ବାପାଙ୍କ ମୃତ୍ୟୁପରେ ମା’ କରିନେଲା ଦ୍ବିତୀୟ ବିବାହ,ହେଲେ ଝିଅକୁ ପିଉସା ଏବଂ ଦୁଇ ଦାଦା ଦୀର୍ଘ ବର୍ଷ ଧରି କରୁଥିଲେ ଦୁଷ୍କର୍ମ,ଏବେ ଧରିପଡିଲେ ଏପରି

ଗୌହାଟି,୨୨।୯: ଆସାମର ଗୌହାଟିରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ରହିଛି ନାବାଳିକାର ନଜିର  ଦୁଇଜଣ ଦାଦା, ତାଙ୍କ ଭିତରେ ଜଣେ ଦାଦା ଆସାମ ପୋଲିସର  କନଷ୍ଟେବଳ ଅଛନ୍ତି। ସେତେବେଳେ ଏହି ମାମଲା ସମ୍ପର୍କରେ ଜଣାପଡିଥିଲା ଯେଉଁ ସମୟରେ ନାବାଳିକା ଜଣକ ନିଜ ସ୍କୁଲ ଶିକ୍ଷୟତ୍ରୀଙ୍କୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କହିଥିଲେ। ଗୌହାଟି ପୋଲିସର ଆସିଷ୍ଟାଣ୍ଟ କମିଶନର ଅରୁଣିମା ଭୁୟାନ କହିଛନ୍ତି, ଆମେ ଅଭିଯୋଗ ଆସିବା ପରେ ମାମଲାରେ ପୋଲିସ କନଷ୍ଟେବଳ ସହିତ ଦୁଇ ଜଣଙ୍କୁ ଗିରଫ କରିଛୁ। ଦୁହେଁ ଝିଅଟିର ନିଜ ଦାଦା ଓ ତାଙ୍କ ଉପରେ ପୋକ୍ସୋ ଆକ୍ଟ ଅନୁସାରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।

ଭୁୟାନଙ୍କ କହିବା ଅନୁସାରେ, ଗତ ଶୁକ୍ରବାର ଗୌହାଟିର ଜଣେ ସାମ୍ବାଦିକ ଗୌତମ ଶର୍ମା ମହିଳା ଥାନା ଅଭିଯୋଗ କରିବା ପରେ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା। ଝିଅଟି ତାଙ୍କ ସ୍କୁଲର ଶିକ୍ଷୟତ୍ରୀଙ୍କୁ ଏସବୁ କଥା କହିବା ପରେ ସତ ପଦକୁ ଆସିଥିଲା। ଝିଅଟିକୁ ତା’ର ଦୁଇଜଣ ଦାଦା ବର୍ଷ ବର୍ଷ ଧରି ଦୁଷ୍କର୍ମ କରୁଥିଲେ। ପ୍ରଥମେ ତାଙ୍କୁ ତାଙ୍କର ପିଉସା ଦୁଷ୍କର୍ମ କରିଥିଲେ ଆଉ ଏହାପରେ ଦୁଇ ଦାଦା ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ମିଳିଥିବା ଖବର ଅନୁସାରେ, ଝିଅଟିର ବାପା ମରିଯିବା ପରେ ସେ କିଛି ସମୟ ତା’ର ମା’ଙ୍କ ସହିତ ରହିଥିଲା। କିନ୍ତୁ ତା’ର ମା’ ଦ୍ବିତୀୟ ବିବାହ କରିବା କାରଣରୁ ସେ ତା ପିଉସୀଙ୍କ ଘରେ ରହୁଥିଲା। ତେବେ ସେଠାରେ ନାବାଳିକାଙ୍କୁ ତାଙ୍କର ପିଉସା ଦୁଷ୍କର୍ମ କରିଥିଲା।ଏହି ଘଟଣା ଜଣାପଡିବା ପରେ ଝିଅଟିର ପିଉସୀ ଏବଂ ପିଉସାଙ୍କ ଭିତରେ ଝଗଡା ହେବା କାରଣରୁ ସେମାନେ ଅଲଗା ହୋଇଯାଇଥିଲେ।

ଏହାପରେ ଝିଅଟିକୁ ଆସାମ ପୋଲିସରେ କନଷ୍ଟେବଳ ଥିବା ଦାଦା ତାଙ୍କ ସହ ଗୌହାଟିକୁ ନିଜ ଘରକୁ ନେଇ ଆସିଥିଲା। ତେବେ ସେ ମଧ୍ୟ ଝିଅଟିକୁ ଛାଡିନଥିଲା। ନିଜ ଝିଆରିକୁ ଲଗାତାର ଭାବରେ ଦୁଷ୍କର୍ମ କରିଆସୁଥିଲା। କେବଳ ଏତିକିରେ ଝିଅଟିର କଷ୍ଟ ସରିନଥିଲା, ଝିଅଟିର ଆଉ ଏକ ଦାଦା ମଧ୍ୟ ତାକୁ ଦୁଷ୍କର୍ମ କରିଥିଲା। ଝିଅଟିକୁ ଯେତେବେଳେ ୮ ବର୍ଷ ହୋଇଥିଲା ସେବେଠାରୁ ତାକୁ ଲଗାତାର ଭାବରେ ଦୁଷ୍କର୍ମ କରାଯାଉଛି। ଏବେ କୋର୍ଟଙ୍କ ନିର୍ଦେଶ ପରେ ଝିଅଟିକୁ ଏକ ଏନଜିଓର ତତ୍ତ୍ବାବଧାନରେ ସୁରକ୍ଷାଗୃହକୁ ପଠାଇ ଦିଆଯାଇଛି।

   ସମ୍ବନ୍ଧିତ ଖବର


ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଦମ୍ପତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ରୋଗୀଙ୍କ ପାଇଁ ସୁରକ୍ଷିତ ନୁହେଁ ହସ୍ପିଟାଲ ICU ; ଭେଣ୍ଟିଲେଟରରେ ଥାଇବି ଦୁଷ୍କର୍ମର ଶିକାର ହେଲେ ଯୁବତୀ…

ହସ୍ପିଟାଲର ଆଇସିୟୁ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତୁକୁ ଧରିବାକୁ ସିସିଟିଭ ଯାଞ୍ଚ କରୁଛି ପୁଲିସ

ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର