ବ୍ରହ୍ମପୁର: ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର ୩/୧୨: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁରେ ଆତଙ୍କରାଜ ଦେଖିବାକୁ ମିଳିଛି । ଖଣ୍ଡାରେ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ କିଛି ଦୁର୍ବୃତ୍ତ । ଆହତ ଯୁବକ ଜଣକ ହେଲେ ବୋମକେଇ ସ୍ଥିତ ସେବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ଜଣେ କନିଷ୍ଠ କିରାଣୀ ନିରାକାର ପ୍ରଧାନ ।

ଆଜି ଦିନ ପ୍ରାୟ ୧୦ଟା ସମୟରେ ନିରାକାରଙ୍କୁ ମାରପିଟ୍ କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଏଥିରେ ନିରାକାରଙ୍କ ହାତ ପାପୁଲି ଓ ପିଠିରେ ଗଭୀର ଭାବେ ଆଘାତ ଲାଗିଛି । ରାସ୍ତା ମଝିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ତେବେ କଲେଜ ନିକଟରେ ଏହି ଆକ୍ରମଣ ହୋଇଥିବାବେଳେ ଏହି ଦୃଶ୍ୟ ଦେଖି ଛାତ୍ରଛାତ୍ରୀ ଦୌଡି କଲେଜ ଭିତରକୁ ଚାଲିଯାଇଥିଲେ । ଖବର ପାଇ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ  ଚେଷ୍ଟା ଜାରି ରଖିଛି । ତେବେ ଆହତ ନିରାକାର ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଛନ୍ତି ।

   ସମ୍ବନ୍ଧିତ ଖବର


ଗଞ୍ଜାମରେ ଆଖି ବୁଜିଲେ ୪ କରୋନା ଯୋଦ୍ଧା

ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍: ୨ IAS ଓ ୬ OASଙ୍କୁ ଦାୟିତ୍ୱ

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ: ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ବ୍ରହ୍ମପୁର: ୯ ପୋଲିସ କର୍ମଚାରୀଙ୍କୁ କରୋନା

ପୁଣି କରୋନାରେ ଆଖି ବୁଜିଲେ ୨ ଆକ୍ରାନ୍ତ: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ରାଜ୍ୟରେ ପୁଣି ୩ଜଣଙ୍କ ଜୀବନ ନେଲା କରୋନା: ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି