PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଶୋଇ ଅସନାରେ ଓଲଟାଲ ବସ୍‌ , ପଛରୁ ଟ୍ରକ୍‌ ଧକ୍କା ଦେବାରୁ ଭାରସାମ୍ୟ ହରାଇ ଓଟଲିଲା ବସ୍‌ , ୨ଗୁରୁତର , ୫ ଆହତ
  • ||
  • ଖୋର୍ଦ୍ଧା : ଜଟଣୀ ବେଣାପଞ୍ଜରୀ ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ବୋମା ମାଡ଼ , ୩ ଆହତ , ଘଟଣା ସ୍ଥଳରେ ପୁଲିସ୍‌ ମୁତୟନ
  • ||
  • ବାଲେଶ୍ବର: ବସିଲା କଙ୍ଗାରୁ କୋର୍ଟ, ବିଧବା ମହିଳାଙ୍କ ମଥାରେ ଦିଆଗଲା ସିନ୍ଦୁର
  • ||
  • ରୁଷ‌୍‌ର ମସ୍କୋରେ ଭାରତ ଖୋଲିଲା ଊର୍ଜା ଅଫିସ୍‌ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଉଦ୍‌ଘାଟିତ
  • ||
  • ବ୍ରହ୍ମପୁର ବାଲିପଦାରେ ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା , ଜମି ବିବାଦରୁ ସଂପର୍କୀୟ ହତ୍ୟା କରିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା , ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି ନେଇ ଏହି ଆଲୋଚନା ଚାଲିଛି
  • ||
  • ବାସୁଦେବପୁର: ଛାତ୍ରଛାତ୍ରୀଙ୍କ ମଧ୍ୟାନ୍ନ ଭୋଜନ ଅର୍ଥ ହଡପ ଘଟଣାରେ କାନ୍ଥିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ବିଇଓ
  • ||
  • ଭୁବନେଶ୍ବର: ରାଜଧାନୀରେ ଲୁଟ୍ ରୋକିବେ ସ୍ପେଶାଲ-୨୬, ନୂଆ ଟିମ୍ ଗଠନ ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ
  • ||
  • ଗୁଣୁପୁର:ସନ୍ଦେହ ଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ବାପଘର ଲୋକ
  • ||
  • ସମ୍ବଲପୁର:ବୁର୍ଲା ସାଇଫୋନ ଅଞ୍ଚଳରେ ଥିବା ଜଙ୍ଗଲରେ ଲାଗିଲା ଅଗ୍ନିକାଣ୍ଡ, ନିଆଁ ଆଁରେ ଜଳିଗଲା ଅନେକ ଗଛ
  • ||
  • କଟକ: ଚୌଦ୍ବାର ଓଟିଏମ୍ କାରଖାନା ପରିସରରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • ରାଉରକେଲା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ, ଟ୍ବିଟ୍ କରି ସୂଚନା ଦେଲେ
  • ||
  • ଭୁବନେଶ୍ଵର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ
  • ||
  • ଫୁଲବାଣୀ: ମନରେଗା କାମ କରି ବର୍ଷେ ହେଲା ପାରିଶ୍ରମିକ ପାଇନାହାନ୍ତି ୫୦ରୁ ଉର୍ଦ୍ଧ୍ବ ମହିଳା, ଜିଲ୍ଲାପାଳଙ୍କୁ ଜଣାଇଲେ ଅଭିଯୋଗ କଲେ ମହିଳା
  • ||
  • ଯାଜପୁର ରୋଡରେ କର୍ମଜୀବୀ ମହିଳା ନିବାସକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନିବାସରେ ୧୦୦ଶଯ୍ୟା ବ୍ୟବସ୍ଥା ରହିଛି
  • ||
  • ମାଲକାନଗିରି: ମହିଳା ଦିବସରେ ଘରବାଡି ପଟ୍ଟା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଶତାଧିକ ମହିଳା
  • ||
  • ମାଲକାନଗିରି: ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ପୁଲିସଙ୍କ ‘ନିର୍ଭୟା ପେଟ୍ରୋଲିଂ’ ଟିମ୍କୁ ସବୁଜ ପତକା ଦେଖାଇ ଏସପି ଋଷିକେଶ ଡି ଖିଲାରୀ,
  • ||
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ୬୬ ରନରେ ଜିତିଲା କଙ୍ଗାରୁ ବାହିନୀ

