କରୋନା ମହାମାରୀ:୯ ମାସ ଭିତରେ ଭାରତରେ ସର୍ବାଧିକ ୨କୋଟି ଶିଶୁ ଜନ୍ମହେବାକୁ ଯାଉଛନ୍ତି, ୟୁନିସେଫର ସୂଚନା

ନୂଆଦିଲ୍ଲୀ,୭।୫: ସାରା ବିଶ୍ବ ଏବେ କରୋନା ଭାଇରସ୍ କବଳରେ। ପ୍ରତିଦିନ ମୃତକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମାର୍ଚ୍ଚ ମାସରେ ସାରା ବିଶ୍ବରେ କରୋନା ଭାଇରସକୁ ମହାମାରୀ ଘୋଷଣା କରାଯାଇଥିବା ବେଳେ United Nations Children’s Fund (UNICEF)  ପକ୍ଷରୁ ମିଳିଛି ଏକ  ଆଶ୍ଚର୍ଯ୍ୟକର ଖବର। ତାହା ହେଲା ମାର୍ଚ୍ଚ  ମାସରୁ ଆସନ୍ତା ଡିସେମ୍ବର ମାସ ମଧ୍ୟରେ ମାସରେ ସାରା ବିଶ୍ବରେ ୧୧୬ ମିଲିୟନ ଶିଶୁ ଜନ୍ମ ହେବାକୁ ଯାଉଛନ୍ତି। ଭାରତରେ ଏହା ୨୦ ମିଲିୟନ ବା ୨ କୋଟିରୁ ଅଧିକ ରହିଛି।

ମଇ ୧୦ ତାରିଖରେ ବିଶ୍ବ ମାତୃ ଦିବସ ଥିବା ବେଳେ ୟୁନିସେଫ ପକ୍ଷରୁ ବୁଧବାର ଦିନ  ଏହି ସୂଚନା ଦିଆଯାଛି। ଏହା ସହ ୟୁନିସେଫ୍ ପକ୍ଷରୁ କୁହାଯାଇଛି ଆସନ୍ତା ୯ ମାସ ଭିତରେ  ୧୧୬ ମିଲିୟନ ଶିଶୁ  କରୋନା ବିପଦ ମଧ୍ୟରେ ଜନ୍ମ ହେବାକୁ ଯାଉଛନ୍ତି। ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଅଧିକ ସଂଖ୍ୟକ ଶିଶୁ ଜନ୍ମଗ୍ରହର କରିବାକୁ ଯାଉଛନ୍ତି।

ଯଦି ଅନ୍ୟ ଦେଶମାନଙ୍କ ବିଷୟରେ କଥା ହେବା ତେବେ ଚୀନରେ ୧୩.୫, ନାଇଜେରିଆରେ ୬.୪ , ପାକିସ୍ତାନରେ ୫, ଓ ଇଣ୍ଡୋନେସିଆରେ ୪ ମିଲିୟନ ଶିଶୁ ଜନ୍ମହେବାକୁ ଯାଉଛନ୍ତି। ମହାମାରୀ ପୂର୍ବରୁ ମଧ୍ୟ ଏହି ଦେଶମାନଙ୍କରେ ଅଧିକ ନବଜାତକ ମୃତ୍ୟୁ ହାର ରହିଥିଲା ଏବଂ ଏହି ସ୍ତର ବୃଦ୍ଧି ପାଇପାରେ। ଜାନୁଆରୀ-ଡିସେମ୍ବର ୨୦୨୦ ସୁଦ୍ଧା ଭାରତରେ ୨୪.୧ ନିୟୁତ ଶିଶୁ ଜନ୍ମ ହେବ ବୋଲି ଆକଳନ କରାଯାଇଛି।

ୟୁନିସେଫ ଚେତାବନୀ ଦେଇଛି ଯେ COVID-19 କାରରରୁ ଲକ୍ଷ ଲକ୍ଷ ଗର୍ଭବତୀ ମା ଏବଂ ସେମାନଙ୍କର ଶିଶୁଙ୍କ ଜୀବନ ବିପଦରେ ପକାଇପାରେ। ଏହି ସଙ୍କଟ ଦ୍ୱାରା ଧନୀ ଦେଶ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆଶା କରାଯାଉଥିବା ଜନ୍ମ ସଂଖ୍ୟା ଦୃଷ୍ଟିରୁ ଷଷ୍ଠ ସର୍ବୋଚ୍ଚ ଦେଶ ଆମେରିକାରେ ମାର୍ଚ୍ଚ ୧୧ ରୁ ଡିସେମ୍ବର ୧୬ ମଧ୍ୟରେ ୩.୩ ନିୟୁତରୁ ଅଧିକ ଶିଶୁ ଜନ୍ମ ହେବେ ବୋଲି ଆକଳନ କରାଯାଇଛି। ୟୁନିସେଫର କରିବା ଅନୁସାରେ, କରୋନା ସମୟରେ ଜନ୍ମହେବାକୁ ଥିବା ଏହି ଶିଶୁ ଏବଂ ତାଙ୍କ ମା’ମାନେ ଖୁବ୍ ଅସୁବିଧାର ସାମନା କରିପାରନ୍ତି। ଲକଡାଉନ୍ ଓ କର୍ଫ୍ୟୁ ଲାଗି ରହିଥିବା କାରଣରୁ ତାଙ୍କୁ ଉପଯୁକ୍ତ ମେଡିକାଲ ସୁବିଧା ମିଳିପାରିବ ନାହିଁ। ଏହାଛଡା କରୋନା ଭାଇରସ୍ ଡରରେ ମହିଳାମାନେ ରେଗୁଲାର ଚେକଅପ୍ ଓ ଡେଲିଭରୀ ପାଇଁ ହସ୍ପିଟାଲ ଯିବାକୁ ମଧ୍ୟ ଭୟ କରିବେ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now