ଆସାମରେ ବିଷାକ୍ତ ମଦ ପିଇ ୧୭ ମୃତ

ଆସାମ ୨୨/୨: ଉତ୍ତରପ୍ରଦେଶ ପରେ ଏବେ ଆସାମରେ ବିଷାକ୍ତ ମଦ ଯୋଗୁଁ ମୃତ୍ଯୁ ମାମଲା ସାମ୍ନାକୁ ଆସିଛି । ଆସାମର ଗୋଲାଘାଟ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୭ ଜଣଙ୍କ ମୃତ୍ଯୁ ହୋଇଛି । ଗତକାଲି ରାତିରେ ବିଷାକ୍ତ ମଦ ପିଇ ଅନେକ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ୧୭ ଜଣଙ୍କ ମୃତ୍ଯୁ ହୋଇଥିଲା ।
ମୃତକ ହରମିରା ଚା ବଗିଚା ଅଞ୍ଚଳରେ ରହୁଥିଲେ । ଗତକାଲି ବିଷାକ୍ତ ମଦ ପିଇ ୨୧ ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ସେମାନଙ୍କ ମଧ୍ଯରୁ ୧୭ ଜଣ ମୃତ୍ୟୁବରଣ କରିଥିଲେ । ମୃତକଙ୍କୁ ଶବ ବ୍ଯବଛେଦ ପାଇଁ ପଠାଇଦିଆଯାଇଛି । ଘଟଣାର ଯାଞ୍ଚ କରୁଛି ପୋଲିସ ।