PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଏଟିଏମ୍‌ ନ ଭାଙ୍ଗି ୯ ଦିନରେ ୪୦ ଲକ୍ଷ ଲୁଟିନେଲେ ଲୁଟେରା: କେହି କିଛି ଜାଣିପାରିଲେନି,ସ୍ୱତନ୍ତ୍ର ଯନ୍ତ୍ର ସାହାର୍ଯ୍ୟରେ ଟଙ୍କା କାଢ଼ି ନେଲେ…

କୋଲକାତା,୩୧/୦୫: କେହି କିଛି ଜାଣିପାରୁ ନାହାନ୍ତି । ଏଟିଏମ୍‌ ବି ଭଙ୍ଗାଯାଉନି । ଅଥଚ ସେହି ଏଟିଏମ୍‌ରୁ ଜାଲିଆତି କରି ଗତ ୯ ଦିନ ମଧ୍ୟରେ ୪୦ଲକ୍ଷ ଟଙ୍କା ଲୁଟ୍‌ ହେବା ଘଟଣା ଆଶ୍ଚର୍ଯ୍ୟାନ୍ୱିତ କରିଛି । ତାହା ଆଉ କେଉଁଠି ନୁହେଁ, ଖାସ୍‌ କୋଲକାତାରେ ଘଟିଛି । କାଶୀପୁର, ନ୍ୟୁମାର୍କେଟ ଓ ଯାଦବପୁର ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ପୁଲିସ ସୂତ୍ରରୁ ଜଣାପଡ଼ିଛି, ନ୍ୟୁମାକେର୍ଟର ଏକ ଏଟିଏମରୁ ୧୮ଲକ୍ଷ ୮୦ହଜାର ଟଙ୍କା, ଯାଦବପୁରର ଏକ ଏଟିଏମରୁ ୧୩ଲକ୍ଷ ୮୦ ହଜାର ଟଙ୍କା ଓ କାଶୀପୁରର ଏକ ଏଟିଏମ୍‌ରୁ ୭ଲକ୍ଷ ଟଙ୍କା ଉଠାଇ ନିଆଯାଇଛି । ଏନେଇ ଲାଲବଜାର ଗୋଇନ୍ଦାମାନେ ତଦନ୍ତ କରୁଛନ୍ତି । ଏମାନେ ଏଟିଏମରୁ ଟଙ୍କା ଉଠାଇବାକୁ ଜାଲିଆତିକାରୀମାନେ ଏକ ଯନ୍ତ୍ରର ସାହାଯ୍ୟ ନେଇଛନ୍ତି । ଏହି ଯନ୍ତ୍ର ସାହାଯ୍ୟରେ ଏଭଳି କାଣ୍ଡ ଚାଲିଛି ।

ବିଶେଷଜ୍ଞମାନଙ୍କ ଅନୁମାନ, ଯେତେ ଅଙ୍କର ଟଙ୍କା ଉଠାଇବାକୁ ନିର୍ଦ୍ଦେଶ ଦିଆହୋଇଛି ମେଶିନକୁ, ତାଠାରୁ ଅଧିକ କିଛି ଗୁଣ ଟଙ୍କା ବାହାରି ଆସିଛି ଏଟିଏମ୍‌ରୁ। ମେଶିନ ଭଙ୍ଗାଯାଉନି । ଠିକ୍‌ ଯେପରି ଟଙ୍କା ଉଠାଯାଏ ସେହିପରି କାର୍ଡ ପୂରାଇ ଟଙ୍କା ଉଠାଯାଉଛି । ସୂତ୍ରରୁ ଖବର, ଏଟିଏମ୍‌ ସହିତ ଏକ ତାର ଦେଇ ଏହି ଯନ୍ତ୍ରଟିକୁ ସଂଯୋଗ କରାଯାଉଛି । ତାପରେ କାର୍ଡ ପୂରାଇ ଯେତେ ଟଙ୍କା ଉଠଇବା ପାଇଁ ନମ୍ବର ଚାପ ଦିଆଯିବ ତାଠାରୁ ବେଶି ଟଙ୍କା ବାହାରି ଆସୁଛି ।

ସୂଚନାଯୋଗ୍ୟ ଗ୍ରାହକ ନିଜ କାର୍ଡ ଏଟିଏମରେ ପୂରାଇବା ପରେ ସାଧାରଣତଃ କମାଣ୍ଡ ଅନୁସାରେ କାମ କରେ । କିନ୍ତୁ ଅନୁମାନ କରାଯାଉଛି ବ୍ୟାଙ୍କ ସହିତ ସଂଯୋଗକାରୀ ତାରକୁ ବଦଳାଇ ଦେଇଛନ୍ତି । ଯାହା ଫଳରେ ୨୦ ହଜାର କମାଣ୍ଡ ଦେଲେ ବି ଏହାର କେଇ ଗୁଣା ଟଙ୍କା ମେସିନରୁ ବାହାରି ଆସୁଛି । ଅଭିଯୋଗ ପାଇ ଲାଲବଜାର ଗୁଇନ୍ଦା ୱିଙ୍ଗ ଏହାର ତଦନ୍ତ କରୁଛି ।