PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶଦ୍ରୋହୀ ୟାସିନ ମଲିକକୁ ଆଜୀବନ ଜେଲ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ କୋର୍ଟ ଶୁଣାଇଲେ ଦଣ୍ଡାଦେଶ
  • ||
  • ସମ୍ୱଲପୁର : ଭବାନୀପାଲି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ , ମୃତକଙ୍କ ପରିଚୟ ମିଳନାହିଁ
  • ||
  • କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ୬ ମୃତ୍ୟୁ ଘଟଣା, ଏଣିକି କଳିଙ୍ଗା ଘାଟି ଦେଇ ଯାଇପାରିବ ନାହିଁ ଟୁରିଷ୍ଟ ବସ୍ , ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା
  • ||
  • ଝାରସୁଗୁଡ଼ା : ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍‌ର ବ୍ରାଉନସୁଗର ଜବତ, ୩ ଗିରଫ
  • ||
  • ଜଳେଶ୍ଵର : ପାର୍କିଂ କରୁଥିବା ବେଳେ ଚଢିଗଲା ଟ୍ରକ୍, ହେଲ୍‌ପର୍ ମୃତ
  • ||
  • କଂଗ୍ରେସକୁ ଝଟକା, ସମାଜବାଦୀ ପାର୍ଟି ଟିକେଟରୁ ନାମାଙ୍କନ ପତ୍ର ଦାଖଲ କଲେ କପିଲ ସିବଲ
  • ||
  • ସମ୍ବଲପୁର : ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ତଳ ମୁଣ୍ଡର ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ମାର୍ଚରୁ ବନ୍ଦ ହୋଇପାରେ ୧ଲକ୍ଷରୁ ଅଧିକ ଏଟିଏମ୍, ନେଣ ଦେଣ ପଡ଼ିବ ମହଙ୍ଗା

୧ ମାର୍ଚରୁ ସାରା ଦେଶରେ ଅଧାରୁ ଅଧିକ ଏଟିଏମ୍ ବନ୍ଦ ହୋଇପାରେ। କେବଳ ଏତିକି ନୁହେଁ ଏଟିଏମ୍ ବନ୍ଦ ହୋଇଗଲେ ନେଣ ଦେଣ ବି ପଡ଼ିଯିବ ମହଙ୍ଗା। ଏକଥା ଆମେ କହୁନୁ। ଏମିତି ଦାବି ଦେଶର ସବୁ ବ୍ୟାଙ୍କ୍ ଏବଂ ଧଳା ସ୍ତରର ଏଟିଏମ୍କୁ ସଂଚାଳିତ କରୁଥିବା ସଂସ୍ଥା କଟମି (ଏଟିଏମ୍ ଉଦ୍ୟୋଗ ସଙ୍ଗଠନ କନ୍ଫିଡରେସନ୍ ଅଫ୍ ଏଟିଏମ୍ ଇଣ୍ଡଷ୍ଟ୍ରି) କରିଛି। କଟମି ଏହି ସ୍ଥିତିରୁ ମୁକୁଳେଇବା ପାଇଁ ସରକାର ଏବଂ ଭାରତୀୟ ରିଜର୍ବ ବ୍ୟାଙ୍କ୍, ଏଟିଏମ୍ ରେ ନେଣ ଦେଣରେ ଲାଗୁଥିବା ଶୁଳ୍କକୁ ବଢ଼ାଇବା ପାଇଁ ରାୟ ଦେଇଛି।

କଟମିର ନିର୍ଦେଶକ ହିମାଂଶୁ ପୂଜାରା କହିଛନ୍ତି, ଏଟିଏମ୍ ବନ୍ଦ ହୋଇଗଲେ ହଜାର ହଜାର ଲୋକଙ୍କ ଚାକିରୀ ପଳେଇବ। ଏହା ସହିତ ସରକାରଙ୍କ ଆର୍ଥିକ କାରବାରରେ ସରଲତା ଆଣିବା ପାଇଁ କରିଥିବା ଯୋଜନାକୁ ଝଟକା ଲାଗିବ। ଏଟିଏମ୍ ସେବା ଦେଇଥିବା କମ୍ପାନିଗୁଡ଼ିକୁ ମାର୍ଚ ୨୦୧୯ ପର୍ଯ୍ୟନ୍ତ ପାଖାପାଖି ୧.୧୩ ଲକ୍ଷ ଏଟିଏମ୍ ବନ୍ଦ କରିବାକୁ ପଡ଼ିପାରେ। ଏଥିରେ ୧ ଲକ୍ଷ  ଅଫ୍ ସାଇଟ୍ ଏଟିଏମ୍ ଓ ୧୫ ହଜାର ହ୍ବାଇଟ୍ ଲେବଲ୍ ଏଟିଏମ୍ ଅଛି।

