PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଏଟିଏମ୍‌ରୁ ଦେଢ଼କୋଟି ଲୁଟ୍‌ ଘଟଣା: ମୁଖ୍ୟ ଅଭିଯୁକ୍ତ ମୀନକେତନ ଗିରଫ

ଭୁବନେଶ୍ୱର ୩୧/୮: ଏଟିଏମ୍‌ରୁ ଦେଢ଼ କୋଟି ଟଙ୍କା ଚଳୁ ମାମଲାରେ ଜଟଣୀ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ତାଙ୍କ ନାମ ମୀନକେତନ ପରିଜା(୨୬) । ଘର ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ସତପୁରୀ । ସେ ‘ସିକ୍ୟୋର ଭାଲ୍ୟୁ ଅଫ୍‌ ଅଣ୍ଡିଆ ଲିମିଟେଡ୍‌’ରେ କାର୍ଯ୍ୟ କରୁଥିଲେ । ତେବେ ଏହି ଲୁଟ୍‌ପାଟରେ ସଂପୃକ୍ତ ଅନ୍ୟମାନଙ୍କୁ ପୁଲିସ ଗିରଫ କରିପାରି ନାହିଁ । ଘଟଣା ସମ୍ପର୍କରେ ଆଜି ‘ପ୍ରମେୟ’ରେ ସବିଶେଷ ରିପୋର୍ଟ ପ୍ରକାଶ ପାଇବା ପରେ ପୁଲିସ ତରବରିଆ ଭାବେ କେବଳ ମୀନକେତନଙ୍କୁ ଗିରଫ କରି ଜେଲ୍‌ ପଠାଇଛି । ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପୁଲିସ ପହଞ୍ଚି ପାରିନାହିଁଁ ।

ସୂଚନା ଥାଉକି, ଧଉଳି ଥାନା ଲିଙ୍ଗିପୁର ପ୍ଲଟ୍‌ ନମ୍ବର ୧୭୪୦/୩୮୨୫ରେ ରହିଛି ‘ସିକ୍ୟୋର ଭାଲ୍ୟୁ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ର’ର ଅଫିସ୍‌ । ଏହି ସଂସ୍ଥାର କାମ ହେଲା ଏଟିଏମ୍‌ରେ କ୍ୟାସ୍‌ ଲୋଡ୍‌ (ଟଙ୍କା ଭରିବା) କରିବା । ସଂସ୍ଥା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍‌ର ଦାୟିତ୍ୱ ନେଇଛି । ଜଟଣୀ, ଖୋର୍ଦ୍ଧା ଓ ରଣପୁର ଅଞ୍ଚଳରେ ଥିବା ଆକ୍ସିସ୍‌, ଆଇସିଆଇସିଆଇ ଓ ଏସ୍‌ବିଆଇର ଏଟିଏମ୍‌ରେ ମଧ୍ୟ ଟଙ୍କା ଲୋଡ୍‌ କରୁଥିଲା । ତେବେ ଚଞ୍ଚକତା କରି ଉକ୍ତ ସଂସ୍ଥାରେ କାମ କରୁଥିବା ମୀନକେତନ ଓ ଅନ୍ୟ ୩ ଜଣ ମିଶି କୋଟିଏ ୭୨ ଲକ୍ଷ ଟଙ୍କା ହଡ଼ପ କରିଥିଲେ । ଘଟଣା ଜଣାପଡ଼ିବା ପରେ ଏନେଇ ଜଟଣୀ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସରେ ଅଭିଯୋଗ ହେବାପରେ ମୀନକେତନ ସିକ୍ୟୁରିଟି ଗାର୍ଡଙ୍କ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପ୍ରଥମେ ପୁଲିସ୍‌ ଏହି ଘଟଣାକୁ ଚାପିବାକୁ ଉଦ୍ୟମ ହୋଇଥିଲା । ହେଲେ କଥା ଗଣମାଧ୍ୟମକୁ ଆସିଲା ପରେ ପୁଲିସ୍‌ ମୀନକେତନଙ୍କ ଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଗୋଟିଏ କେଟିଏମ୍‌ ବାଇକ୍‌, ହୋଣ୍ଡା ସିଟି କାର୍‌ (ଓଡି୦୫ଏଏ୪୭୮୨), ଇନୋଭା କାର୍‌ (ଓଡି୦୫ଏମ୍‌୦୦୦୨), ନୂଆ ବୋଲେରୋ, ୩୦ ଗ୍ରାମର ସୁନା ଅଳଙ୍କାର, ୪୦ ଲକ୍ଷ ଟଙ୍କା ମୂଲ୍ୟର ଡିଜେ ମେସିନ ଓ ୨ଟି ମିନି ଟ୍ରକ୍‌ ଜବତ କରିଥିଲା । ପୁଲିସ୍‌ ତଦନ୍ତ ଆଗେଇବାରେ ଅନେକ ବିସ୍ଫୋରକ ତଥ୍ୟ ପଦାକୁ ଆସିଥିଲା । ହଡପକାରୀଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ କମିଶନରେଟ୍‌ ପୁଲିସ୍‌ରେ ଥିବା ଜଣେ ଅଧିକାରୀଙ୍କ ସମ୍ପର୍କୀୟ । ତେଣୁ ପୁଲିସ ସେହି ଅଭିଯୁକ୍ତ ଜଣଙ୍କୁ ଖସାଇବାକୁ ଉଦ୍ୟମ ଚଳାଇଛି । ତେବେ ‘ପ୍ରମେୟ’ରେ ଏହି ଖବର ଆଜି ପ୍ରକାଶିତ ହେବାପରେ ପୁଲିସ କେବଳ ମୀନକେତନଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ପୁଲିସ ମୁହଁ ଖୋଲୁନାହିଁ ।

ସମ୍ବନ୍ଧିତ ଖବର