PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

କାର୍ଗିଲ ଯୁଦ୍ଧରେ ଶତ୍ରୁପକ୍ଷକୁ ଧୂଳି ଚଟାଇଥିଲେ ଏହି ପୂର୍ବତନ ସେନା ଅଧିକାରୀ,ଏବେ ଏନଆରସିର ଅନ୍ତିମ ତାଲିକାରେ ନାହିଁ ନାମ

ଗୌହାଟି,୩୧।୮: ଭାରତୀୟ ସେନାର ପୂର୍ବତନ ସେନା ଅଫିସର ମହମ୍ମଦ ସନାଉଲ୍ଲାହଙ୍କ ଓ ତାଙ୍କ ପରିବାର ଲୋକଙ୍କ ନାମ ପୁଣିଥରେ ନ୍ୟାସନାଲ ରେଜିଷ୍ଟର ସିଟିଜେନ୍(ଏନଆରସି)ର ଅନ୍ତିମ ସୂଚୀରେ ଆସିନାହିଁ। ଯଦିଓ ମହମ୍ମଦ ସନାଉଲାହ ଏବେ ମଧ୍ୟ ଆଶା ଛାଡି ନାହାନ୍ତି। ଉଲ୍ଲେଖନୀୟ ଯେ, ତାଙ୍କର ନାଗରିକତ୍ବକୁ ନେଇ ଗୌହାଟିର ହାଇକୋର୍ଟରେ ଏହି ମାମଲା ଦୀର୍ଘ ଦିନ ଧରି ଶୁଣାଣି ଚାଲିଛି। ଏନଆରସିର ଅନ୍ତିମ ସୂଚୀରେ ନାଁ ନଥିବା କାରଣରୁ ନିରାଶ ହୋଇ ସନାଉଲ୍ଲାହ କହିଛନ୍ତି, ମୁଁ ନିଜର ନାମ ଫାଇନାଲ ଲିଷ୍ଟରେ ଆସିବାର ଆଶା ରଖିନଥିଲି, କାରଣ ମୋର ଏବେ ମଧ୍ୟ ହାଇକୋର୍ଟରେ ଶୁଣାଣି ଚାଲିଛି। ମୋତେ ନ୍ୟାୟ ପାଳିକା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି, ମୋତେ ନିଶ୍ଚିତ ନ୍ୟାୟ ମିଳିବ।

ଉଲ୍ଳେଖନୀୟ ଯେ, ସେନାରୁ ମାନଦ ଲେଫ୍ଟନାଣ୍ଟ ରୂପରେ ଅବସର ଗ୍ରହଣ କରିଥିବା ସନାଉଲ୍ଲାହଙ୍କୁ ଏନଆରସିର ନିୟମ ଅନୁରୂପ ବୋଲି ମନେକରାଯାଇନଥିବାରୁ ୨୮ ମଇରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଗିରଫଦାରୀ ଟ୍ରିବ୍ୟୁନାଲ ପକ୍ଷରୁ ବିଦେଶୀ ଘୋଷିତ କରାଯିବା ପରେ ହୋଇଥିଲା। ସନାଉଲ୍ଲାହ ୩୦ ବର୍ଷ ପର୍ଯ୍ୟନ୍ତ ସେନାରେ ଦେଶ ପାଇଁ ସେବା କରିଛନ୍ତି। ସେ କାର୍ଗିଲ ଯୁଦ୍ଧରେ ସାମିଲ ଥିବା ବେଳେ ପାକିସ୍ତାନ ସେନାର ବହୁ କ୍ଷୟକ୍ଷତି କରିବାରେ ସଫଳ ହୋଇଥିଲେ। ତାଙ୍କର ସେବା ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା ପଦକ ପ୍ରଦାନ କରାଯାଇଥିଲା। କିନ୍ତୁ ଆଜି ଗୃହମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏନଆରସି ସୂଚିରେ ପ୍ରାୟ ୧୯ ଲକ୍ଷ ଲୋକଙ୍କ ନାଁ ସ୍ଥାନ ପାଇନାହିଁ। ଏହା ମଧ୍ୟରେ ସନାଉଲ୍ଲାହ ମଧ୍ୟ ରହିଛନ୍ତି।