ପ୍ରମୁଖ ଖବର
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

କୋର୍ଟରେ ମାନିଲା ଆଷ୍ଟ୍ରାଜେନେକା: କୋଭିସିଲ୍ଡ ଟିକାରୁ ବିରଳ ପାର୍ଶ୍ୱପ୍ରତିକ୍ରିୟା, ମସ୍ତିଷ୍କାଘାତ ଓ ହୃଦ୍‌ଘାତର ସାଜିବ କାରଣ

ନୂଆଦିଲ୍ଲୀ,୩୦/୦୪: ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ ଟିକାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହାକୁ ପ୍ରସ୍ତୁତ କରିଥିବା ବ୍ରିଟିଶ ଫାର୍ମା କମ୍ପାନି ଆଷ୍ଟ୍ରାଜେନେକା ବ୍ରିଟେନ୍‌ର ହାଇକୋର୍ଟରେ ସ୍ୱୀକାର କରିଛି ଯେ ଏହାର କୋଭିଡ ଟିକାରେ ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି । ଅଦାଲତରେ ଦାଖଲ କରିଥିବା ନିଜ ଦସ୍ତାବିଜରେ କମ୍ପାନି ପ୍ରଥମ ଥର ପାଇଁ ଖୁଲାସା କରିଛି ଯେ ଏହାର କୋଭିଡ-୧୯ ଟିକା ଦ୍ୱାରା ‘ଟିଟିଏସ୍‌ (ଥ୍ରମ୍ବୋସିସ୍‌ ୱିଥ୍‌ ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍‌)’ ଭଳି ବିରଳ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇପାରେ । ଯାହା ମସ୍ତିଷ୍କାଘାତ ଓ ହୃଦ୍‌ଘାତର କାରଣ ସାଜିପାରେ ।

ଫାର୍ମା କମ୍ପାନି ଆଷ୍ଟ୍ରାଜେନେକା ନିଜ ଟିକାକୁ ଅନେକ ଦେଶରେ କୋଭିସିଲ୍ଡ ଏବଂ ଭାକ୍ସଜେଭ୍‌ରିଆ ବ୍ରାଣ୍ଡ୍‌ ନାମରେ ବିକ୍ରି କରିଥିଲା । କରୋନା ଭୂତାଣୁରୁ ସୁରକ୍ଷା ନିମନ୍ତେ ଭାରତରେ ବହୁଳ ଭାବେ କୋଭିସିଲ୍ଡ ଟିକା ବ୍ୟବହୃତ ହୋଇଥିଲା ।  ଏବେ ଏଥିରେ ଟିଟିଏସ୍‌ ପାଶ୍ୱର୍ପ୍ରତିକ୍ରିୟା ଥିବା ନେଇ ଜଣାପଡ଼ିଛି । ଟିଟିଏସ୍‌ ପ୍ରଭାବରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ସ୍ଥିତି ଉପୁଜିଥାଏ । ଏହାକୁ ‘ବ୍ଲଡ୍‌ କ୍ଲଟ୍‌’ କୁହାଯାଏ । ବ୍ଲଡ୍‌ କ୍ଲଟ୍‌ ଯୋଗୁ ମସ୍ତିଷ୍କାଘାତ ଓ ହୃଦ୍‌ଘାତ ଭଳି ଆଶଙ୍କା ବଢ଼ିଯାଏ । ଏହାବ୍ୟତୀତ ଏହି ସିଣ୍ଡ୍ରୋମ୍‌ ଶରୀରରେ ପ୍ଲେଟ୍‌ଲେଟ୍‌ସ କମିବାର କାରଣ ସାଜିପାରେ ।

ଜେମି ସ୍କଟ୍‌ ନାମକ ଜଣେ ବ୍ୟକ୍ତି ଏହି ଘଟଣାରେ ବ୍ରିଟେନ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଷ୍ଟ୍ରାଜେନେକାର କୋଭିଡ ଟିକା ନେବା ପରେ ସେ ‘ବ୍ରେନ୍‌ ଡ୍ୟାମେଜ୍‌’ର ଶିକାର ହୋଇଥିବା କହିଥିଲେ । ଏହାଛଡ଼ା ଅନ୍ୟ କେତେକ ଲୋକ ମଧ୍ୟ ଅଦାଲତରେ ଏହାକୁ ନେଇ ଅଭିଯୋଗ କରିଥିଲେ । ଟିକା ନେବା ପରେ ସେମାନେ ପାଶ୍ୱର୍ପ୍ରତିକ୍ରିୟାର ଶିକାର ହୋଇଥିବା କହିଥିଲେ । ବର୍ତ୍ତମାନ ସେମାନେ ଏହାକୁ ନେଇ କମ୍ପାନି ଆଷ୍ଟ୍ରାଜେନେକାଠାରୁ କ୍ଷତିପୂରଣ ଦାବି କରିଛନ୍ତି । ଏବେ ଖୋଦ କମ୍ପାନି କୋର୍ଟରେ ବିରଳ ପାଶ୍ୱର୍ପ୍ରତିକ୍ରିୟା ନେଇ ସ୍ୱୀକାର କରିଥିବାରୁ ଆହୁରି ଅନେକ ଲୋକ କ୍ଷତିପୂରଣ ଦାବି କରିପାରନ୍ତି ବୋଲି କୁହାଯାଉଛି ।

ଉଲ୍ଲେଖଥାଉ କି କରୋନା ମହାମାରୀ ବେଳେ ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ସହ ଚୁକ୍ତି କରି ଆଷ୍ଟ୍ରାଜେନେକା କୋଭିଡ ଟିକା ବିକଶିତ କରିଥିଲା । କ୍ଲିନିକାଲ୍‌ ଟେଷ୍ଟରୁ ସଫଳତା ମିଳିବା ପରେ ଏହା ଭାରତ ସମେତ ବିଭିନ୍ନ ଦେଶକୁ ଯୋଗାଯାଇଥିଲା । ଭାରତରେ ପୁନେଭିତ୍ତିକ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ସହ ଚୁକ୍ତି ଦ୍ୱାରା ଦେଶରେ ଟିକା ଉତ୍ପାଦନ କରିଥିଲା ଆଷ୍ଟ୍ରାଜେନେକା । ଏହାକୁ ଭାରତରେ କୋଭିସିଲ୍ଡ ଟିକା ନାମରେ ବଜାର ପ୍ରବେଶ କରାଯାଇଥିଲା । ଦେଶରେ ଏହି ଟିକାର ମୋଟ ୧୭୪.୯୪ କୋଟିରୁ ଅଧିକ ଡୋଜ୍‌ ଦିଆଯାଇଛି । ୨୦୨୧ ଜାନୁଆରୀରେ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ଚାଲିଥିଲା । ଏହି ସମୟରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଟିକା ଅଧିକ ବ୍ୟବହୃତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.