ଟ୍ରେନ୍‌ରେ ପ୍ରବାସୀଙ୍କ ବଦମାସି : ଚେନ୍‌ ଟାଣି ଖସିଯିବାକୁ ଉଦ୍ୟମ, ସମସ୍ତଙ୍କୁ ଅଟକ ରଖିଲା ପୋଲିସ

ଅନୁଗୋଳ ୧୧।୦୫: ଟ୍ରେନ୍ ରୁ ପ୍ରବାସୀ ଓଡ଼ିଆ ଫେରାର । ଅହମ୍ମଦାବାଦରୁ ପ୍ରବାସୀ ଓଡିଆଙ୍କୁ ଆଣି ଆସୁଥିବା ଶ୍ରମିକ ଏକ୍ସପ୍ରେସ୍ ରୁ  ୬ଜଣ ପ୍ରବାସୀ ଓଡିଆ ଅନୁଗୁଳ ନିକଟରେ ଚେନ୍ ଟାଣି ଫେରାର ହୋଇଯାଇଥିଲେ । ଅନୁଗୋଳ ମଝିକା ଶିବ ମନ୍ଦିର ନିକଟରେ ଟ୍ରେନ୍ ଚେନ୍ ଟାଣି ପଳାଇବାକୁ ପ୍ରୟାସ କରିଥିଲେ । ସେମାନଙ୍କୁ ଅନୁଗୋଳ ପୋଲିସ ଅଟକ ରଖିବା ସହ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି ।

ସୂଚନାଯୋଗ୍ୟ ଯେ, ଗୁଜୁରାଟ ଅହମ୍ମଦାବାଦରୁ ଓଡିଶା ଆସୁଥିଲା ଏକ ଟ୍ରେନ୍‌ । ଏହି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ଟି ଖୋର୍ଦ୍ଧା ଅଭିମୁଖେ ଆସୁଥିଲା । କିନ୍ତୁ  ଅନୁଗୋଳ ମଝିକା ଶିବ ମନ୍ଦିର ନିକଟରେ ହଠାତ୍‌ ଟ୍ରେନ୍‌ଟି ଅଟକିଯାଇଥିଲା । ଅତିକମ୍‌ରେ ଟ୍ରେନ୍‌ ପ୍ରାୟ ୧୦ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା । ତେବେ ଏହି ସମୟରେ କିଛି ଲୋକ ଟ୍ରେନରୁ ଓହ୍ଲାଇ ଦୌଡିବାକୁ ଲାଗିଥିଲେ । କିନ୍ତୁ କିଛି ବାଟ ଦୌଡି ପରେ ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସମସ୍ତଙ୍କୁ ଅଟକ ରଖି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ରାତିର ଅନ୍ଧାରର ସୁଯୋଗ ନେଇ ଖସିଯିବାକୁ ଉଦ୍ୟମ କରୁଥିଲେ । ଯାହା କି ବିଫଳ ହୋଇଛି।  

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…