ପ୍ରମୁଖ ଖବର
  • ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ
  • ||
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଜଳଭଣ୍ଡାର ବନ୍ଧରୁ ତାଡ଼ି ନେଉଛନ୍ତି ମାଟି, ଚେଇଁ ଶୋଇଛି ପ୍ରଶାସନ...

ପୁରୀ, ୧୦।୧(ବ୍ୟୁରୋ): ସମଙ୍ଗ ମୌଜାରେ ଥିବା ଜଳଭଣ୍ଡାର ସୁରକ୍ଷା ବନ୍ଧରୁ ଦୁର୍ବୃତ୍ତ ତାଡ଼ି ନେଲେଣି ଶତାଧିକ ଟ୍ରିପ୍‌ ମାଟି । ହେଲେ ପ୍ରଶାସନ ଚେଇଁ ଶୋଇଛି । ଯାହାକୁ ନେଇ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିବା ସହ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରୁଥିଲେ ହେଁ ଉଚିତ ପଦକ୍ଷେପ ନିଆଯାଉନାହିଁ । ତେବେ ଏହି ଘଟଣାର ନେଇ ସ୍ଥାନୀୟ ଜଣେ ସୂଚନାଧିକାର କର୍ମୀ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଫୋନ୍‌ରେ ପାଇଥିବା ଉତ୍ତରକୁ ନେଇ ହତବାକ୍‌ ହୋଇଥିବା ପ୍ରକାଶ କରିଛନ୍ତି ।

ମାଟି ଚୋରାଚାଲାଣ ଠିକଣା ଓ ଫଟୋ ସହ ସେ ଅଭିଯୋଗ କରିଥିଲେ । ହେଲେ ପୁରୀ ପୁଲିସ ହେଡକ୍ୱାର୍ଟର ପକ୍ଷରୁ ଆସିଥିବା ଫୋନ୍‌ କଲ୍‌ରେ ତାଙ୍କୁ କୁହାଯାଇଥିଲା ପୁରୀ ପୁଲିସ ଚଢ଼ଉ କରିବାକୁ ସହଯୋଗ କରିବ ।ହେଲେ ଏକଲା କରିପାରିବ ନାହିଁ । ମାଟି ଖୋଳି ଚୋରାଚାଲାଣ ଉପରେ ଚଢ଼ଉ କରିବା ଦାୟିତ୍ୱ ତହସିଲଦାରଙ୍କର । ତେଣୁ ତହସିଲଦାରଙ୍କୁ କୁହନ୍ତୁ । ତହସିଲଦାର ଆବଶ୍ୟକ କଲେ ପୁଲିସ ସହାୟତା ନେଇ ଚଢ଼ଉ କରିବେ । ପୁଲିସର ଏଭଳି ଉତ୍ତର ପାଇବା ପରେ ଏହି ସୂଚନାଧିକାର କର୍ମୀ ଏ ବାବଦରେ ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଥିବା ପ୍ରକାଶ କରିଛନ୍ତି ।
ତେବେ ଏନେଇ ପୁରୀ ସଦର ତହସିଲଦାରଙ୍କୁ ରବୀନ୍ଦ୍ର କୁମାର ପ୍ରଧାନ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏ ସମ୍ପର୍କରେ ଜାଣିନାହାନ୍ତି । ଏହି ଭଳଭଣ୍ଡାର ସୁରକ୍ଷା ଦାୟିତ୍ୱ ଯେଉଁ ବିଭାଗ ପାଖରେ ରହିଥିବ ସେ ଏହି ସମସ୍ୟା ସମାଧାନ କରିବା କଥା । ତଥାପି ସେ ଏଭଳି ବେଆଇନ ମାଟି ଚୋରାଚାଲାଣକୁ ରୋକିବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ସୂଚନା ଥାଉକି, ପୁରୀ ମଙ୍ଗଳାଘାଟ-ବାଟଗାଁ ଜାତୀୟ ରାଜପଥର ବାମପାଶ୍ୱର୍ ସମଙ୍ଗ ମୌଜାରେ ରହିଛି ଏହି ବିରାଟ ଜଳ ଭଣ୍ଡାର । ଜନସ୍ୱାସ୍ଥ୍ୟ ବିଭାଗ ଏହି ଜଳ ଭଣ୍ଡାରରୁ ପାନୀୟଜଳ ସଂଗ୍ରହ କରି ସ୍ୱଚ୍ଛ କରିବା ପରେ ପୁରୀ ସହରବାସୀଙ୍କ ନିମନ୍ତେ ଯୋଗାଏ । ୫୦ ପ୍ରତିଶତ ସହରବାସୀ ଏହି ଜଳଭଣ୍ଡାର ଜଳ ଉପରେ ନିର୍ଭରଶୀଳ । ସହରବାସୀଙ୍କ ଜଳସଙ୍କଟ ଦୂର କରିବା ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚରେ ସରକାର ଏହି ଜଳଭଣ୍ଡାର କରିଛନ୍ତି । ହେଲେ ଏହାର ସୁରକ୍ଷା ପ୍ରତି ଉଚିତ ଦୃଷ୍ଟି ଦିଆଯାଉନାହିଁ । ଜାତୀୟରାଜପଥ ପାଶ୍ୱର୍ ଜଳଭଣ୍ଡାର ବନ୍ଧର ଅପରପାଶ୍ୱର୍ ନିଛାଟିଆ ହେଉଥିବାରୁ ଏକ ଜଙ୍ଗଲିଆ ରାସ୍ତା ଯୋଗେ ଖଣ୍ଡିଆବନ୍ଧ ଦେଇ ଏହି ମାଟି ଚୋରାଚାଲାଣ ହେଉଛି । ଜଳଭଣ୍ଡାର ପାଶ୍ୱର୍ ଅଞ୍ଚଳଗୁଡ଼ିକ ଆର୍ଦ୍ର ଅଞ୍ଚଳ ହୋଇଥିବା ବେଳେ ଏହାର କିସମ ପରିବର୍ତ୍ତନ କରି ଜୋରଦାର ବିକ୍ରିବଟା ଚାଲିଛି ।

