ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

୧୬ହଜାର ପ୍ଲାଷ୍ଟିକ୍‌ରେ ତିଆରି; ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି ଘର, ନା ଦରକାର ଏସି, ନା ହିଟର

ଔରଙ୍ଗାବାଦ, ୨୬।୪: ବର୍ଷକୁ ୩୪ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଉତ୍ପାଦନ କରୁଛି ଭାରତ । ଯାହା ନନ୍ ବାୟୋ ଡିଗ୍ରେଡେବଲ୍ ହୋଇଥିବା ବେଳେ ଏହାକୁ ପୁନଃବ୍ୟବହାର କରାଯାଇପାରିନଥାଏ । ତେବେ ଆଜିକାଲି ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଖୁବ୍ ସାଧାରଣ କଥା । ବାହାରକୁ ଯିବାବେଳେ ଅଧିକାଂଶ ଲୋକ ଦୋକାନରୁ ପ୍ଲାଷ୍ଟିକ ପାଣି ବୋତଲ କିଣି ପିଇଥାନ୍ତି । ଏହି ବୋତଲର ବ୍ୟବହାର ପରେ ଏହା ଅନୁପଯୋଗୀ ହୋଇଯିବାରୁ ଏହାକୁ ଫୋପାଡ଼ି ଦେଇଥାନ୍ତି । ଯାହା ପରିବେଶ ପାଇଁ ଖୁବ୍ କ୍ଷତିକାରକ । ଏହି ସମସ୍ୟାର ସମାଧାନ ପାଇଁ ଔରଙ୍ଗାବାଦର ଦୁଇ ବନ୍ଧୁ ଏକ ଅଭିନବ ଘର ନିର୍ମାଣ କରିଛନ୍ତି । ଯାହା ଶୀତଦିନେ ଗରମ ରହିବା ସହ ଗରମ ଦିନେ ଥଣ୍ଡା ରହିଥାଏ । ଏହି ଦୁଇ ବନ୍ଧୁଙ୍କ ନାଁ ନମିତା କପାଲେ ଓ କଲ୍ୟାଣୀ ଭାମ୍ୱେ । 

ପିଲାଟିବେଳୁ ଉଭୟ ଗୋଟିଏ ସ୍କୁଲରେ ପାଠ ପଢ଼ନ୍ତି । ୨୦୨୦ରେ ନମିତା ଓ କଲ୍ୟାଣୀ ଔରଙ୍ଗାବାଦର ଏକ ସରକାରୀ କଲେଜରେ ଫାଇନ୍ ଆର୍ଟସ୍‌ରେ ଗ୍ରାଜୁଏସନ୍ ଶେଷ କରିଛନ୍ତି । ସ୍କୁଲରେ ପଢ଼ିବା ସମୟରୁ ହିଁ ଏପରି ଘର ତିଆରି କରିବାକୁ ଚିନ୍ତା କରିଥିଲେ ସେମାନେ । କୋଭିଡ୍ ସମୟରେ ସ୍କୁଲ ତରଫରୁ ସେମାନେ ଆସାମ ଗୁଆହାଟୀର ପମୋହୀ ନାମକ ଏକ ଗାଁର ‘ଅକ୍ଷର ସ୍କୁଲ୍’କୁ ବୁଲିବାକୁ ଯାଇଥିଲେ । ସେଠାରେ ପିଲମାନେ ବସିବା ପାଇଁ ପ୍ଲାଷ୍ଟିକ୍ ବୋତଲରେ ସିମେଣ୍ଟ ଭରି ଚେୟାର ତିଆରି କରୁଥିବା ଦେଖିବାକୁ ପାଇଲେ । ଏହାପରେ ଉଭୟେ ପ୍ଲାଷ୍ଟିକ୍‌ରୁ କିଛି ତିଆରି କରିବାକୁ ସ୍ଥିର କଲେ । ଯାହା ଲୋକଙ୍କ ପାଇଁ ଉପଯୋଗୀ ହେବା ସହ ପରିବେଶ ଅନୁକୂଳ ମଧ୍ୟ ହେବ । ଏଇଠୁ ଉଭୟ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରିବା ଆରମ୍ଭ କଲେ । ହଷ୍ଟେଲ, ଡଷ୍ଟବିନ୍, ତେଜରାତି ଦୋକାନ, ରାସ୍ତାରେ ପଡ଼ିଥିବା ପ୍ଲାଷ୍ଟିକ୍ ବୋତଲ ଗୋଟାଇଲେ । ସେମାନଙ୍କୁ ଏପରି ବୋତଲ ସଂଗ୍ରହ କରୁଥିବାର ଦେଖି ଲୋକେ ତାଙ୍କୁ କବାଡ଼ିଆ ବୋଲି କହି ଥଟ୍ଟା ମଧ୍ୟ କରୁଥିଲେ । ହେଲେ ଲୋକଙ୍କ କଥାକୁ ଅଣଦେଖା କରି ଦୁହେଁ ନିଜ କାର୍ଯ୍ୟ ଜାରି ରଖିଲେ । ପରେ ଯେତେବେଳେ ଉଭୟ ମିଶି ଏହି ଘର ନିର୍ମାଣ କରିଥିଲେ ଏହା ଦେଖି ଲୋକଙ୍କ ଭାବନା ବଦଳିଗଲା । 

