ଖୁବ୍ଶୀଘ୍ର ବି-ଟାଉନ୍ରେ ଏଣ୍ଟ୍ରି କରିବେ ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା, ସାଇକୋଲୋଜିକାଲ୍ ଥ୍ରିଲର୍ ଫିଲ୍ମ ଆସିବେ ନଜର

ମୁମ୍ବାଇ ୨୩/୦୧: ୧୯୮୯ରେ ସଲମାନ ଖାନ୍ଙ୍କ ସହ ‘ମେଁନେ ପ୍ୟାର୍ କିୟା’ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ ଭାଗ୍ୟଶ୍ରୀ । ଏହି ରୋମାଣ୍ଟିକ୍-ଡ୍ରାମା ଫିଲ୍ମ ବକ୍ସ ଅଫିସ୍ରେ ବ୍ଲକ୍ବଷ୍ଟର ହିଟ୍ ହୋଇଥିଲା । ଏହି ଫିଲ୍ମ ଜରିଆରେ ଭାଗ୍ୟଶ୍ରୀ ଘରେ ଘରେ ପରିଚିତି ପାଇଥିଲେ । ଏହାର ୩୦ ବର୍ଷ ପରେ ତାଙ୍କ ପୁଅ ଅଭିମନ୍ୟୁ ଦସାନି ଫିଲ୍ମ ‘ମର୍ଦ କୋ ଦର୍ଦ ନହିଁ ହୋତା’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କଲେ । ଏବେ ଏହି ପରମ୍ପରାକୁ ଆଗକୁ ବଢ଼ାଇବେ ତାଙ୍କ ଝଅ ଅବନ୍ତିକା ଦସାନି ।

ରିପୋର୍ଟ ଅନୁସାରେ, ଅବନ୍ତିକା ଖୁବ୍ଶୀଘ୍ର ରୋହନ ସିପ୍ପିଙ୍କ ଅନାମଧ୍ୟେୟ ସାଇକୋଲୋଜିକାଲ୍ ଥ୍ରିଲର୍ ଫିଲ୍ମ ଜରିଆରେ ବି-ଟାଉନ୍ରେ ଏଣ୍ଟ୍ରି କରିବେ । ଫିଲ୍ମଟି ଖୁବ୍ଶୀଘ୍ର ବଡ଼ ପରଦାକୁ ଆସିବ । ଏଥିରେ ହୁମା କୁରେଶୀ ଓ ପରମବ୍ରତା ଚଟୋପାଧ୍ୟାୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ସୁଟିଂ ମୁମ୍ବାଇରେ ହେଉଥିବା ଚର୍ଚ୍ଚା ହେଉଛି ।

ମିଡିଆ ରିପୋର୍ଟ ଅନୁସାରେ, ଗତ ନଭେମ୍ବର ମାସରୁ ଫିଲ୍ମ ସୁଟିଂ ଆରମ୍ଭ ହୋଇସାରିଥିଲା । ଅବନ୍ତିକା ଏଥିରେ ଏକ ଜଟିଳ ଭୂମିକା ନିର୍ବାହ କରିବେ । କାହାଣୀରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ଅଭିନୟ ଦକ୍ଷତା ଜରିଆରେ ହୁମା ଓ ପରମବ୍ରତାଙ୍କୁ ସେ କଡ଼ା ଟକ୍କର ଦେଉଥିବା ଶୁଶିବାକୁ ମିଳୁଛି । ନିର୍ମାତା ଫିଲ୍ମକୁ ଏକ ବଡ଼ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ କରିବାକୁ ଚେଷ୍ଟା କରୁଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି ।

ଚଳିତ ବର୍ଷ ଶେଷ ବେଳକୁ ଫିଲ୍ମଟି ମୁକ୍ତିଲାଭ କରିପାରେ । ଗତ ଡିସେମ୍ବରରେ ରୋହନ ସିପ୍ପିଙ୍କ ୱେବ୍ ସିରିଜ୍ ‘ଆରଣ୍ୟକ’ ମୁକ୍ତିଲାଭ କରିଛି । ଏଥିରେ ରବିନା ଟଣ୍ଡନ ଓ ପରମବ୍ରତା ନଜର ଆସୁଛନ୍ତି । ଏହାକୁ ଦର୍ଶକ ଓ ସମୀକ୍ଷକ ଭଲ ପ୍ରତିକ୍ରିୟା ଦେଇଛନ୍ତି । ଅବନ୍ତିକା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଅଛନ୍ତି । ନିଜ ଭ୍ରମଣର ଅନେକ ଫଟୋ ସେ ନିୟମିତ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରନ୍ତି । ଲୋକପ୍ରିୟତା ଦୃଷ୍ଟିରୁ ଇଣ୍ଡଷ୍ଟ୍ରିର ଅନେକ ଫ୍ରେଶ୍ ଅଭିନେତ୍ରୀଙ୍କୁ ମଧ୍ୟ ସେ ଟକ୍କର ଦେଉଛନ୍ତି । ସାରା ଅଲି ଖାନ୍, ଜାହ୍ନବୀ କପୁର, ଅନନ୍ୟା ପାଣ୍ଡେ, ଆଲିୟା ଭଟ୍ଟଙ୍କୁ ସୁନ୍ଦରତା ମାମଲାରେ ସେ ପଛରେ ପକାଉଛନ୍ତି । ମା’ ଭାଗ୍ୟଶ୍ରୀଙ୍କଠାରୁ ସେ ବହୁତ ସୁନ୍ଦର ବୋଲି ବି-ଟାଉନ୍ରେ ଚର୍ଚ୍ଚା ହେଉଛି । ନିକଟରେ ଆୟୋଜିତ ରଣବୀର ସିଂହଙ୍କ ଫିଲ୍ମ ‘୮୩’ର କାର୍ପେଟ୍ ସ୍କ୍ରିନିଂରେ ଅବନ୍ତିକା ମା’ଙ୍କ ସହ ନଜର ଆସିଥିଲେ