PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆସାମରେ ଆଜି ସମ୍ପୂର୍ଣ୍ଣ ଭାବେ ହଟିବ କର୍ଫ୍ୟୁ, ସ୍ବାଭାବିକ ହେବ ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ ୧୭।୧୨: ଆଜି (ମଙ୍ଗଳବାର) ସକାଳ ୬ଟାରୁ ଆସାମର ରାଜଧାନୀ ଗୌହାଟୀ ଏବଂ ରାଜ୍ୟର ଅନ୍ୟ ଭାଗରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବ । ରାଜ୍ୟ ପୁଲିସ ଦ୍ୱାରା ସୋମବାର ଏହି ସୂଚନା ଦିଆଯାଇଛି । ରାଜ୍ୟରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାରୁ ଏପରି ପଦକ୍ଷେପ ନିଆଯାଉଛି ବୋଲି ପୁଲିସ କହିଛି। ନାଗରିକତା ଅଧିକାର ସଂଶୋଧନ ବିଲକୁ ନେଇ ରାଜ୍ୟରେ ନିକଟରେ ପ୍ରବଳ ହିଂସାକାଣ୍ଡ ସଂଘଟିତ ହୋଇଥିଲା। ଏହାପରେ ବିଭିନ୍ନ ଅଞ୍ଚଳରେ ପ୍ରଶାସନ ଦ୍ୱାରା ୧୪୪ ଧାରା ଜାରି କରାଯାଇଥିଲା ।

ସେହିପରି କେତେକ ଅଞ୍ଚଳରେ ଇଣ୍ଟରନେଟ ସେବା ବି ବନ୍ଦ କରାଯାଇଥିଲା । ଇଣ୍ଟରନେଟ ସେବାକୁ ବି ଖୁବଶୀଘ୍ର ବାହାଲ କରାଯିବ ବୋଲି ପ୍ରଶାସନ କହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଥିବାବେଳେ ଆସାମ ହିଂସା ଓ ସମ୍ବଦ୍ଧିତ ଅପରାଧକୁ ନେଇ ୧୩୬ଟି ମାମଲା ରୁଜୁ କରାଯାଇଛି । ଏବେ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ୧୯୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ନାଗରିକତା ଆଇନକୁ ନେଇ ଗତ କିଛି ଦିନ ଧରି ଆସାମରେ ଦେଖାଦେଇଥିବା ହିଂସା ଧୀରେ ଧୀରେ ହ୍ରାସ ପାଉଛି । ଏପରି ସ୍ଥିତି ଅବ୍ୟାହତ ରହିଲେ ଆଗାମୀ କିଛି ଦିନରେ ରାଜ୍ୟରୁ ସେନା ଅପସାରଣ କରାଯିବ ବୋଲି ଭାରତୀୟ ସେନା ପକ୍ଷରୁ ଗତକାଲି କୁହାଯାଇଥିଲା । ସେହିପରି କର୍ଫ୍ୟୁକୁ ହଟାଗଲେ ମଧ୍ୟ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ | ଉଭୟ ଦିନ ଓ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର