PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମୋବାଇଲ ପାଇଁ ଗଲା ଜୀବନ : ହାତରୁ ଫୋନ୍‌ ଛଡାଇନେଲା ମାଆ, ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲା ନାବାଳିକା

ରାଉରକେଲା, ୫।୮:  ମୋବାଇଲ ପାଇଁ ୧୪ ବର୍ଷୀୟା ନାବାଳିକା ଝିଅର ଆତ୍ମହତ୍ୟା । ଘରେ କେହି ନଥିବା ବେଳେ ନିଜ ଦେହରେ କିରୋସିନି ଢ଼ାଳି ନିଜେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ନାବାଳିକା । ଏପରି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସେକ୍ଟର ୩ ଅଞ୍ଚଳରେ । ପ୍ରାଣ ହରାଇଥିବା ନାବାଳିକା ହେଲେ କାଦମ୍ବିନୀ ଦୀପ୍‌ ।

ସୂଚନାନୁସାରେ, କାଦମ୍ବିନୀ ସେକ୍ଟର-୩  କ୍ବାର୍ଟର ନମ୍ବର ୧୦ରେ ରହୁଥିଲେ । ତାଙ୍କ ବାପା ସଦନନ୍ଦ ଦୀପ  ଏଜଜ୍ୟୁକେଟିଭ ଆସୋସିଏସନରେ କେୟାର ଟେକର ଭାବରେ କାମ କରନ୍ତି । ତେବେ ଝିଅ କାଦମ୍ବିନୀ ଦୀପ୍‌  ବାରମ୍ବାର ମୋବାଇଲରେ ଗେମ ଖେଳୁଥିଲେ । ବାପା  ଓ ମାଆ ଏଥିପାଇଁ ବାରମ୍ବାର ବାରଣ କରୁଥିଲେ।  କିନ୍ତୁ ବାପ ମାଆଙ୍କ ତାଗିଦକୁ ମାନୁନଥିଲା  ଝିଅ।

ଏପରିକି ବୁଧବାର ସଂଧ୍ୟାରେ ନାବାଳିକା ଝିଅ ମୋବାଇଲ ଖେଳୁଥିବା ସମୟରେ ମାଆ ପାଟି କରିବା ସହ ହାତରୁ ମୋବାଇଲ ଛଢ଼ାଇ ନେଇଥିଲେ। ଏଥିରେ ରାଗିଯାଇ  ଘରେ କେହି ନଥିବା ସମୟରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ  ଉଦ୍ୟମ କରିଥିଲେ କାଦମ୍ବିନୀ । ଘର ଭିତରୁ ପ୍ରବଳ ଧୂଆଁ ବାହାରୁ ଥିବାର ଦେଖି ପଡ଼ୋଶୀ ପୋଲିସ ସହ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ । ପୋଲିସ ସହ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ନାବାଳିକାକୁ  ଉଦ୍ଧାର କରି ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ତେବେ ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିଲା । ଫଳରେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।  

ସମ୍ବନ୍ଧିତ ଖବର