PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଉପ-ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନୀଲ ବୈଜଲ
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଛି ଧମକ!, ନିର୍ବାଚନରେ ଲଢ଼ିବାକୁ ଦିଆଯିବନି ବୋଲି ଧମକ ମିଳୁଥିବା ଚନ୍ନୀଙ୍କ ଅଭିଯୋଗ

pic-indiatoday

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ଆଶ୍ଚର୍ଯ୍ୟକର ବୟାନ। ତାଙ୍କୁ ଧମକ ମିଳୁଛି। ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କୁ ଲଢ଼ିବାକୁ ଦିଆଯିବ ନାହିଁ ବୋଲି ଧମକ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଚନ୍ନୀ ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ ଏକଥା କହିଛନ୍ତି।

ସେ କହିଛନ୍ତି ” ମୋ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଉଛି। ଯେଉଁମାନଙ୍କୁ କଷ୍ଟୁଡିରେ ନେଇ ପଚରାଉଚରା କରାଯାଉଛି ସେମାନେ ମୋତେ ଏହି ସୂଚନା ଦେଇଛନ୍ତି।” ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ବେଆଇନ ବାଲି ଖନନ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଚନ୍ନୀଙ୍କ ସମ୍ପର୍କୀୟଙ୍କ ଘରେ ବି ଇଡି ଚଢ଼ାଉ କରିଥିଲା। ଏହାର ଗୋଟିଏ ଦିନ ପରେ ଚନ୍ନୀ ଏପରି ମନ୍ତବ୍ୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି “ମୋ ଘରୁ କୌଣସି ବେଆଇନ ଟଙ୍କା ବାହାରି ନାହିଁ। ମୋ ପୁତୁରାଙ୍କୁ ମିଛରେ ଫସାଯାଇ ଅଟକ ରଖାଯାଇଛି। ସେ ବର୍ତ୍ତମାନ କେଉଁଠି ଅଛି ମୁଁ ଏପର୍ଯ୍ୟନ୍ତ ଜାଣିପାରୁନି।

ଚନ୍ନୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୮ରେ ରୁଜୁ ହୋଇଥିବା ଏକ ମାମଲାରେ କୁଦ୍ରତଦୀପ ସିଂହ ନାମକ ଜଣେ ବ୍ୟକ୍ତି ଜେଲ୍‌ରୁ ମୁକୁଳିଥିଲେ। ହେଲେ ତାଙ୍କ ସହିତ ସମ୍ପର୍କ ଥିବାରୁ ଭୂପିନ୍ଦର ସିଂହ ହନିଙ୍କୁ ମିଛଟାରେ ଫସାଯାଉଛି। ଚନ୍ନୀଙ୍କ କହିବା କଥା ହେଲା କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ସରକାର ସମୟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ରେଡ୍ ପଛରେ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଓ ବାଦଲ ପରିବାର ରହିଛନ୍ତି। ମୋ ଭଳି ଜଣେ ବ୍ୟକ୍ତି ଗରିବ ପରିବାରରୁ ଆସି ମୁଖ୍ୟମନ୍ତ୍ରୀ ହୋଇଛି ବୋଲି ସେମାନଙ୍କର ଈର୍ଷା ହେଉଛି ବୋଲି ଚନ୍ନୀ କହିଛନ୍ତି।

ଇଡିର ରେଡ୍‌କୁ କୃଷକ ଆନ୍ଦୋଳନ ସହିତ ଯୋଡ଼ି ଶ୍ରୀ ଚନ୍ନୀ କହିଛନ୍ତି ଯେ ବିକ୍ଷୋଭପ୍ରଦର୍ଶନକାରୀ କୃଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲି ନାହିଁ ବୋଲି ମୋ ସମ୍ପର୍କୀୟଙ୍କ ଘରେ ଇଡି ଚଢାଉ କରୁଛି। ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ” କଣ ମୁଁ କୃଷକଙ୍କ ବିରୋଧରେ ପୁଲିସ ଫୋର୍ସ ବ୍ୟବହାର କରିଥାନ୍ତି ? ଏହା କେବେ ସମ୍ଭବ ନୁହେଁ। କିନ୍ତୁ କେନ୍ଦ୍ର ସରକାର ଅନାବଶ୍ୟକ ଭାବେ ପଞ୍ଜାବ ଓ ପଞ୍ଜାବର କୃଷକଙ୍କୁ ବଦନାମ କରୁଛନ୍ତି।”

ପଞ୍ଜାବ ଓ ପଶ୍ଚିମବଙ୍ଗ ସବୁବେଳେ କ୍ରାନ୍ତିକାରୀ ରାଜ୍ୟ ଭାବେ ପରିଚିତ ବୋଲି ଚନ୍ନୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେବେବି ପଞ୍ଜାବରେ ନିର୍ବାଚନ ଆଲେ କେନ୍ଦ୍ର ସରକାର ବିରୋଧୀ ଦଳ ବିରୋଧରେ ଇଡିର ଦୁରୁପଯୋଗ କରି ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି।

ସୂଚନା ଥାଉକି, ପଞ୍ଜାବରେ ଫେବ୍ରୁଆରୀ ୨୦ ତାରିଖରେ ନିର୍ବାଚନ ଆରମ୍ଭ ହେବ। ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏଠାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର