PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଆସାମ-ମିଜୋରାମ ସୀମା ବିବାଦ; ନିଜ ନିଜ ଫୋର୍ସ ହଟାଇବେ ରାଜ୍ୟ, ବିବାଦୀୟ ସ୍ଥାନରେ ମୁତୟନ ହେବେ ପାରାମିଲିଟାରୀ ଯବାନ

pic-indiatoday

ନୂଆଦିଲ୍ଲୀ: ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦ ଶେଷରେ ରକ୍ତପାତରେ ପରିଣତ ହେବା ପରେ ଉଭୟ ରାଜ୍ୟ ମଧ୍ୟରେ ମିମାଂସା କରିବାକୁ ଆଗେଇ ଆସିଛନ୍ତି କେନ୍ଦ୍ର ସରକାର। ଆଜି ଏନେଇ ଦୁଇ ରାଜ୍ୟର ଉପରିସ୍ଥ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର। ବୈଠକ ପରେ ଉଭୟ ଆସାମ ଓ ମିଜୋରାମ ବିବାଦୀୟ ସୀମାଞ୍ଚଳ ସହିତ ଜାତୀୟ ରାଜପଥ ୩୦୬ରେ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ ରାଜି ହୋଇଛନ୍ତି। ଆସାମ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି।

ଆଜି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଉଭୟ ରାଜ୍ୟରେ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହିତ ସୀମା ବିବାଦ ନେଇ ବୈଠକ କରିଥିଲେ। ଆସାମ  ମୁଖ୍ୟା ଶାସନ ସଚିବ ଜିଷ୍ଣୁ ବରୁହା ଓ ଡିଜିପି ଭାସ୍କର ଜ୍ୟୋତି ମହାନ୍ତ ଓ ମିଜୋରାମ ମୁଖ୍ୟ ସଚିବ ଲାନୁନମାୱିଆ ଚୁଆଉଙ୍ଗୋ ଏବଂ ଡିଜିପି ଏସବିକେ ସିଂହ ଉପସ୍ଥିତ ଥିଲେ। ନୂଆ ନିଷ୍ପତ୍ତି ଅନୁସାରେ ଦୁଇ ରାଜ୍ୟ ନିଜ ନିଜର ଫୋର୍ସ ହଟାଇବେ। ବିବାଦୀୟ ଏରିଆରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯିବ। ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କରାଯିବ ବୋଲି ଉଭୟ ରାଜ୍ୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ସୋମବାର(ଜୁଲାଇ ୨୬) ଦେଶ ପୂର୍ବୋତ୍ତର ରାଜ୍ୟ ଆସାମ ଓ ମିଜୋରାମ ପୁଲିସ ବଳ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଦୁଇ ରାଜ୍ୟର ସୀମାରେ ଗୁଳିଫୁଟିବାରୁ ୬ ଆସାମ ପୁଲିସ ଅଫିସରଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ୫ଜଣଙ୍କର ଜୀବନ ଯାଇଥିଲା ବେଳେ ମଙ୍ଗଳାବାର ଜଣେ ପୁଲିସ ଅଫିସରଙ୍କ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେବା ସହିତ ଲେଖିଥିଲେ “ମୋତେ ଏହା ସୂଚନା ଦେବାକୁ ଅତି ଦୁଃଖ ଲାଗୁଛି ଯେ ଆସାମ-ମିଜୋରାମ ସୀମା ଉପରେ ଆମ ରାଜ୍ୟର ସାମ୍ବିଧାନିକ ସୀମାକୁ ରକ୍ଷା କରିବାକୁ ଯାଇ ଆସାମର ୬ ବାହାଦୁର ଯବାନ ନିଜ ପ୍ରାଣର ଆହୁତି ଦେଇଦେଇଛନ୍ତି। ଶୋକ ସନ୍ତପ୍ତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।”  

ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଆସାମର କାଛାର ଜିଲ୍ଲା ମିଜୋରାମର କୋଲାସିବ ଜିଲ୍ଲାର ବୋର୍ଡର ଏରିଆରେ ଗୁଳିବିନିୟ ହୋଇଛି। ଏବଂ ସରକାରୀ ଗାଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ଏହା ଦୁଇଦିନ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବୋତ୍ତର ରାଜ୍ୟମାନଙ୍କର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ସେ ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୀମା ବିବାଦକୁ ମେଣ୍ଟାଇବାକୁ ପରାମର୍ଶ ଦେଇଥିଲେ। ହେଲେ ଏନେଇ କୌଣସି କଡ଼ା ପଦକ୍ଷେପ ନେଇନଥିବାରୁ ଆଦି ଦୁଇ ରାଜ୍ୟ ମଧ୍ୟରେ ରକ୍ତାରକ୍ତ ଶଂଘର୍ଷ ହୋଇଛି। ଏପଟେ ସୀମାରେ ଗୁଳି ଫୁଟିବା ପରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟ ଟ୍ୱିଟ୍ ଜଣେ ଅନ୍ୟ ଜଣଙ୍କ ଉପରେ ଦୋଷ ଲଦିଥିଲେ।

ପ୍ରକୃତ ଘଟଣା ହେଲା ମିଜୋରାମର ତିନିଟି ଜିଲ୍ଲା ଆଇଜଲ, କୋଲାସିବ ଏବଂ ମମିଟ ଆସାମର କାଛାର,ହାଇଲାକଣ୍ଡି ଏବଂ କରିମଗଞ୍ଜ ଜିଲ୍ଲା ସହିତ ୧୬୪ କିମି ସୀମା ବାଣ୍ଟିଛନ୍ତି। ବର୍ଷ ବର୍ଷ ଧରି ବିବାଦୀ ସୀମାନ୍ତରେ ଦୁଇ ରାଜ୍ୟ ମଧ୍ୟରେ ଝଗଡ଼ା ହୋଇ ଆସୁଛି। ଉଭୟ ପକ୍ଷ ପରସ୍ପର ଉପରେ ଅନୁପ୍ରବେଶ ଅଭିଯୋଗ ଲଗାଉଛନ୍ତି। ତେବେ ସୀମା ବିବାଦର ଯାଞ୍ଚ ପାଇଁ ମିଜୋରାମ ସରକାର ଏକ ସୀମା କମିଶନ ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷତା କରିଛନ୍ତି ଖୋଦ୍ ଉପମୁଖ୍ୟମନ୍ତ୍ରୀ ତଉଁଲିଆ ଏବଂ ଗୃହମନ୍ତ୍ରୀ ଲାଲଚାମ୍ଲିଆନା ଭାଇସ୍ ଚେୟାର୍‌ ମ୍ୟାନ୍ ହୋଇଛନ୍ତି।

ସମ୍ବନ୍ଧିତ ଖବର