PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଶ୍ରୀନଗରରେ ପୋଲିସ ଟିମ୍ ଉପରେ ଆତଙ୍କୀ ହମଲା, ଦୁଇ ପୋଲିସକର୍ମୀ ସହିଦ

https://www.deccanherald.com/

ନୂଆଦିଲ୍ଲୀ ୧୪/୮: ସ୍ଵାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜୈସ ଇ ମହମ୍ମଦର ଆତଙ୍କବାଦୀ ଶ୍ରୀନଗର ସହରର ବାହ୍ୟ ଇଲାକା ନୌଗାମରେ ଶୁକ୍ରବାର ସକାଳେ ଜାମ୍ମୁ-କାଶ୍ମୀର ପୋଲିସର ଏକ ଦଳ ଉପରେ ଅତର୍କିତ ହମଲା କରି ଆଖିବୁଜା ଗୁଳିମାଡ କରିଛନ୍ତି। ଏହି ହମଲାରେ ଦୁଇ ଜଣ ପୋଲିସ କର୍ମୀ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପୋଲିସ୍ ଅନୁଯାୟୀ ଆତଙ୍କବାଦୀଙ୍କ ଚିହ୍ନଟ ହୋଇ ସାରିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଆତଙ୍କବାଦୀ ନୌଗାମ ବାଇପାସରେ ପୋଲିସର ଏକ ଟିମ୍‌ ଉପରେ ଆଖିବୁଜା ଗୁଳିମାଡ କରିଥିଲେ, ଯେଉଁଥିରେ ତିନି ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଯବାନ ଆଖି ବୁଜିଛନ୍ତି। କାଶ୍ମୀର ପୋଲିସ ମହା ନୀରିକ୍ଷକ ବିଜୟ କୁମାର କହିଛନ୍ତି ଏହି ହମଲା ପଛରେ ଜୈସ ଇ ମହମ୍ମଦର ହାତ ରହିଛି। ଆତଙ୍କବାଦୀଙ୍କ ଚିହ୍ନଟ ହୋଇ ସାରିଛି। ଶୀଘ୍ର ସେମାନଙ୍କୁ ନିପାତ କରିବୁ  ବୋଲି ବିଜୟ କୁମାର କହିଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି ଇଲାକାକୁ ଘେରାବନ୍ଦୀ କରାଯାଇଛି ଏବଂ ଆତଙ୍କବାଦୀ ତଲାସି ଜାରି ରହିଛି। ଏହା ଅଣ ଓସରିଆ ମାର୍ଗ ଥିଲା ଏବଂ ସେଠାରେ ସାଧାରଣ ଲୋକଙ୍କ ଯାତାୟତ ଲାଗି ରହିଥିଲା। ଯଦି ଆମ ଯବାନ ପ୍ରତି ଜବାବ ଦେଇଥାନ୍ତେ ତେବେ ସାଧାରଣ ଲୋକଙ୍କ  ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା। ଏଥିପାଇଁ ଆମେ ସଂଯମ ରକ୍ଷା କଲୁ।

ସମ୍ବନ୍ଧିତ ଖବର