ସିଡନୀ,୨୭/ ୧୧: କରୋନା କାଳରେ ନିଜର ପ୍ରଥମ ମ୍ୟାଚ୍‌ ହାରିଲା ଟିମ୍‌ ଇଣ୍ଡିଆ। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆକୁ ମାତ୍‌ ଦେଇଛି ଘରୋଇ ଅଷ୍ଟ୍ରେଲିଆ ଦଳ। ବ୍ୟାଟସମ୍ୟାନଙ୍କ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ୬୬ ରନରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ଟିମ୍‌।

ଆଦାମ୍‌ ଜାମ୍ପା, ଜୋଶ ହେଜଲଉଡଙ୍କ ଶାଣିତ ବୋଲିଂ ଓ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ ଓ ଷ୍ଟିଭ୍‌ ସ୍ମିଥଙ୍କ ଶତକ ବଳରେ ସହଜରେ ମ୍ୟାଚଟିକୁ ଜିତି ନେଇଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ମୋଟ ୩୭୪ ରନ୍‌ ସଂଗ୍ରହ କରିଥିଲା। ୩୭୫ ରନର ବିଶାଳ ସ୍କୋରକୁ ପିଛାକରି ଟିମ୍‌ ଇଣ୍ଡିଆ ପକ୍ଷରୁ ଶିଖର ଧାଓ୍ବନ ଓ ମୟଙ୍କ ଅଗ୍ରଓ୍ବାଲ ଅପନିଙ୍ଗ କରିଥିଲେ। ହେଲେ ମୟଙ୍କ ବ୍ୟକ୍ତିଗତ ୨୨ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ପରେ ଅଧିନାୟକ ବିରାଟ ୨୧ ଓ ଶ୍ରେୟସ ଆୟର ୨ ରନ୍‌ କରି ସଅଳ ପ୍ୟାଭିଲିଅନ୍‌ ଫେରି ଯାଇଥିଲେ। ଫଳରେ ବ୍ୟାକ୍‌ଫୁଟରେ ରହିଥିଲା ଟିମ୍‌ ଇଣ୍ଡିଆ।

ପରେ କ୍ରିଜକୁ ବ୍ୟାଟିଂ କରିବାକୁ ଆସିଥିଲେ ଉପଅଧିନାୟକ କେଏଲ ରାହୁଲ ସେ ବି କ୍ରିଜରେ ବେଶି ସମୟ ତିଷ୍ଠି ପାରି ନଥିଲେ। ସେ ମାତ୍ର ୧୨ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ଶିଖର ଧାଓ୍ବନଙ୍କ ସହ ମିଶି ଦଳୀୟ ସ୍କୋର ଆଗକୁ ନେଇଥିଲେ। ପାଣ୍ଡିଆ ୯୦ ଓ ଧାଓ୍ବନଙ୍କ ୭୪ ରନ୍‌ ସ୍କୋର ଟିମ୍‌ ଇଣ୍ଡିଆକୁ ବିଜୟୀ ଦେବାରେ ବିଫଳ ହୋଇଥିଲା। ଟିମ୍‌ ଇଣ୍ଡିଆ ନିର୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ୍‌ ୩୦୮ ରନ୍‌ ସଂଗ୍ରହ କରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟ୍ରାକ ୧, ଜୋଶ ହଜେଲଉଡ ୩ ଓ ଆଦାମ ଜାମ୍ପା ୪ଟି ଓ୍ବିକେଔ ନେଇ ଟିମ୍‌କୁ ବିଜୟ ଦେବାରେ ବଡ଼ ଭୂମିକା ନିଭାଇଥିଲେ। ଅଷ୍ଟ୍ରେଲିଆ ଷ୍ଟିଭ ସ୍ମି‌ଥ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେ ୬୬ଟି ବଲରେ ୧୦୫ ରନ୍‌ ସ୍କୋର କରିଥିଲେ।