ଜମ୍ମୁ-କଶ୍ମୀର ପରେ ଏବେ ଏହି ରାଜ୍ୟରେ ୨ ଦିନ ପରେ ହେବ ବଡ ନିଷ୍ପତ୍ତି,ଲାଗୁ କରାଗଲା କଡ଼ା ସୁରକ୍ଷା ବ୍ୟବସ୍ଥା

ଗୌହାଟି,୨୯।୮:   ଜମ୍ମୁ-କଶ୍ମୀର ପରେ ଏବେ ଦେଶର ଆଉ ଏକ ରାଜ୍ୟରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏହି ରାଜ୍ୟଟି ହେଲା ଆସାମ। କେନ୍ଦ୍ରର ମୋଦି ସରକାର ଆସାମର ପ୍ରତି ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡା କଡି କରିଦେଇଛନ୍ତି। କାରଣ ଆସନ୍ତା ୩୧ ତାରିଖରେ ଆସାମରେ ଏନଆରସିର(ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍) ଫାଇନାଲ ଡ୍ରାଫ୍ଟ ରିପୋର୍ଟ ଜାରି ହେବାକୁ ଯାଉଛି,ଯେଉଁଥିରେ ୧ ଲକ୍ଷରୁ ଅଧିକ ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। ଏହି ଡ୍ରାଫ୍ଟ ରିପୋର୍ଟରୁ ଜଣାପଡିବ କେତେ ଭାରତୀୟ ରହିଛନ୍ତି ଓ କେତେ ବିଦେଶୀ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସାମରେ କଡା ସୁରକ୍ଷା​‌ ଏବଂ ଆଇନ ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୋଲିସ ଏବଂ ସୁରକ୍ଷା ଏଜେନ୍ସିକୁ ସେଠାରେ ମୁତୟନ ରଖାଯାଇଛି।

ମିଳିଥିବା ଖବର ଅନୁସାରେ ଆସାମର ବାରପେଟା ଜିଲ୍ଲାରେ ପୋଲିସଙ୍କୁ ମୁତୟନ କରାଯାଇଛି। ବହୁ ରାଜନେତାଙ୍କର ଦାବି ଥିଲା ଯେ, ଏନଆରସିର ଫାଇନାଲ ଡ୍ରାଫ୍ଟ ଜାରି ହେବା ସମୟରେ ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଉ।। ତେଣୁ ଆରମ୍ଭରୁ ବାରପେଟାରେ ଏହାକୁ ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସବୁଠାରୁ ପ୍ରଥମେ ପୋଲିସ ମୁତୟନ କରାଯାଇଛି। ଏହାଛଡା ସୋସିଆଲ ମିଡିଆରେ ଯେପରି ଗୁଜବ  ଖବର ପ୍ରଚାର ହୋଇନପାରିବ ସେ ନେଇ ସରକାର ସତର୍କ ରହିଛନ୍ତି।ପୋଲିସ, ଆଇଟିବିପି ଓ ସିଆରପିଏଫ୍ ଯାବାନମାନଙ୍କୁ ମୁତୟନ କରାଯାଇଛି ବୋଲି ଜିଲ୍ଲା ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି

   ସମ୍ବନ୍ଧିତ ଖବର


ଭାରତ କିଣିବ ଲଢୁଆ ଡ୍ରୋନ୍‌- ଚୀନ୍‌କୁ ଦେବ ଜବାବ

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା