ଲୋକଗୀତରେ ମଡର୍ଣ୍ଣ ଟ୍ବିଷ୍ଟ୍‌ : ଆସିମ ରିଆଜଙ୍କ ସହ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ ଜ୍ୟାକ୍‌ଲିନ

ମୁମ୍ବାଇ ୨୯।୨ : ‘ବିଗ୍‌ ବସ୍‌’ ରନର୍‌ ଅପ୍‌ ଆସିମ ରିଆଜଙ୍କ ସହ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଡିଜ୍‌ । ଟି-ସିରିଜ୍‌ ମ୍ୟୁଜିକ୍‌ ଭିଡିଓରେ ଏକ ଲୋକପ୍ରିୟ ପାରମ୍ପରିକ ଲୋକଗୀତ ସହିତ ସମସାମୟିକ ଟ୍ୱିଷ୍ଟ୍‌ ଦେଖିବାକୁ ପାଇବେ ଦର୍ଶକ । ସଙ୍ଗୀତ ନିର୍ଦ୍ଦେଶକ ତନିଶ୍କ ବାଗ୍‌ଚି ଗୀତ ଲେଖିବା ସହିତ ପ୍ରସ୍ତୁତ କରିଛନ୍ତି । ଗୀତଟି ପ୍ରାସଙ୍ଗିତ, ଆଧୁନିକ ଏବଂ ବେଶ ମଜାଦାର ବୋଲି ଜ୍ୟାକି କହିଛନ୍ତି ।

ଏହି ମ୍ୟୁଜିକ୍‌ ଭିଡିଓ ଜରିଆରେ ଜ୍ୟାକ୍‌ଲିନ ଓ ଆସିମ ଦର୍ଶକଙ୍କୁ ଯାହା କହିବାକୁ ଯାଉଛନ୍ତି, ତାହା ସମ୍ପୂର୍ଣ୍ଣ ମ୍ୟାଜିକାଲ୍‌ ବୋଲି ଜ୍ୟାକି କହିଛନ୍ତି । ଉଭୟ ଗୀତ ଓ ଭିଡିଓ ମନକୁ ଛୁଇଁଲା ଭଳି ହୋଇଛି । ଟିମ୍‌ ସହ ଜ୍ୟାକ୍‌ଲିନ ଅଭ୍ୟାସ କରୁଛନ୍ତି । ପ୍ରଥମ ଥର ଆସିମ ରିଆଜଙ୍କ ସହ କାମ କରୁଥିବାରୁ ଜ୍ୟାକି ବହୁତ ଉତ୍ସାହିତ ଅଛନ୍ତି । ଏହି ମ୍ୟୁଜିକ୍‌ ଭିଡିଓକୁ ସେ ନିଜର ପ୍ୟାସନ୍‌ ପ୍ରୋଜେକ୍ଟ ବୋଲି କହିଛନ୍ତି ।

ଏହା ପୂର୍ବରୁ ଭୂଷଣ କୁମାରଙ୍କ ନେତୃତ୍ୱାଧୀନ କମ୍ପାନିରେ ଜ୍ୟାକ୍‌ଲିନ ଏକକ ଭିଡିଓ ‘ଜିଏଫ୍‌ ବିଏଫ୍‌’ରେ ନଜର ଆସିଥିଲେ । ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ ସୂରଜ ପାଞ୍ଚୋଲି, ଯାହା ବେଶ ସଫଳ ହୋଇଥିଲା । ଏହାକୁ ନଜରରେ ରଖି ଭୂଷଣ କୁମାର ଆଉ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । ସେ ଜ୍ୟାକିଙ୍କୁ ୟୁଥ୍‌ ଆଇକନ୍‌ ନାମରେ ସମ୍ବୋଧନ କରିଛନ୍ତି । ଏହି ପାରମ୍ପରିକ ଲୋକଗୀତରେ ତନିଶ୍କ ବାଗ୍‌ଚି ଆଧୁନିକ ଛୁଙ୍କ ଦେଇଛନ୍ତି ଏବଂ ସେଥିରେ କିଛି ନୂଆ ଟ୍ୱିଷ୍ଟ୍‌ ଯୋଡ଼ିଛନ୍ତି ।

ଲୋକଗୀତକୁ ପ୍ରତ୍ୟେକ ପିଢ଼ି ଭଲପାଆନ୍ତି । ଏହି ମ୍ୟୁଜିକ୍‌ ଭିଡିଓକୁ ଯୁବବର୍ଗ ପସନ୍ଦ କରିବେ ବୋଲି ଜ୍ୟାକି ଆଶା କରୁଛନ୍ତି । ବିନୟ ସପ୍ରୁ ଓ ରାଧିକା ରାଓ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ଏହା ପୂର୍ବରୁ ‘ୟାଦ୍‌ ପିୟା କି ଆନେ ଲଗି’ ଭିଡିଓର ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ନଜର ଆସିଥିଲେ ଦିବ୍ୟା ଖୋସଲା କୁମାର । ଶବିନା ଖାନ୍‌ ଗୀତ କୋରିଓଗ୍ରାଫ୍‌ କରିଛନ୍ତି । ଖୁବ୍‌ଶୀଘ୍ର ଜ୍ୟାକି ଏହାର ସୁଟିଂ ପାଇଁ ଫ୍ଲୋର୍‌କୁ ଓହ୍ଲାଇବେ ।

   ସମ୍ବନ୍ଧିତ ଖବର


ଓଡିଆ ଗୀତରେ ରାପ୍‌ ପରେ ଆଲ୍‌ବମ୍‌ ଭିଡିଓ ସୁଟିଂରେ ବ୍ୟସ୍ତ ସୁର ଭାଇନା: କୁଆଖିଆ ନଦୀ ପଠାରେ ଚାଲିଛି ମ୍ୟୁଜିକ୍‌ ଭିଡିଓ ସୁଟିଂ

ପପ୍‌ ମ୍ୟୁଜିକ୍‌ ମହାରଥୀ ବାପି ଲେହେରୀ କାହିଁକି ପିନ୍ଧନ୍ତି ଏତେ ସୁନା ? ଜାଣନ୍ତୁ ଏହି ଖାସ୍‌ କାରଣ…

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ସୋନୁଙ୍କୁ ଭେଟିବାକୁ ସାଇକେଲ୍‌ରେ ଗଲେ ପ୍ରଶଂସକ : ଅଭିନେତା ବୁକ୍‌ କରିଦେଲେ ଫ୍ଲାଇଟ୍‌ ଟିକେଟ୍‌

ରାଜ କୁନ୍ଦ୍ରାଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଲେ ଅଭିନେତ୍ରୀ ପୁଣମ୍ ପାଣ୍ଡେ, ବମ୍ବେ ହାଇକୋର୍ଟରେ ପହଞ୍ଚିଲା ମାମଲା

‘ପଠାନ୍‌’ରେ ଗୁଇନ୍ଦା ଏଜେଣ୍ଟ ହେବେ ଦୀପିକା