ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅତୁଲ ଗର୍ଗଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍

ଉତ୍ତରପ୍ରଦେଶ ୧୮।୮ : ଉତ୍ତରପ୍ରଦେଶ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଅତୁଲ ଗର୍ଗଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ପରେ ତାଙ୍କୁ ଆଇସୋଲେଟ୍‌ କରାଯାଇଛି। ମୁଖ୍ୟ କଥା ହେଉଛି, ଯୋଗୀ ସରକାରଙ୍କ ଅନେକ ମନ୍ତ୍ରୀ କରୋନା ସଂକ୍ରମିତ। ଯେଉଁଥିରୁ ଦୁଇଜଣ ମନ୍ତ୍ରୀ ହେଲେ କମଲ ରାନୀ ବରୁଣ ଏବଂ ଚେତନ ଚୌହାନଙ୍କର ମୃତ୍ୟୁ ଘଟିଛି।

ଏହାପୂର୍ବରୁ ଯୋଗୀ ସରକାରଙ୍କ ମୋଟ ଆଠ ଜଣ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂ ଓରଫ୍‌ ମୋତି ସିଂ, ଆଇନ ଓ ନ୍ୟାୟ ମନ୍ତ୍ରୀ ବ୍ରଜେଶ ପାଠକ, ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂ, ଆୟୁଷ ରାଜ୍ୟମନ୍ତ୍ରୀ,  ମନ୍ତ୍ରୀ ଧରମ ସିଂ ସାଇନି, ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ସାମିଲ ରହିଛନ୍ତି।

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨୭ ଲକ୍ଷରୁ ଅଧିକ, ଯେଉଁଥିରେ ୫୧ ହଜାର ୭୯୭ ଜଣଙ୍କର ମୃତ୍ୟୁ ହୋଇଛି। ୧୯ ଲକ୍ଷ ୭୭ ହଜାରରୁ ଅଧିକ ରୋଗୀ ଆରୋଗ୍ୟ ହୋଇଥିବାବେଳେ ୬ ଲକ୍ଷ ୭୩ ହଜାର ରୋଗୀ ସକ୍ରିୟ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫୫ ହଜାରରୁ ଅଧିକ ନୂତନ ମାମଲା ଆସିଛି ଏବଂ ୮୭୬ ଜଣଙ୍କର ମୃତ୍ୟୁ ହୋଇଛି।

   ସମ୍ବନ୍ଧିତ ଖବର


ଓ୍ବାଜିଦଙ୍କ ପରଲୋକ ପରେ ପରିବାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ, କହିଲେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି …

ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର