PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

CAAକୁ ବିରୋଧ କରି ଆସାମରେ ୫୦% ଚା’ ବଗିଚା ବନ୍ଦ: ଲଜିଷ୍ଟିକ୍‌ ଓ ପରିବହନ ସେବା ବ୍ୟାହତ

କୋଲକାତା ୧୬/୧୨ :ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ଜାରି ରହିଥିବାବେଳେ ଏହା ଆସାମର ଚା’ ଶିଳ୍ପ ଉପରେ ବଡ ଧରଣ ପ୍ରଭାବ ପକାଇଛି । କିଛି ଦିନ ହେବ ଏଠାକାର ପ୍ରାୟ ଅଧା ଚା’ ବଗିଚା ବନ୍ଦ ରହିଛି । ଚା’ ଉତ୍ପାଦନ କାର୍ଯ୍ୟରେ ଜଡିତ ବୃହତ୍‌ ସଂଖ୍ୟାରେ ଶ୍ରମିକ ବିକ୍ଷୋଭରେ ଯୋଗ ଦେଇଥିବା ଜଣାଯାଇଛି ।

ଭାରତୀୟ ଚା ସଂଘ(ଆଇଟିଏ) କିମ୍ବା ଆସାମ ଚା’ ମଜଦୂର ସଂଘ(ଏସିଏମ୍‌ଏସ୍‌) ଯଦିଓ କୌଣସି ନିର୍ଦ୍ଧିଷ୍ଟ ଆକଳନ ଦେଇନାହାନ୍ତି ସୂତ୍ରରୁ ଜଣାଯାଇଛି ଯେ, ଆସାମର ଚା’ ଶ୍ରମିକଙ୍କ ମଧ୍ୟରୁ ୬୦% ବା ୬୬୦,୦୦୦ ଜଣ ବିକ୍ଷୋଭରେ ସାମିଲ ହୋଇଛନ୍ତି । ଫଳରେ ରାଜ୍ୟରେ ଥିବା ମୋଟ ୮୦୦ ଚା’ ବଗିତା ମଧ୍ୟରୁ ୫୦%ରେ କାର୍ଯ୍ୟ ବ୍ୟାହତ ହୋଇଛି । ତେବେ ରାଜ୍ୟରେ ପ୍ରାୟ ୮୫,୦୦୦ କ୍ଷୁଦ୍ର ଚା’ ଚାଷୀ ଥିବାବେଳେ ସେମାନଙ୍କ ଉପରେ କିଭଳି ପ୍ରଭାବ ପଡିଛି ତାହା ଏଯାଏ ଜଣାପଡିନାହିଁ ।

ଚା’ ଚାଷ ପାଇଁ ଡିସେମ୍ବର ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ମାସ । ତେବେ ସାମ୍ପ୍ରତିକ ସ୍ଥିତି ଯୋଗୁ ଏ ବର୍ଷ ଚା’ ଚାଷ ପ୍ରଭାବିତ ହୋଇପାରେ । ଏପରି କି ଉତ୍ପାଦ ମାନକୁ ମଧ୍ୟ ଏହା ଖରାପ କରିପାରେ । ଆଇଟିଏର ଅଧ୍ୟକ୍ଷ ବିବେକ ଗୋଏଙ୍କା କହିଛନ୍ତି ଯେ, ଆସାମରେ ଅନେକ ଚା’ ବଗିତା ବନ୍ଦ ପଡିଛି । ନାଗରିକତା ଆଇନକୁ ବିରୋଧ ଚା’ ଶିଳ୍ପକୁ ବୃହତ୍‌ ଭାବେ ପ୍ରଭାବିତ କରିଛି ।

ସୂଚନାଯୋଗ୍ୟ, ଡିସେମ୍ବରରେ ଆସାମରେ ୧୫ରୁ ୧୬ ନିୟୁତ କିଲୋଗ୍ରାମ ଚା’ ଉତ୍ପାଦନ ହୋଇଥାଏ । ବର୍ଷକରେ ଏହା ୭୦୦ ନିୟୁତ କିଲୋଗ୍ରାମ ଚା’ ଉତ୍ପାଦନ କରିଥାଏ । ତେବେ ସମ୍ପ୍ରତି ଶ୍ରମିକଙ୍କ ଅଭାବ, କର୍ଫ୍ୟୁ ଏବଂ ବିଭିନ୍ନ ପ୍ରକାର ହିଂସା ରୋକିବା ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁ ଚା’ କାରବାର ବ୍ୟାହତ ହେବ ବୋଲି ଗୋଏଙ୍କା ପ୍ରକାଶ କରିଛନ୍ତି । କର୍ଫ୍ୟୁ ଯୋଗୁ ଲଜିଷ୍ଟିକ୍‌ ଏବଂ ପରିବହନରେ ସମସ୍ୟା ଦେଖାଦେଉଥିବା ସେ କହିଛନ୍ତି । ଯେତେବେଳେ ବନ୍ଦ ଘୋଷଣା କରାଯାଉଛି ଶ୍ରମିକମାନେ କାମକୁ ଆସୁନାହାନ୍ତି । ରାଜ୍ୟରେ ପରିସ୍ଥିତି ବର୍ତ୍ତମାନ ଅତ୍ୟନ୍ତ ଖରାପ ରହିଛି । ଫଳରେ ଚା’ ବଗିଚାଗୁଡିକରେ କାର୍ଯ୍ୟ ବନ୍ଦ ରହିଥିବା ଗୁଡ୍‌ରିକ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଅତୁଲ ଆସ୍ଥାନା ପ୍ରକାଶ କରିଛନ୍ତି ।

ଶିଳ୍ପ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ସ୍ଥିତି ଯାହା ରହିଛି ଉତ୍ପାଦ କିଣିବା ପାଇଁ ସମ୍ଭାବ୍ୟ କ୍ରେତା ଆସୁନାହାନ୍ତି । ସ୍ଥିତିରେ ଉନ୍ନତି ନ ଆସିଲେ ଚା’ ମହଜୁଦ ପରିମାଣ ୨୩ ନିୟୁତ କିଲୋଗ୍ରାମକୁ ବଢ଼ିଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର