ATM ଲୁଟ କରିବାକୁ ଆସି ବିଫଳ ହେଲେ ଦୁର୍ବୃତ୍ତ : ଟଙ୍କା କାଢ଼ିବା ନପାରିବାରୁ ଲାଗାଇଦେଲେ ନିଆଁ

ଉଦଳା ୧୮/୮: ଲୁଟ୍ କରିବାକୁ ଆସିଥିବା ବେଳେ ଏଟିଏମ୍ ଉଦ୍ୟମ ବିଫଳ ଦୁର୍ବୃତ୍ତ ହେବା ପରେ ପୋଡିଦେଲେ ଏଟିଏମ୍। ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି ।

ସୂଚନା ମୁତାବିକ,ଟଙ୍କା ଚୋରୀ କରିବାକୁ ଆସି ବିଫଳ ହେଳେ ଦୁର୍ବୃତ୍ତ ପରେ ରାଗିକି ଏଟିଏମ୍ ପୋଡି ଦେଲେ ଦୁର୍ବୃତ୍ତ । ଏହି ଭଳି ଅଭାବନୀୟ ଘଟଣା ଉଦଳା କଲେଜ ରୋଡରେ ଥିବା ଏଟିଏମକୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ। ଏହାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଲେଜ ରୋଡରେ ଥିବା ଏସବିଆଇ ଏଟିଏମକୁ ଲୁଟ୍ କରିବା ପାଇଁ ଆସିଥିଲେ । ତେବେ ପୋଲିସ୍ ପଟ୍ରୋଲିଂ ଗାଡି ସେହି ରାସ୍ତାରେ ଯିବାର ଦେଖି ଦୁର୍ବୃତ୍ତମାନେ ଏଟିଏମରେ ନିଅଁ। ଲଗାଇ ସେଠାରୁ ଖସି ଯାଇଛନ୍ତି । ଯାହାଫଳରେ ଏଟିଏମଟି ପୋଡିଯାଇଛି । ଏହା ସହିତ ଏଟିଏମରେ ନିଅଁ। ଲାଗିଥିବା ଦେଖି ଦମକଳ ବିଭାଗ ଘଟଣାସ୍ଥଳରେ ପଞ୍ଚିଛି ନିଅଁ।କୁ ଆୟତ୍ତ କରିଥିଲା।

ତେବେ ଏଟିଏମ ଭାଙ୍ଗିବା ନିମନ୍ତେ ଦୁର୍ବୃତ୍ତ ଆଣିଥିବା ଗ୍ୟାସ୍ ଟାଙ୍କି ଏବଂ କଟରକୁ ଛାଡି ଚାଲିଯାଇଥିବା ବେଳେ ପୋଲିସ୍ ସେଗୁଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତମାନେ ଏଟିଏମକୁ ଭାଙ୍ଗିଥିବା ବେଳେ ଟଙ୍କା ବାକ୍ସରୁ କେତେ ଟଙ୍କା ଲୁଟିଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଖବର  ଜଣାପଡିବା ପରେ ମଙ୍ଗଳବାର ସକାଳୁ ଲୋକଙ୍କ ଭିଡ ସେଠାରେ ଲାଗି ରହିଛି ।  

   ସମ୍ବନ୍ଧିତ ଖବର


ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