ଏହାକୁ ପୋତିବା ନିମନ୍ତେ ବିଭିନ୍ନ ସ୍ଥାନରୁ ମାଟିଚୋରାଚାଲାଣ ହେଉଛି । ସ୍ଥାନୀୟ ଅଞ୍ଚଳର କେତେକ ପ୍ରଭାବଶାଳୀମାନେ ପ୍ରଶାସନିକ ବଡବାବୁଙ୍କ ସହ ମଧୁଚନ୍ଦ୍ରିକା କରି ସରକାର ଜମି ଜବରଦଖଲ କରିବା ସହ ବେଆଇନ ମାଟି ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଆସୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ମଧ୍ୟ ଏଥିରୁ ବାଦ୍‌ ପଡ଼ୁନି । ଭୂତଙ୍କ ନାମରେ ନକଲି ଭୋଟରକାର୍ଡ ଓ ଅନ୍ୟ ଦସ୍ତାବିଜ୍‌ କରାଯାଇ ଜମି ବିକ୍ରିବଟା ହେଉଛି । ଏହାର ଅନେକ ପ୍ରମାଣ ସହ ପ୍ରଶାସନ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ହେଲେ ପଦକ୍ଷେପ ଶୂନ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଜଳଭଣ୍ଡାର ବନ୍ଧ, ସରକାରୀ ଜମି ଓ ଆର୍ଦ୍ର ଅଞ୍ଚଳର ସୁରକ୍ଷା ନିମନ୍ତେ ଉଚିତ୍‌ ପଦକ୍ଷେପ ନେବାକୁ ସୂଚନାଧିକାର କର୍ମୀ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.