AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ନୂଆଦିଲ୍ଲୀ, ୨୬/ ୧୦: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବବାସୀଙ୍କୁ ହନ୍ତସନ୍ତ କରି ସାରିଲାଣି। ଏହି ମହାମାରୀରୁ ମୁକ୍ତି ପାଇବା ପାଇଁ ଏପର୍ଯ୍ୟନ୍ତ କରୋନା ଟିକା ବାହାରି ନାହିଁ। ସମସ୍ତେ କରୋନା ଟିକାକୁ ଅପେକ୍ଷା କରିଛନ୍ତି। ଏସବୁ ମଧ୍ୟରେ ଆସିଛି ଭଲ ଖବର। ଏକ ରିପୋର୍ଟ ମୁତାବିକ ମହାମାରୀ କରୋନା ପାଇଁ ବ୍ରିଟିଶ୍‌ ଫାର୍ମାସ୍ୟୁଟିକାଲ୍‌ AstraZeneca’s ଦ୍ବାରା ପ୍ରସ୍ତୁତ କରାଯାଉଥିବା ଟିକା ଦ୍ବାରା ବୟସ୍କ ବ୍ୟକ୍ତିଙ୍କ ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଖବର ପ୍ରକାଶ ପାଇଛି।

ଫାଇନାନ୍ସିଆଲ୍‌ ଟାଇମ୍ସର ରିପୋର୍ଟ ମୁତାବିକ, ୨ ଜଣ ଅଜ୍ଞାତ ଲୋକ କହିଛନ୍ତି ଯେ, ଯେଉଁ କମ୍ପାନୀ ଭ୍ୟାକସିନ୍‌ ପ୍ରସ୍ତୁତ କରୁଛି ସେହି ଟିକାଦ୍ବାରା ବୃଦ୍ଧଲୋକଙ୍କ ଶରୀରରେ ଆଣ୍ଟିବଡି ଓ ଟି-ସେଲ୍‌ ବୃଦ୍ଧି ପାଉଛି। ସୂଚନାଥାଉକି AstraZeneca ୟୁନିର୍ଭସିଟି ଅଫ୍‌ ଅକ୍ପଫୋର୍ଡ ସହ ମଳିତି ଭାବେ କରୋନା ଟିକା ପ୍ରସ୍ତୁତ କରିବାରେ ଲାଗିଛି।

କିଛି ମାସ ତଳେ ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, AstraZeneca’s ଦ୍ବାରା ପ୍ରସ୍ତୁତ ହୋଇଥିବା ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ଯେଉଁମାନେ ଟିକା ନେଇଥିଲେ ସେମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥିଲା। ବିଶେକରି ୧୮ରୁ ୫୫ ବର୍ଷୀୟ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ପରିଲିକ୍ଷିତ ହୋଇଥିଲା।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