ଅଷ୍ଟ୍ରେଲିଆ ୨-୧ରେ ଦିନିକିଆ ସିରିଜ୍‌ ବିଜୟୀ

ମାଞ୍ଚେଷ୍ଟର : ଇଂଲଣ୍ଡ ଗସ୍ତରେ ଅଷ୍ଟ୍ରେଲିଆ ୨-୧ରେ ଦିନିକିଆ ସିରିଜ୍‌ ବିଜୟୀ ହୋଇଛି । ତୃତୀୟ ଦିନିକିଆରେ ଦଳ ୩ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ଆଲେକ୍ସ କ୍ୟାରୀ ଓ ଗ୍ଲେନ୍‌ ମାକ୍ସୱେଲ୍‌ଙ୍କ ବିସ୍ଫୋରକ ଶତକ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ମାକ୍ସୱେଲ ଉଭୟ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଓ ସିରିଜ୍‌ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଓପନର ଜନି ବେୟାରଷ୍ଟୋଙ୍କ ଶତକୀୟ ଇନିଂସ୍‌ ସହାୟତାରେ ୭/୩୦୨ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବେୟାରଷ୍ଟୋ ୧୧୨ (୧୨୬ବଲ୍‌, ୧୨ଚୌକା, ୨ଛକା), ଅଧିନାୟକ ଇୟନ ମୋର୍ଗାନ ୨୩, ସାମ୍‌ ବିଲିଙ୍ଗ୍‌ସ ୫୭, ଟମ୍‌ କୁରାନ ୧୯ ଓ କ୍ରିସ୍‌ ୱକ୍ସ ୩୯ ବଲ୍‌ରୁ ୬ଚୌକା ସହ ଅପରାଜିତ ୫୩ ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ଆଡାମ ଜାମ୍ପା ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ୩୦୩ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ୭୩ରନ୍‌ରେ ୫ଟି ୱିକେଟ୍‌ ହରାଇ ସାରିଥିଲା ।

କିନ୍ତୁ କ୍ୟାରୀ ଓ ମାକ୍ସୱେଲଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । କ୍ୟାରୀ ୧୦୬ (୧୧୪ବଲ୍‌, ୭ଚୌକା, ୨ଛକା), ଡେଭିଡ୍‌ ୱାର୍ଣ୍ଣର ୨୪, ମାର୍ନସ ଲାବୁସାଁ ୨୦ ଓ ମାକ୍ସୱେଲ ୯୦ବଲ୍‌ରୁ ୪ଚୌକା ଓ ୭ଛକା ସହାୟତାରେ ଅପରାଜିତ ୧୦୮ରନ୍‌ କରିଥିଲେ । ଇଂଲଣ୍ଡ ପକ୍ଷରୁ ୱକ୍ସ ଓ ଜୋ ରୁଟ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


କେମିତି କଟିବ ଆଜି, ପଢନ୍ତୁ ନିଜର ଭାଗ୍ୟ ଭବିଷ୍ୟ…

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…