PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ନିଲାମ ହେବ ମହାପ୍ରଭୁଙ୍କ ଜମି

ପୁରୀ,୧୫ ।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦଶ ହଜାର ଏକରରୁ ଅଧିକ ଜମି ମେଲା ମୁକୁଳା ପଡ଼ିଛି । ଜବରଦଖଲକାରୀ ଏହାର ଫାଇଦା ଉଠାଉଛନ୍ତି । ଏହି ଜମିକୁ ଚିହ୍ନଟ କରି ଖୋଲା ନିଲାମ(ଅକ୍ସନ) କରିବାକୁ ଗତ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ତଦନୁସାରେ ଏବେ ମୁକୁଳା ପଡ଼ିଥିବା ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ସଂପ୍ରତି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ରାଜସ୍ୱ ମଣ୍ଡଳରେ ୩ଟି ମୌଜାରେ ଥିବା ଏହି ବର୍ଗର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଚିହ୍ନଟ କରିଛି । ଏହି ୩ଟି ମୌଜାରେ ମୋଟ ୧୮୪ ଦଶମିକ ୫୭୧ ଏକର ଜମି ଚିହ୍ନଟ କରାଯାଇଛି । ରାଜ୍ୟର ବିଭିନ୍ନ ତହସିଲରେ ରହିଥିବା ଏଭଳି ଜମିକୁ ଚିହ୍ନଟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି । ଏହି ଚିଠି ଆଧାରେ ବିଭିନ୍ନ ଇଲାକାରେ ରହିଥିବା ମହାପ୍ରଭୁଙ୍କ ଅସୁରକ୍ଷିତ ଜମିକୁ ଖୋଲାରେ ନିଲାମ କରଯିବ ବୋଲି ଖବର ମିଳିଛି ।
ବର୍ତ୍ତମାନ ଚିହ୍ନଟ ହୋଇଥିବା ଜମିକୁ ନିଲାମ କରାଯିବା ପୂର୍ବରୁ କେତେକ ଆଇନଗତ ବିଧିବିଧାନ ଅନୁପାଳନ କରାଯିବାର ନିୟମ ରହିଛି । ଜମିର ବର୍ତ୍ତମାନର ସ୍ଥିତିକୁ ପ୍ରଥମେ ଯାଞ୍ଚ କରାଯାଇଛି । ଏହି ଜମିକୁ ବିକ୍ରି କରିବାକୁ ଜମିର ସବିଶେଷ ତଥ୍ୟ ସହ ଦର ପ୍ରସ୍ତାବ ପ୍ରଥମେ ଦିଆଯିବ ସଂପୃକ୍ତ ଜିଲ୍ଲା ଜମି କମିଟିକୁ । ପର୍ଯ୍ୟାୟକ୍ରମେ ଏହି ପ୍ରସ୍ତାବ ଜିଲ୍ଲାସ୍ତରୀୟ ଜମି କମିଟି, ଶ୍ରୀମନ୍ଦିର ଜମି ସବ୍‌କମିଟି, ପରେ ପରିଚାଳନା କମିଟିର ଅନୁମୋଦନ ମଗାଯିବ । ଶେଷରେ ରାଜ୍ୟସ୍ତରୀୟ ଜମି କମିଟିକୁ ଏହି ପ୍ରସ୍ତାବ ଯିବ । ଜିଲ୍ଲା ଜମି କମିଟି ଏବଂ ପରିଚାଳନା କମିଟିର ଦରକୁ ଆଧାର କରି ରାଜ୍ୟ କମିଟି ଜମିର ଦରକୁ ଅନୁମୋଦନ କରିବା ପରେ ଖୋଲାରେ ନିଲାମ ନୋଟିସ ପ୍ରକାଶର ବିଧି ବ୍ୟବସ୍ଥା ରହିଛି । ଏହି ଜମିର ମୂଲ୍ୟ ବଜାର ଦର ମୁତାବକ ଏକର ପ୍ରତି ୧୧ ଲକ୍ଷ ଟଙ୍କା ହେଲେ ମନ୍ଦିର ପ୍ରଶାସାନ ପାଖାପାଖି ୨୦ କୋଟି ଟଙ୍କାର ଉପାର୍ଜନ ପାଇବା ଆଶା କରାଯାଉଛି । ପ୍ରଥମ ଦଫାର ସଫଳତା ଆଗକୁ ଖୋଲା ମୁକୁଳା ପଡ଼ିଥିବା ମହାପ୍ରଭୁଙ୍କ ଜମିର ବିକ୍ରି ରାସ୍ତାକୁ ଖୋଲି ଦେବ ବୋଲି ମନ୍ଦିର ପ୍ରଶାସନ ବିଚାର କରୁଛି ।
ସଂପ୍ରତି ସମଗ୍ର ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ୬୦ ହଜାର ୪୧୮ଏକର ଜମି ଚିହ୍ନଟ କରାଯାଇଛି । ଏଥିରୁ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ ଆଫ୍‌ ରାଇଟ ସଂଶୋଧନ ହୋଇଛି ୩୪ ହଜାର ୨୦୦ ଏକର ଜମି । ବାକି ଜମି ମନ୍ଦିର ମାଲିକାନାକୁ ଆସିପାରିନାହିଁ । କେତେକ ସ୍ଥାନରେ ଜବରଦଖଲ କାରଣରୁ ମକଦ୍ଦମା ଚାଲିଛି । ଆଉ କେତେକ ସ୍ଥାନରେ ଜମି ଟିହ୍ନଟ ହୋଇନାହିଁ । ମୋକଦ୍ଦମାରେ ଛନ୍ଦି ହୋଇଥିବା ଜମିକୁ ବାଦ ଦେଲେ ବାକି ଦାବିଦାର ନଥିବା ମେଲାମୁକୁଳା ଜମିକୁ ଏବେ ଚିହ୍ନଟ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି । ଜମି ଜବରଦଖଲ ମୁଖ୍ୟ ସମସ୍ୟା ରହିଛି । ଏହି ଜମିରୁ ଉପାର୍ଜନ ବି ଆସୁନାହିଁ । ୨୦୦୨ରୁ ଶ୍ରୀମନ୍ଦିର ପରିଚାଳନା କମିଟି ମାର୍ଫତଦାର ତାଲିକା ପ୍ରସ୍ତୁତି ଚାଲିଛି । ସରକାରଙ୍କଠୁ ଜମିର ଉଚିତ ମୂଲ୍ୟ ମିଳୁନଥିବା ବେଳେ ଜବରଦଖଲ ଜମିରୁ ଅଧିକ ଉପାର୍ଜନ ଆଶା ବି କମ ରହିଛି । ତେଣୁ କରି ସିଧାସଳଖ ତହସିଲଦାରଙ୍କୁ ନେଇ ମନ୍ଦିର ପ୍ରଶାସନ ଖୋଲା ମୁକୁଳା ଜମି ଚିହ୍ନଟ ଅଭିଯାନ ଆରମ୍ଭ କରିିଛି ।

ସମ୍ବନ୍ଧିତ ଖବର