PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସୁପ୍ରିମକୋର୍ଟଙ୍କୁ ଆଟର୍ଣ୍ଣି ଜେନେରାଲଙ୍କ ପରାମର୍ଶ: ଏକ ସମୟରେ ଜଣେ ଓକିଲଙ୍କୁ କହିବାକୁ ସୁଯୋଗ ଦିଆଯାଉ

ନୂଆଦିଲ୍ଲୀ ୧୯/୧୨: ଭାରତର ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ବୁଧବାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ କି ସିଏ ପାକିସ୍ତାନର ସୁପ୍ରିମକୋର୍ଟରେ ପ୍ରଚଳିତ ଗୋଟିଏ ବ୍ୟବସ୍ଥାର ଅନୁସରଣ କରନ୍ତୁ । ସେ କହିଥିଲେ ଯେ ପାକିସ୍ତାନୀ ସୁପ୍ରିମକୋର୍ଟ ଭଳି ଭାରତର ସୁପ୍ରିମକୋର୍ଟରେ ବି ଏକ ସମୟରେ କେବଳ ଜଣେ ଓକିଲଙ୍କୁ ଯୁକ୍ତି ଉପସ୍ଥାପନ କରିବାର ସୁଯୋଗ ଦିଆଯାଉ ।

ଏଥିପାଇଁ କୋର୍ଟ ରୁମ ପରିସରରେ ଏକ ମଞ୍ଚ କରାଯାଇପାରିବ । ଏକ ସମୟରେ ଅନେକ ଓକିଲ ଯୁକ୍ତି କରୁଥିବାରୁ କାହା କଥା ସ୍ପଷ୍ଟ ଭାବେ ଶୁଣି ହେଉନାହିଁ କି କିଛି ବୁଝି ହେଉନାହିଁ । ଭାରତର ସୁପ୍ରିମକୋର୍ଟ ଅପେକ୍ଷା ହାଇକୋର୍ଟଗୁଡିକରେ ଓକିଲମାନେ ଅପେକ୍ଷାକୃତ ଶୃଙ୍ଖଳିତ ଭାବେ ଯୁକ୍ତି ଉପସ୍ଥାପନ କରିଥାନ୍ତି । କିନ୍ତୁ ଏଠାକୁ ଆସିଲେ ସେମାନେ ଓଲଟା ଆଚରଣ କରିଥାନ୍ତି । ନାଗରିକତା ଅଧିକାର ସଂଶୋଧନ ଆଇନକୁ ନେଇ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାଗୁଡିକର ଶୁଣାଣି ସମୟରେ ବେଣୁଗୋପାଳ ଏହି କଥା କହିଥିଲେ ।

ଶୁଣାଣି ବେଳେ ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ସିବଲ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବା ଆରମ୍ଭ କରିଥିଲେ। ଏହାପରେ ଆଉ କେତେ ଜଣକ ଓକିଲ ମଧ୍ୟ ଏକ ସମୟରେ ନିଜ ନିଜର ମତ ଉପସ୍ଥାପନା କରିଥିଲେ ଯାହାକୁ ନେଇ ଆଟର୍ଣ୍ଣି ଜେନେରାଲ ଏଭଳି ପ୍ରତିକ୍ରିୟା ଦେଇଥିଲେ। ଏହା ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ ଏ ବୋବଡେ କହିଥିଲେ ଯେ ଏକ ସମୟରେ ଜଣେ ଓକିଲ ଯୁକ୍ତି ଉପସ୍ଥାପନ କରନ୍ତୁ ବୋଲି ସେ ମଧ୍ୟ ଚାହାନ୍ତି । ଓକିଲମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ ।

ସମ୍ବନ୍ଧିତ ଖବର