ଏହି କୋଟିପତି ଯୁବକଙ୍କ ସହ ବିଶ୍ବ ଭ୍ରମଣ କଲେ ବାର୍ଷିକ ମିଳିବ ୨୬ ଲକ୍ଷ ଟଙ୍କାର ଦରମା, ସର୍ତ୍ତ ରହିଛି ଏହା…

ନୂଆଦିଲ୍ଲୀ,୧୧।୪:ବିଶ୍ବର ବିଭିନ୍ନ ଦେଶ ବୁଲିବା, ଚାକିରିରେ ଲକ୍ଷ ଲକ୍ଷ ଟଙ୍କା ଦରମା ମିଳିବା ଓ ଏକ ସୁନ୍ଦର ଘର, ଏହା ସମସ୍ତଙ୍କର ସ୍ବପ୍ନ ରହିଥାଏ। ତେବେ ଏଭଳି ଚାକିରି ପାଇବା କାହା ପାଇଁ ଏତେ ସହଜ ନୁହେଁ। ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଚାକିରି ବିଷୟରେ କହିବାକୁ ଯାଉଛୁ ଯାହାକୁ ବିଶ୍ବର ସବୁଠାରୁ ଭଲ ଚାକିରି ଭାବରେ ଜଣାଯାଏ। ୨୬ ବର୍ଷୀୟ କୋଟିପତି ମ୍ୟାଥୁ ଲେପର ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ତାଙ୍କୁ ଏଭଳି ଜଣେ ଆସିଷ୍ଟାଣ୍ଟ ଦରକାର, ଯିଏ ତାଙ୍କ ସହିତ ବିଶ୍ବଭ୍ରମଣ କରିବା ସହ ସହ ତାଙ୍କ କମ୍ପାନୀର ଟିମକୁ ପରିଚାଳନା କରିବାରେ ସାହାର୍ଯ୍ୟ କରିବ।ମାଥ୍ୟୁ ଏହି କାମ ପାଇଁ ତାଙ୍କର ଆସିଷ୍ଟାଣ୍ଟଙ୍କୁ ୨୫.୭୫ ଲକ୍ଷ ଟଙ୍କା ବାର୍ଷିକ ଦରମା ଦେବେ। ଏହା ସହ ତାଙ୍କୁ ରହିବାକୁ ମଧ୍ୟ ଏକ ସୁନ୍ଦର ଘର ଏବଂ ସ୍ବାସ୍ଥ୍ୟବୀମାର ଲାଭ ମିଳିବ।

source: https://noonecares.me

୨୬ ବର୍ଷୀୟ ଅଷ୍ଟେ୍ରଲିଆର  ଆରବପତି ବ୍ୟବସାୟୀ ମାଥ୍ୟୁ ଇ-କମର୍ସର ୪ଟି ଅନଲାଇନ୍ କମ୍ପାନୀର ମାଲିକ। ତାଙ୍କର ଏହି ଚାକିରି ପାଇଁ ୪୦ ହଜାରରୁ ଅଧିକ ଲୋକ ଆବେଦନ କରିସାରିଛନ୍ତି। ଯେଉଁଥିରେ ୭୫% କେବଳ ୨୩ରୁ ୩୭ ବର୍ଷର ମହିଳା ଆବେଦନକାରୀ ରହିଛନ୍ତି। ଏହି ଚାକିରି ପାଇଁ ସର୍ତ୍ତ ହେଉଛି ଯେ ପ୍ରାର୍ଥୀଙ୍କୁ କମ୍ପ୍ୟୁଟରର ଭଳ ଜ୍ଞାନ ରହିବା ଦରକାର। ସୋସିଆଲ ମିଡିଆର ଜ୍ଞାନ କିମ୍ବା ଶିଖିବାର ଇଛୁକ ଥିବା ଦରକାର।