କଟମି କହିଛନ୍ତି ଯେ, ଏଟିଏମ୍ କମ୍ପାନି ନିଜର  ସଂଖ୍ୟା ଧିରେ ଧିରେ କମେଇବାରେ ଲାଗିଛନ୍ତି କାରଣ ଏଟିଏମ ଚଳାଇବାରେ କ୍ଷତି ସହିବାକୁ ପଡ଼ୁଛି। ବର୍ତମାନ ଛୋଟ ସହରରେ ଏଟିଏମ୍ କୁ ବନ୍ଦ କରାଯାଉଛି। ଏମିତିରେ ଏଟିଏମ୍ ବନ୍ଦ ହେଲେ ସହରରେ ବିମୁଦ୍ରୀକରଣ ଭଳି ପରିସ୍ଥିତି ଦେଖାଯିବ। ସବୁଠୁ ବେଶି ହଇରାଣ ହ୍ବାଇଟ ଲେବଲ ଏଟିଏମ୍ ଅପରେଟର୍ସ କୁ ହେଉଛି ଏବଂ ଏମାନେ ଅତିରିକ୍ତ ହଇରାଣ ଉଠାଇପାରିବେନି।

ଏହି ସଙ୍କଟରୁ ବାହାରିବା ପାଇଁ ରାସ୍ତା ଅଛି ବୋଲି କହିଛନ୍ତି ହିମାଂଶୁ। ୧ ଲକ୍ଷ ଏଟିଏମ୍ ବନ୍ଦ ହୋଇଯିବାକୁ ବଂଚାଇବା ପାଇଁ ସରକାର ଏବଂ ଭାରତୀୟ ରିଜର୍ବ ବ୍ୟାଙ୍କ ସହରରେ ଜମାହେଇଥିବା ଏଟିଏମର ନେଣ ଦେଣର ଶୁଳ୍କ ଯଦି ବଢ଼ାଇଦେବେ ତେବେ ଅସୁବିଧାରୁ ମୁକ୍ତି ମିଳିପାରିବ। କଟମି ଏଟିଏମ୍ ପାଇଁ ନକଦ ନେଣ ଦେଣର ଦରକୁ ୧୫ ଟଙ୍କା ରୁ ୧୮ ଟଙ୍କା ପର୍ଯ୍ୟନ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ଠିକ୍ ଟ୍ରାଂଜେକ୍ସନ୍ ପ୍ରତି ୨୦ ଟଙ୍କା ରୁ ବଢ଼େଇକି ୨୫ ଟଙ୍କା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଅଧିକାଂଶ ଉପଭୋକ୍ତାଙ୍କର ମାସିକ ସଂଖ୍ୟା ପାଇଁ ପାଂଚ ନିଶୁଳ୍କ ଏଟିଏମ୍ ନେଣ ଦେଣଠାରୁ ଅଧିକ। ପୂଜାରା ସରକାର ଗ୍ରାମୀକୁ ଆର୍ଥିକ ସବସିଡି ପ୍ରଦାନ କରନ୍ତୁ ତେବେ କମ୍ ରାଜସ୍ବ ଏବଂ ଆର୍ଥିକ ହଇରାଣକୁ ରୋକା ଯାଇପାରିବ। ଏହି ସବସିଡି କୁ ଏକ ଭଲ ଉପାୟରେ ଦେଖିବାର ଅଛି ତ ଏହା ସୁନିଶ୍ଚିନ୍ତ କି ଏଟିଏମ୍ ଢ଼େପ୍ଲୋପର୍ସ ସେବା ଜାରୀ ରଖିବେ ଏବଂ ଗ୍ରାମୀଣ ଭାରତ ନୂଆ ଏଟିଏମ୍ ବାହାର କରିବେ।

ସମ୍ବନ୍ଧିତ ଖବର