ଫିନାଇଲ୍ ପିଇ ଗୋଟିଏ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ସମସ୍ତେ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡା ୨।୬ : ଫିନାଇଲ୍ ପିଇ ଗୋଟିଏ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ଼ରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନାଯୋଗ୍ୟ ଯେ, ଫିନାଇଲ୍ ପିଇ ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସାନଭାଇର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ପରିବାର ଲୋକ ଏଭଳି ନିଷ୍ପତ୍ତି ନେଇଥିଲେ। ପରିବାର ଲୋକଙ୍କ ମଧ୍ୟରେ ୩ ଭଉଣୀ, ବଡ ଭାଇ ସହ ମା’ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବଡ ଭଉଣୀ ଲିଲି ବିଶ୍ବାଳ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଗତକାଲି ସାନପୁଅର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ପରିବାର ଲୋକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସାନପୁଅ ଦୀପକ ବିଶ୍ବାଳ ଦୁର୍ଘଟଣାର ଶିକାର ହୋଇ ଦୁଇ ବର୍ଷ କୋମାରେ ରହିବା ପରେ ଗତକାଲି ମୃତ୍ୟୁବରଣ କରିଥିଲେ । ମୃତଦେହ ଘରେ ପଡିଥିବା ବେଳେ ପରିବାର ସଦସ୍ୟ ଏହିଭଳି କଠୋର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

   ସମ୍ବନ୍ଧିତ ଖବର


ବେଆଇନ ଦେଶୀ ମଦ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କଲେ ମହିଳା

‘ସରକାର ସମସ୍ତଙ୍କ ଦୁଃଖ ବୁଝିଲେ, ଆମ ଦୁଃଖ ବୁଝନ୍ତୁ’

ବନ୍ଯଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ

ଅନୁଗୁଳ: ଭରତ ନଗରର ୪୮ ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହ , ଦାବି ପୂରଣ ନହେଲେ ସବୁ ଅଚଳ କରିବାକୁ ଚେତାବନୀ…