ଚେତୁ ନାହାଁନ୍ତି ଅମାନିଆ ଅଟୋ ଚାଳକ: ରାସ୍ତା ମଝିରେ ଗାଡ଼ି ରଖି ଖୋଜୁଛନ୍ତି ଗ୍ରାହକ

ଉତ୍ତର ଭୁବନେଶ୍ୱର, ୧୩ା୨(ଆପ୍ର): ରାସ୍ତାରେ ନିୟନ୍ତ୍ରିତ ଓ ନିରାପଦ ଯାତାୟତ ନିମନ୍ତେ ଟ୍ରାଫିକ ବିଭାଗ ଦ୍ୱାରା ବିଭିନ୍ନ ସମୟରେ ଅନେକ ସଂସ୍କାର ଆଣିବା ସହ ବହୁ ପଦକ୍ଷେପ ବି ନିଆ ଯାଇଛି । ଫଳ ସ୍ୱରୂପ କିଛି ଦିନ ପୂର୍ବେ କମିସେନରଟ ପୁଲିସର ଟ୍ରାଫିକ ବିଭାଗ ଅଟୋ ଚାଳକଙ୍କ ନିମନ୍ତେ ରହଣିସ୍ଥଳ ନିର୍ଦ୍ଧାରଣ କରିବା ସହ ସବୁ ସ୍ଥାନରୁ ଯାତ୍ରୀ ଉଠାଇବା ଉପରେ ରୋକ ଲଗାଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଅଟୋ ଚାଳକ ମାନଙ୍କୁ ଏ ବାବଦରେ ତାଲିମ ବି ଦିଆ ଯାଇଥିଲା । କିନ୍ତୁ ଅନୁଶାସନ ଓ ଦଣ୍ଡବିଧି କୋହଳ ହେବା କାରଣରୁ କିଛି ଦିନ ଅନୁଶାସନକୁ ମାନି ଏବେ ସମସ୍ତେ ଏକ ପ୍ରକାର ଭୁଲି ଯିବା ସ୍ଥିତିରେ । ଫଳ ସ୍ୱରୂପ ପୂର୍ବ ଭଳି ଏବେ ମଧ୍ୟ ସହରର ସମସ୍ତ ବ୍ୟସ୍ତ ବହୁଳ ଛକ ଗୁଡ଼ିକର ମଝି ରାସ୍ତାରେ ଲମ୍ବା ସମୟ ଧରି ଅଟୋ ସବୁ ଠିଆ କରି ପାସିର ଖୋଜିବା କାରଣରୁ ଅଯଥା ଛକ ଗୁଡ଼ିକରେ ଜାମ ପରିଲକ୍ଷିତ ହେଉଛି । ସେହିପରି ଏବେବି ବାଟରେ ଯାତ୍ରୀ ଦେଖିବା କ୍ଷଣି ଅଟୋ ଚାଳକ ମାନେ ଆଗ ପଛ କିଛି ନ ଦେଖି ସିଧାସଳଖ ଲୋକ ଉଠାଇବା କାରଣରୁ ଅନ୍ୟ ଯାନ ବାହନ ଗୁଡ଼ିକ ନାନାଦି ବିପଦର ସାମନା କରୁଛନ୍ତି । ତେଣୁ ଏବେ ପୁଣି ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଇବାକୁ ସାଧାରଣରେ ଚର୍ଚ୍ଚା ହେଉଛି ।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ସିପିଙ୍କୁ ଟ୍ୱିଟ୍‌ କରିବା ପଡିଲା ମହଙ୍ଗା, ‘ମିଛୁଆ ରାଧୁଆ’ ଆଖ୍ୟା ପାଇଲେ ଯୁବକ

ରାଜ୍ୟ ସରକାରଙ୍କୁ ବିରେଧୀ ଦଳ ନେତାଙ୍କ ପ୍ରସ୍ତାବ: ବିଧାୟକ ହାତ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ କର