ଦେବାଳିଆ ପାକିସ୍ତାନ: ଇମ୍ରାନ୍ ଖାଁଙ୍କ ଅଫିସରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଗଲା, ଜାଣନ୍ତୁ କାହିଁକି

ଇସ୍‌ଲାମାବାଦ୍‌ ୨୯।୮: କାଙ୍ଗାଳ ପାକିସ୍ତାନର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଛି। ଏଭଳି ଅବସ୍ଥାରେ ଆସି ପହଞ୍ଚିଛି ଯେ, କୋଟି କୋଟି ଟଙ୍କା ବିଜୁଳି ଦେୟ ବାକି ପଡ଼ିଥିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସଚିବାଳୟରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି। ବୁଧବାର ଦିନ ଏ ସଂକ୍ରାନ୍ତରେ ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି ନୋଟିସ୍‌ ଜାରି କରିଛି।

ପାକିସ୍ତାନ ଗଣମାଧ୍ୟମ ଖବର ଅନୁସାରେ, ସଂପ୍ରତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସେକେଟେରିଏଟ୍‌ ଉପରେ ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନିର ୪୧ ଲକ୍ଷ ଟଙ୍କା ବାକି ପଡ଼ିଛି। ଗତ ମାସରେ ଅର୍ଥର ପରିମାଣ ଥିଲା ୩୫ ଲକ୍ଷ ଟଙ୍କା।

ଅଗଷ୍ଟ ୨୮ ତାରିଖ ଦିନ ମଧ୍ୟ ଏ ସଂକ୍ରାନ୍ତରେ ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି ନୋଟିସ୍‌ ଜାରି କରିଥିଲା। ଥରକୁ ଥର ରିମାଇଣ୍ଡର୍‌ ନୋଟିସ୍‌ ପଠାଇ ମଧ୍ୟ ପ୍ରଧାମନ୍ତ୍ରୀଙ୍କ ସଚିବାଳୟ ବକେୟା ବିଲ୍‌ ପୈଠ କରିବାରେ ବିଫଳ ହେଲା ବୋଲି ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନିର ଜଣେ ନିକଟତମଙ୍କ ସୂତ୍ରରୁ ପ୍ରକାଶ। ଯଦି ବକେୟା ଅର୍ଥ ପୈଠ ନ ହୁଏ ଆମେ ବିଜୁଳି କାଟି ଦେବୁ ବୋଲି ଇସ୍‌ଲାମାବାଦ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି କହିଥିଲା।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା