PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ମୋଦିଙ୍କୁ ପୁଣି ମମତାଙ୍କ ଟାର୍ଗେଟ: କହିଲେ- ‘ଆଜି ଯଦି ବାଜପେୟୀ ଥାଆନ୍ତେ ତେବେ ରାଜଧର୍ମ ମନେ ପକାଇଥାନ୍ତେ’

ନୂଆଦିଲ୍ଲୀ,୨୦।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ନାଗରିକତା ସଂଶୋଧନ ଆଇନ ଓ ଏନଆରସି ପ୍ରସଙ୍ଗ ନେଇ ମୋଦି ସରକାରଙ୍କୁ ପୁଣି ଘେରିଛନ୍ତି। ମମତା କହିଛନ୍ତି, ଆଜି ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥାଆନ୍ତେ ତେବେ ରାଜଧର୍ମକୁ ମନେପକାଇ ଦେଇଥାନ୍ତେ। ସେ କହୁଥିଲେ,ସବୁବେଳେ ରାଜଧର୍ମର ପାଳନ କର, ଯିଏ ରାଜଧର୍ମ ପାଳନ କରୁନାହିଁ ଏବେ ସେମାନେ ଦେଶର ଶାସନକୁ ହାତରେ ରଖିଛନ୍ତି।’

ଆଜି କୋଲକାତାରେ ମମତା ଏକ ରାଲିରେ ଯୋଗ ଦେଇ ମମତା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସିଏଏକୁ ସମର୍ଥନ କରନ୍ତି ନାହିଁ। ଏହା ସହ ମମତା ପ୍ରଶ୍ନ କରିଛନ୍ତି ଯଦି ନାଗରିକତା ସଂଶୋଧନ ବିଲ୍(ସିଏବି) ଏତେ ଭଲ ଥିଲା, ତେବେ ଆପଣ କାହିଁକି ଭୋଟ ଦେଲେନି?

ଉଲ୍ଲେଖନୀୟ ଯେ, ଲୋକସଭାରେ ସିଏବି ଭୋଟିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭୋଟ୍ ଦେଇନଥିଲେ। ଏହାକୁ ନେଇ ମମତା ମୋଦିଙ୍କୁ କରିଛନ୍ତି ଟାର୍ଗେଟ। ଏହା ସହିତ ସେ କହିଛନ୍ତି, ଏହି ବିଲକୁ ଆଗତ କରିବା ସମୟରେ କେନ୍ଦ୍ର ସରକାର କାହାକୁ ଭାବିବାର ସମୟ ଦେଇନଥିଲେ ଓ ଅଧା ରାତିରେ ଏହାକୁ ପାସ୍ କରିଥିଲେ। ଯଦି ସିଏବି ଏତେ ଭଲ ଥିଲା ତେବେ ପ୍ରଧାନମନ୍ତ୍ରୀ କାହିଁକି ଭୋଟ୍ ଦେଲେନି? ଏଥିରୁ ସ୍ପଷ୍ଟ ହୋଇଗଲା ମୋଦିଙ୍କୁ ବି ଏହାକୁ ସମର୍ଥନ କରନ୍ତି ନାହିଁ, ତେଶୁ ଏହାକୁ ରିଜେକ୍ଟ କରାଯାଉ ବୋଲି କହିଛନ୍ତି ମମତା।

ସମ୍ବନ୍ଧିତ ଖବର