ମାତ୍ର ୪୨ଟଙ୍କାରେ ଆଜୀବନ ପେନସନ -୨.୪୫ କୋଟି ଲୋକଙ୍କ ପସନ୍ଦ

 ନୂଆଦିଲ୍ଲୀ – ସବୁ ବ୍ୟକ୍ତି ଚାହିଁଥାନ୍ତି ତାଙ୍କର ଭବିଷ୍ୟତ କିପରି ସୁରକ୍ଷିତ ହେଉ , କିନ୍ତୁ ସଠିକ୍‌ ପ୍ଲାନିଂ ହୋଇନଥିବା କାରଣରୁ ବହୁତ ସମସ୍ୟା ହୋଇଥାଏ । ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିବା ପାଇଁ କୋଟି କୋଟି ଲୋକ କେନ୍ଦ୍ର ସରକାରଙ୍କର ଅଟଳ ପେନସନ ଯୋଜନାକୁ ବାଛିଛନ୍ତି । ଆସନ୍ତୁ ତାହେଲେ ଏହି ଯୋଜନା ବିଷୟରେ ବିସ୍ତୃତରେ ଜାଣିବା । ଆଉ ଏହାର ଲାଭ ଉଠାଇବା ।

ପେନସନ କୋଷ ନିୟାମକ ଏବଂ ବିକାଶ ପ୍ରାଧିକରଣ ( ପିଏଫ୍ଆରଡିଏ ) ମୁତାବିକ୍‌, ଅଟଳ ପେନସନ ଯୋଜନା ( ଏପିୱାଇ) ସହ ଯୋଡ଼ି ହେବା ଲୋକଙ୍କ ସଂଖ୍ୟା  ୨.୫୦ କୋଟି ପାଖାପାଖି ପହଞ୍ଚିବାକୁ ଯାଉଛି ।

जुड़ने वालों की संख्या 2.50 करोड़ के करीब

ସୂଚନା ମୁତାବକ, ଏହି ଯୋଜନାରେ ଶେୟାର ହୋଲଡରଙ୍କ ସଂଖ୍ୟା ବାର୍ଷିକ ଆଧାରରେ ଚଳିତ ବର୍ଷ ଅକ୍ଟୋବରର ଶେଷ ସୁଦ୍ଧା ୩୪.୫୧ପ୍ରତିଶତ ବୃଦ୍ଧି ପାଇଁ ୨.୪୫ କୋଟିରେ ପହଞ୍ଚିଛି। ଯାହା ୧ବର୍ଷ ପୂର୍ବେ ଅକ୍ଟୋବର ୨୦୧୯ରେ ୧.୮୨କୋଟି ଥିଲା।

ଆପଣଙ୍କୁ କହି ରଖୁଛି କି, ଅଟଳ ପେନସନ ଯୋଜନାର ଲକ୍ଷ୍ୟ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ପ୍ରଦାନ କରିଥାଏ । ଏଥିରେ ୬୦ ବର୍ଷ ବୟସ ପରେ ନ୍ୟୁନତମ  ପେନସନର ଗାରେଣ୍ଟି ଦିଆଯାଏ । ଏହି ଯୋଜନାରେ ଦେଶର ଯେକେହି ନାଗରିକ ୧୮ରୁ ୪୯ ବର୍ଷ ବୟସରେ ସଂପୃକ୍ତ ହୋଇ ପାରିବେ ।

अक्टूबर में 34.51 प्रतिशत इजाफा

ଯଦି ନିବେଶର ପ୍ରକାର ବିଷୟରେ ଆଲୋଚନା କରିବା ତ ଆପଣ କେବଳ ୪୨ ଟଙ୍କାରୁ ମଧ୍ୟ ଆରମ୍ଭ କରିପାରିବେ । ହେଲେ ଏଥିପାଇଁ ସେୟାର ହୋଲଡରଙ୍କର ବୟସ ୧୮ ବର୍ଷ ହେବା ଅନିବାର୍ଯ୍ୟ ଅଟେ । ଏହି ବୟସରେ ଆପଣ ଯଦି ଆପଣ ପ୍ରତି ମାସ ୪୨ ଟଙ୍କା  ନିବେଶ କରୁଛନ୍ତି ତ ୬୦ ବର୍ଷ ବୟସରେ ପ୍ରତି ମାସରେ ୧ହଜାର ଟଙ୍କା ପାଇବେ ।  ୨୧୦ଟଙ୍କାର ନିବେଶରେ ଆପଣଙ୍କୁ ପ୍ରତି ମାସ ୫ହଜାର ଟଙ୍କା ମିଳିବ । ଏଥିପାଇଁ ବୟସ ୧୮ ବର୍ଷ ହେବା ଜରୁରୀ ।

ଏହି ଯୋଜନା ପାଇଁ ଆବଶ୍ୟକ ହେଉଛି ସମ୍ୱନ୍ଧିତ ବ୍ୟକ୍ତିଙ୍କର ବ୍ୟାଙ୍କରେ ଆକାଉଣ୍ଟ ଥିବା ଆବଶ୍ୟକ । ଏଥିରେ ୬୦ ବର୍ଷ ବୟସ ପରେ ନ୍ୟୁନତମ ୧୦୦୦ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ  ପେନସନର ଗ୍ୟାରେଣ୍ଟି ଦିଆଯିବ ।

42 रुपये से निवेश 

ଯୋଜନାର ପ୍ରମୁଖ କଥା ହେଲା ଏଥିରେ ଶେୟାର ହୋଲଡରଙ୍କ ମୃତ୍ୟୁରେ ପେନସନ ତାଙ୍କର ପତି/ପତ୍ନୀଙ୍କୁ ଦିଆଯାଏ । ଖାଲି ଏତିକି ନୁହେଁ ,  ଉଭୟଙ୍କର ମୃତ୍ୟୁ ପରେ ପେନସନ କୋଷରେ ଜମା ରାଶି ନାମିତ ବ୍ୟକ୍ତିଙ୍କୁ ଦେଇ ଦିଆଯିବ ।ପିଏଫ୍‌ଆରଡିଏ ମୁତାବିକ୍ ଅଟଳ ପେନସନ ଯୋଜନାରେ ପ୍ରଥମ ୨ବର୍ଷରେ ପାଖାପାଖି ୫୦ ଲକ୍ଷ ଶେୟାର ଏଥିରେ ଯୋଡ଼ି ହୋଇଛନ୍ତି ଏବଂ ୩ୟ ବର୍ଷରେ ଏହି ସଂଖ୍ୟା ଦୁଇ ଗୁଣା ହୋଇ ୧କୋଟିରେ ପହଞ୍ଚି ଯାଇଛି । ୪ର୍ଥ ବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୧.୫୦ କୋଟି ହୋଇଥିଲା ।

पहले दो साल में लगभग 50 लाख अंशधारक जुड़े

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