସଆଇ ପକ୍ଷରୁ କୁହାଯାଇଛି ଯେ, ଏହାର କୌଣସି ସୂଚନା ମିଳିନାହିଁ। ତେବେ ବିବାଦ ପରେ ଏଏସଆଇ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଫେରାଇ ନେଇଥିଲେ।