PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ହୋଟେଲ ମ୍ୟାନେଜର ଓ ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି,୪/୮(ଆ.ପ୍ର):ହୋଟେଲ ମ୍ୟାନେଜର ଓ ଘର ମାଲିକ ଙ୍କୁ ଭୁଜାଲିରେ ହାଣିଦେଲେ।ଏଭଳି ଘଟଣା ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ତେଲିପାଳ ଅଞ୍ଚଳରେ ଥିବା ଏକ ଢ଼ାବା ରେ ଘଟିଛି ।ଦୁଇ ଯୁବକ ଗୁରୁତର ହୋଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତିହୋଇଛନ୍ତି।

ସୂଚନାଯୋଗ୍ୟ ତେଲିପାଳ ଅଂଚଳରେ ଥିବା ପେଟ୍ରୋଲ ପମ୍ପ ନିକଟରେ କୂଳଡ଼ିହା ଢ଼ାବାକୁ ତିନିଜଣ ଯୁବକ ଖାଇବାକୁ ଆସିଥିଲେ।ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।ତିନିଜଣ ଯୁବକ ହୋଟେଲ ମ୍ୟାନେଜର ରଜନୀକାନ୍ତ ବାରିକ ଙ୍କୁ ମରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ।ସେ ଜୀବନ ବିକଳରେ ଦୌଡ଼ୁଥିବା ବେଳେ    ଘର ମାଲିକ ମୁକ୍ତିକାନ୍ତ ସ ଯାଇ ଛଡାଇବାକୁ ଉଦ୍ୟମ  କରିଥିଲେ। ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ବରମପୁର ପୋଲିସ ଆସି ତଦନ୍ତ ଆରମ୍ଭ କରିଥିବା ଦେଖାଯାଇଛି।