PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ

କୋଣାର୍କ, ୨୨/୦୯ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ। କୋଣାର୍କ ଏନଏସିର ୭ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା। ଯୋଗେନ୍ଦ୍ର ମହାରଣା ନାମକ ଜଣେ ବୃଦ୍ଧ ଗତ କିଛିଦିନ ହେବ ରୋଗରେ ପୀଡିତ ହୋଇ କଷ୍ଟ ଯନ୍ତ୍ରଣା ପାଉଥିଲେ। ବୃଦ୍ଧାବସ୍ଥା ବେଳେ କୌଣସି ଆତ୍ମୀୟସ୍ଵଜନ ପାଖରେ ନଥିବାରୁ ମାନସିକ ବିକାରଗସ୍ତ ହୋଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି।

ସୂଚନା ଅନୁସାରେ, କୋଣାର୍କ NACର ୭ ନମ୍ବର ୱାର୍ଡରେ ଯୋଗେନ୍ଦ୍ର ମାହାରଣା(୭୦ ବର୍ଷ) କିଛିଦିନ ହେବ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିଲେ l ଗତକାଲି ବିଳମ୍ବିତ ରାତିରେ ଘର ନିକଟ ସ୍କୁଲ ହତାରେ ଥିବା ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳୁ ଗ୍ରାମବାସୀମାନେ ଦେଖି କୋଣାର୍କ ପୋଲିସକୁ ସୂଚନା ଦେଇଥିଲେ l ଖବର ପାଇ ପୋଲିସ ଘଟଣାସ୍ଥାନରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଶବକୁ ଜବତ କରି ଏକ ଅପମୃତ ମାମଲା ରୁଜ୍ଜୁ କରି ଚାରିଛକ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ଯୋଗେନ୍ଦ୍ରଙ୍କର ଦୁଇ ପୁତ୍ର ଅଛନ୍ତି। ଜଣେ ପୁଅ ମାଧ୍ୟମା ନନ୍ଦ ମହାରଣା ଅନ୍ୟ ରାଜ୍ୟରେ ରହୁଥିବା ବେଳେ ସାନ ପୁଅ ପପୁ କାକଟପୁରରେ ରୁହନ୍ତି l ରୋଗରେ ପୀଡିତ ବୃଦ୍ଧ ଜଣକ ଏକୁଟିଆ ରହୁଥିବାରୁ ମାନସିକ ବିକାରଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡୁଛି l