PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଟିକେଟ ନ ମିଳିବାରୁ ଅଫିସରୁ ଚୌକି ନେଇଗଲେ କଂଗ୍ରେସ ବିଧାୟକ

source:indianexpress.com

ମୁମ୍ବାଇ,୨୭ ।୩ (ଏଜେନ୍ସି): ଲୋକସଭା ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ଏଥିରେ କ୍ଷୁବ୍ଧ ହୋଇ ଜଣେ କଂଗ୍ରେସ ବିଧାୟକ ଦଳୀୟ କାର୍ଯ୍ୟାଳୟରୁ ପ୍ରାୟ ୩୦୦ ଚୌକି ବୋହି ନେଇଛନ୍ତି । ସେ ହେଉଛନ୍ତି ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲା ସିଲୋଦ ନିର୍ବାଚନମଣ୍ଡଳୀର ବିଧାୟକ ଅବଦୁଲ ସତ୍ତାର । ଏଥିସହିତ ସେ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ରରେ କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ଆସନ ବୁଝାମଣା ହୋଇଛି । ଔରଙ୍ଗାବାଦ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ସତ୍ତାର ଦୃଢ଼ ଦାବିଦାର ଥିଲେ । ମାତ୍ର ଦଳ ବଧିାନ ପରଷିଦ ସଦସ୍ୟ ସୁଭାଷ ଝାମ୍ବଦଙ୍କୁ ଟେିକଟ ଦେଇଥିଲା । ଏଥିରେ ସତ୍ତାର କ୍ଷୁବ୍ଧ ହୋଇଥିଲେ ।

ଆଜି ସ୍ଥାନୀୟ ଶାହାଗଞ୍ଜ ଅଞ୍ଚଳରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ଦଳର ଏକ ନିର୍ବାଚନ ବୈଠକ ହେବାର ଥିଲା । ତେବେ ଖବର ପାଇ ସତ୍ତାର କାର୍ଯ୍ୟାଳୟରେ ପହଞ୍ଚି ଥିଲେ ଏବଂ ବୈଠକ ଆରମ୍ଭ ପୂର୍ବରୁ ସେଠାରେ ଥିବା ସମସ୍ତ ୩୦୦ ଚୌକି ନେଇଯାଇଥିଲେ । ଏହା ଉପରେ ପ୍ରତିକ୍ରିୟା ଦେଇ ସତ୍ତାର କହିଛନ୍ତି ଏହି ଚୌକି ତାଙ୍କର । ସେ ଦଳ ଛାଡିଥିବାରୁ ଚୌକଗିୁଡକିୁ ନେଇଯାଇଛନ୍ତି । ଯାହାକୁ ପ୍ରାର୍ଥୀ କରାଯାଇଛି ସେ ଚୌକି ଆଣନ୍ତୁ । ଅନ୍ୟପକ୍ଷରେ ଝାମ୍ବଦ କହିଛନ୍ତି ସତ୍ତାରଙ୍କୁ ଚୌକି ଦରକାର ଥିଲା । ସେ ନେଇଗଲେ । ଦଳ ସହ ତାଙ୍କର କୌଣସି ମତାନ୍ତର ନାହିଁ । ସେ କଂଗ୍ରେସରେ ଅଛନ୍ତି । ତାଙ୍କର ଇସ୍ତଫାପତ୍ର ଗ୍ରହଣ କରାଯାଇନାହିଁ ।

ସମ୍ବନ୍ଧିତ ଖବର