ଅଟୋ ଡ୍ରାଇଭରଙ୍କ ଏତେ ଟଙ୍କାର ଚାଲାଣ କଟିଲା ଯେ ବ୍ରେନ୍ ହାମରେଜରେ ଜୀବନ ଚାଲିଗଲା

ଜୌନପୁର ୨୬/୯: ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ ଜଣେ ଅଟୋ ଚାଳକଙ୍କ ଭାରୀ ରକମର ଚାଲାଣ କଟିବା ପରେ ବ୍ରେନ୍ ହାମରେଜରେ ତାଙ୍କର ମୃତ୍ୟୁ ଘଟିଛି । ଅଟୋ ଚାଳକଙ୍କ ନାଁ ଗଣେଷ ଅଗ୍ରହରି । ୩୧ ଅଗଷ୍ଟରେ ତାଙ୍କର ୧୮ ହଜାର ୫୦୦ ଟଙ୍କାର ଚାଲାଣ କଟିଥିଲା । ଏତେ ବଡ ରାଶି ଚାଲାଣ କଟିବା ପରେ ତାଙ୍କୁ ଧକ୍କା ଲାଗିଲା । ଏବଂ ବ୍ରେନ୍ ହାମରେଜରେ ତାଙ୍କ ମୃତ୍ୟୁ ଘଟିଲା ।

ବ୍ରେନ୍ ହାମରେଜ ହେବା ପରେ ଗଣେଷଙ୍କ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଗଲେ । ସେଠାରେ ତାଙ୍କୁ ଚିକିତ୍ସା କରିବା ପାଇଁ ପରିବାର ଲୋକେ ୨ ଲକ୍ଷ ଟଙ୍କାର କରଜ କରିଦେଲେ । କିନ୍ତୁ ଗଣେଷଙ୍କ ଅବସ୍ଥା ସୁଧୁରିଲାନି । ୨୩ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ଘଟିଥିଲା । ଯେତେବେଳେ ତାଙ୍କ ମୃତଦେହକୁ ଜୌନପୁର ପଠାଗଲା ସେତେବେଳେ ଚାଲାଣ କଟିଥିବା କଥା ସାମ୍ନାକୁ ଆସିଲା । ଏହାପରେ ପରିବାର ଲୋକେ ଅଭିଯୋଗ କଲେ ଯେ ଚାଲାଣ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି ।

ପରିବହନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଚାଲାଣ କଟିଥିଲା । ଚେକିଂ ସମୟରେ ଜଣା ପଡିଥିଲା ଯେ ଗଣେଷଙ୍କ ପାଖରେ ଅଟୋର ପରମିଟ୍ ନଥିଲା । ପଲ୍ୟୁସନ୍ କଣ୍ଟ୍ରୋଲ ସାର୍ଟିଫିକେଟ୍ କିମ୍ବା ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନଥିଲା । ସମୁଦାୟ ୬ଟି ମାମଲାରେ ତାଙ୍କ ଚାଲାଣ କଟାଯାଇଥିଲା ।

ପ୍ରତିଦିନ ୪୦୦-୫୦୦ ଟଙ୍କା ଆୟ କରୁଥିବା ଗଣେଷ ଯେତେବେଳେ ଏତେ ବଡ ଚାଲାଣ ରାଶି ଦେଖିଲେ ସେତେବେଳେ ତାଙ୍କୁ ବଡ ଧକ୍କା ଲାଗିଲା । ସେ ପୂର୍ବରୁ ମୁମ୍ବାଇରେ କାମ କରୁଥିଲେ । ପରିବାର ଜୌନପୁରରେ ରହୁଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ଯ ଖରାପ ହେବାପରେ ତାଙ୍କୁ ପରିବାର ଲୋକେ ନିଜ ପାଖକୁ ଫେରିଆସିବା ପାଇଁ କହିଲେ । ତେବେ ଗଣେଷ ପୂର୍ବରୁ ମଧ୍ୟ ୨୦ ହଜାର ଟଙ୍କା କରଜରେ ବୁଡି ରହିଥିଲା । ଏବେ ୧୮ ହଜାର ଟଙ୍କାର ଚାଲାଣ କଟିବା ପରେ ତା ସ୍ୱାସ୍ଥ୍ଯ ଖରାପ ହୋଇଗଲା ଏବଂ ଏ ଘଟଣା ଘଟିଲା ।

   ସମ୍ବନ୍ଧିତ ଖବର


ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ

ପାକିସ୍ତାନର ମୁଖା ଖୋଲିଲେ ନଓ୍ବାଜ ସରିଫ୍, କହିଲେ-କାର୍ଗିଲ ଯୁଦ୍ଧ ବେଳେ ସେନା ପାଖରେ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ନଥିଲା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