ଦୈଲତାବାଦ ନିକଟ ସଂଭାଜୀ ନଗରସ୍ଥିତ ଏହି ଘର ୪ ହଜାର ସ୍କୋୟାର ଫୁଟ୍‌ରେ ପରିବ୍ୟାପ୍ତ । ଏହାକୁ ନିର୍ମାଣ କରିବାକୁ ୧୨-୧୩ ଟନ୍ ନନ୍ ସାଇକ୍ଲେବଲ୍ ପ୍ଲାଷ୍ଟିକର ବ୍ୟବହାର ହୋଇଛି । ଏହାକୁ ତିଆରି କରିବା ପାଇଁ ଗୋବର, ମାଟି ଏବଂ ୧୬ ହଜାର ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଇଛି । ଏହି ଘରର ଛାତ କାଠ ଓ ବାଉଁଶ ଦ୍ୱାରା ନିର୍ମିତ । ନମିତା ଓ କଲ୍ୟାଣୀ ଏହି ଘରର ନାଁ ‘ବାବର’ ବୋଲି ରଖିଛନ୍ତି । ଏହି ଘର ପିଛାରେ ସେମାନେ ତାଙ୍କର ସଞ୍ଚିତ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଘର ସମ୍ପୂର୍ଣ୍ଣ ରୂପେ ଇକୋ ଫ୍ରେଣ୍ଡଲି । ଏହି ଘରେ ଦୁଇଟି କୋଠରୀ ରହିଥିବା ବେଳେ ଘରର ବାହାର ପଟେ ପ୍ଲାଷ୍ଟିକ୍ ବୋତଲରେ ଏକ ଛୋଟ କୁଡ଼ିଆ ନିର୍ମାଣ ହୋଇଛି । ଏହି ଘରେ ଥିବା କବାଟ, ଝରକା ଓ ଛାତ ମଧ୍ୟ କାଠ ଓ ବାଉଁଶ ଭଳି ଇକୋ ଫ୍ରେଣ୍ଡଲି ଜିନିଷରେ ତିଆରି । ଏହି ଘର ତିଆରି କରିବା ପାଇଁ ସିମେଣ୍ଟ ବଦଳରେ ବିଶେଷ ପ୍ରକାର ମାଟିର ବ୍ୟବହାର କରାଯାଇଛି । ଯେଉଁ କାରଣରୁ ଏହା ଖୁବ୍ ମଜବୁତ୍ । ତେଣୁ ଏହି ଘରେ ଏସି କିମ୍ୱା ହିଟରର ଆବଶ୍ୟକତା ପଡ଼େନାହିଁ । ସିମେଣ୍ଟ ଘର ଅପେକ୍ଷା ୫୦% କମ୍ ମୂଲ୍ୟରେ ତିଆରି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.