PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

କୋଭିଡ୍‌-୧୯ : ଆସିଲା ଅଗଷ୍ଟ ଗାଇଡ୍‌ ଲାଇନ୍‌, ରାତି ୮ରୁ ସକାଳ ୬ ଟା ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର – ଆସିଲା ଅଗଷ୍ଟ ମାସର କୋଭିଡ୍‌-୧୯ ଗାଇଡ୍‌ ଲାଇନ୍‌ । ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର । ଆମ ରାଜ୍ୟର ୨୭ ଜିଲ୍ଲାରେ କୋଭିଡ ସଂକ୍ରମଣ ହାର ନଗନ୍ୟ ଅଛି । ପୁରୀ, କଟକ ଏବଂ ଭୁବନେଶ୍ବରରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ସହିତ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ । କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ ।

ରାଜ୍ୟରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ତେବେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ପରିଚାଳନା କମିଟି ନେଇପାରିବେ ।  ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ଶ୍ରୀମନ୍ଦିର ପରିଚାଳନା କମିଟି ।  ରାତି ୮ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ୫୦ ପ୍ରତିଶତ ସିଟ୍‌ରେ ଖୋଲିବ ଢ଼ାବା ରେଷ୍ଟୁରାଣ୍ଟ ,କୋଭିଡ୍‌ ନିୟମ ପାଳନ ହେବ ।

  ରାଜ୍ୟରେ ଖୋଲା ରହିବ ସାପ୍ତାହିକ ହାଟ।  ଯାତ୍ରା ହେବକି ନାହିଁ ଏହାର ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ । ରାଜ୍ୟରେ ୫୦ ପ୍ରତିଶତ ଦର୍ଶକରେ ଚାଲିବ ଯାତ୍ରା। ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିବ ନାହିଁ । ରାଜ୍ୟରେ ଫୁଲ୍‌ ସିଟ୍‌ରେ ଚାଲିବ ବସ୍‌ ଏବଂ ମେଳା , ଭୋଜି ଓ ପ୍ରଦର୍ଶନକୁ ମନା ହୋଇଛି । ରାଜ୍ୟରେ ନନ୍ଦନକାନନ ମଧ୍ୟ ଖୋଲିବ ।

ସମ୍ବନ୍ଧିତ ଖବର