PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ, ଆସିପାରେ ଚତୁର୍ଥ ଲହରି

ଭୁବନେଶ୍ୱର,୨୬/୧ : ଓମାଇକ୍ରନ୍‌ କରୋନାର ଶେଷ ଭାରିଆଣ୍ଟ୍‌ ନୁହେଁ । ଓମାଇକ୍ରନ୍‌ ସରିବା ପରେ କରୋନାର ଚତୁର୍ଥ ଲହରି ଆସିପାରେ । ରୋଗୀ ଶରୀରରେ ଥିବା ଭୂତାଣୁର ଜିନ୍‌ ପରିବର୍ତ୍ତନ ହୋଇ ନୂଆ ଭାଇରସ୍‌ ସୃଷ୍ଟି କରିପାରେ । ଏହାକୁ ହାଲୁକାରେ ନିଅନି । ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା କୋଭିଡ୍‌ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶାରେ ସଫଳତାର ସହ ପ୍ରଥମ ପ୍ଲାଜମା ଥେରାପି କରାଇଥିବା ପଲ୍‌ମୋନୋଲୋଜିଷ୍ଟ୍‌ ଡା. ସମ୍ପତ୍‌ ଦାସ ଏହା କହିଛନ୍ତି ।

ସୋମବାର ରାଜ୍ୟରୁ ୭୨୯୧ ସଂକ୍ରମିତ ବାହାରିଥିଲେ । ମଙ୍ଗଳବାର ୫୮୯୧ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୫୦୧, କଟକରୁ ୪୮୨, ବାଲେଶ୍ୱରରୁ ୨୩୪, ମୟୂରଭଞ୍ଜରୁ ୨୧୮, ନୟାଗଡ଼ରୁ ୨୦୫, କଳାହାଣ୍ଡିରୁ ୧୮୮, ସମ୍ବଲପୁରରୁ ୧୫୮, କେନ୍ଦୁଝରରୁ ୧୩୭, ଢେଙ୍କାନାଳରୁ ୧୩୩, ବଲାଙ୍ଗୀରରୁ ୧୩୮, କୋରାପୁଟରୁ ୧୨୮ ଓ ଅନୁଗୁଳରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମଣ କମୁଥିଲେ ବି ଓମାଇକ୍ରନକୁ ନେଇ ସତର୍କ କରାଇ ଦେଇଛନ୍ତି ଡା. ଦାସ । ସେ କହିଛନ୍ତି, ତୃତୀୟ ଲହରୀରେ ୭୦ ବର୍ଷରୁ ଅଧିକ ବୟସ୍କ ଅଧିକ ପ୍ରଭାବିତ ହେଉଛନ୍ତି । ସ୍ନାୟୁଗତ ଦୁର୍ବଳତା ଥିବା ଲୋକେ ଅଧିକ ସମ୍ବେଦନଶୀଳ ।  ବୟସ୍କଙ୍କଠାରେ ଓମାଇକ୍ରନ୍‌ର ଭିନ୍ନ ଲକ୍ଷଣ ରହୁଛି । ବୟସ୍କ ଓ କର୍କଟ ରୋଗୀଙ୍କ ବିଭିନ୍ନ ଅଙ୍ଗ ଅକାମୀ ହୋଇଯାଉଛି । ଓମାଇକ୍ରନ୍‌ ଆକ୍ରାନ୍ତ ହୋଇ ଅନେକ ଭେଣ୍ଟିଲେଟର ବି ଯାଉଛନ୍ତି । ଏଣୁ ସମସ୍ତେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଘରେ ଆଇସୋଲେସନ୍‌ରେ ରହିବା ପରେ ଅତିକମ୍‌ରେ ଆଉ ତିନି ଦିନ ମାସ୍କ ପିନ୍ଧିବାକୁ ସେ କହିଛନ୍ତି । କକ୍‌ଟେଲ ଦ୍ୱାରା ରୋଗୀର ଶରୀର ଉପରେ ପ୍ରଭାବ ପଡ଼ିପାରେ । ଡାକ୍ତରଙ୍କ ପରାମର୍ଶ ବିନା ମୋଲୁପିରାଭିର ନ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜ୍ୟରୁ ମଙ୍ଗଳବାର ୧୦,୨୪୪ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୩୩୮୦, ସୁନ୍ଦରଗଡ଼ରୁ ୧୨୧୯, କଟକରୁ ୯୧୫, ସମ୍ବଲପୁରରୁ ୩୯୦, ବାଲେଶ୍ୱରରୁ ୩୨୩, ବଲାଙ୍ଗୀରରୁ ୨୫୩, ନୟାଗଡ଼ରୁ ୨୧୭, ପୁରୀରୁ ୧୯୮, ଅନୁଗୁଳରୁ ୧୮୮, କୋରାପୁଟରୁ ୧୮୪, ରାୟଗଡ଼ାରୁ ୧୮୨, ଯାଜପୁରରୁ ୧୭୯, ମୟୂରଭଞ୍ଜରୁ ୧୭୪ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ଖସିବା ଓ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା କମିଛି । ଆଜିସୁଦ୍ଧା ୬୭,୦୯୬ ଜଣ ସକ୍ରିୟ ରୋଗୀ ଅଛନ୍ତି ।

ସମ୍ବନ୍ଧିତ ଖବର