ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ

କଟକ ୧୪।୧ : ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଶେଷ କୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। କଟକ କାଳିଆଵୋଦା ଶ୍ମଶାନରେ ଡି ପ୍ରକାଶ ରାଓଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ସ୍ବର୍ଗତ ପ୍ରକାଶ ରାଓଙ୍କୁ କାଳିଆଵୋଦା ଶ୍ମଶାନରେ ପ୍ରଶାସନ ତରଫରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି।

ଗତକାଲି ପଦ୍ମଶ୍ରୀ ପ୍ରକାଶ ରାଓଙ୍କର ଚିକିତ୍ସାଧିନ ଅଵସ୍ଥାରେ କଟକ ଵଡ ମେଡିକାଲରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଵେଳକୁ ତାଙ୍କୁ ୬୨ଵର୍ଷ ଵୟସ ହୋଇଥିଲା। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନରେ ଵାରଵାଟୀ-କଟକ ଵିଧାୟକ, ରାଜ୍ୟସଭା ସାଂସଦ ସୁଵାଷ ସିଂହ, ଜିଲ୍ଲାପାଳ, ଡିସିପି ଓ କଟକର ଵହୁ ଵରିଷ୍ଠ ନାଗରିକ ଉପସ୍ଥିତ ଥିଲେ।