ଭୁବନେଶ୍ୱରରେ ଆଭେଞ୍ଜର୍ସ ମାନିଆ, ଅନ୍‌ଲାଇନ୍‌ରେ ମିଳୁନି ଟିକେଟ୍‌

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ଭୁବନେଶ୍ୱରରେ ଆଭେଞ୍ଜର୍ସ ମାନିଆ । ସବୁ ହଲ୍‌, ମଲ୍ଟିପ୍ଲେକ୍ସ ପ୍ୟାକ୍‌ । ଆଗାମୀ ୪ଦିନ ପାଇଁ ବି ଟିକେଟ୍‌ ନାହିଁ । ଅନ୍‌ଲାଇନ୍‌ରେ ବୁକିଂ ଶେଷ । ଆଜି ଫାଷ୍ଟ୍‌ ଡେ ଫାଷ୍ଟ୍‌ ଶୋ’ରେ ବି ଅଧାରୁ ଅଧିକ ଦର୍ଶକ ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି । ରାଜଧାନୀର ସବୁ ହଲ୍‌ରେ ପ୍ରବଳ ଦର୍ଶକ ଉତ୍କଣ୍ଠାର ସହ ପ୍ରତି ଶୋ’ରେ ‘ଆଭେଞ୍ଜର୍ସ: ଏଣ୍ଡ୍‌ଗେମ୍‌’କୁ ଉପଭୋଗ କରିଛନ୍ତି । କିଛି ହଲ୍‌ ସାମ୍ନାରେ ଟିକେଟ୍‌ ବ୍ଲାକ୍‌ ହୋଇଥିବା ଦେଖିବାକୁ ମିଳିଥିଲା । ଦର୍ଶକ ବ୍ଲାକ୍‌ରେ ୨୫୦ରୁ ୩୦୦ ଟଙ୍କା ଦେଇ ଟିକେଟ୍‌ କିଣି ସିନେମା ଦେଖିଛନ୍ତି । ବିଶେଷ କରି ଯୁବପିଢ଼ିଙ୍କ ଅଧିକ ଭିଡ଼ ଜମିଥିଲା ଏ ସିନେମା ଦେଖିବାକୁ ।

ଫିଲ୍ମ ରିଲିଜ୍‌ର ୭ଦିନ ପୂର୍ବରୁ ଦର୍ଶକ ଟିକେଟ୍‌ କାଟି ଫିଲ୍ମ ଦେଖିବାକୁ ଅନାଇ ବସିଥିଲେ । ଦର୍ଶକଙ୍କ ଚାହିଦାକୁ ଦେଖି ରାଜଧାନୀର ସମସ୍ତ ମଲ୍ଟିପ୍ଲେକ୍ସ ଏବଂ ହଲ୍‌ଗୁଡ଼ିକ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ନିର୍ମିତ ଏହି ସିନେମାକୁ ରିଲିଜ୍‌ କରିଛନ୍ତି । ମାତ୍ର ସବୁ ଶୋ’ ହାଉସ୍‌ଫୁଲ୍‌ ଯାଇଛି । ଭୁବନେଶ୍ୱର ବିଭିନ୍ନ ପ୍ରେକ୍ଷାଳୟରେ ୩୪ଟା ଶୋ’ ହିନ୍ଦୀରେ ଏବଂ ୫୨ଟା ଶୋ’ ଇଂରାଜୀରେ ପ୍ରଦର୍ଶିିତ ହେଉଛି ।

ଆମେରିକାନ୍‌ ସୁପର୍‌ହିରୋ ଫିଲ୍ମ ଉପରେ ପର୍ଯ୍ୟବେସିତ ‘ଆଭେଞ୍ଜର୍ସ: ଏଣ୍ଡ୍‌ଗେମ୍‌’ । ଏଥିରେ ମାର୍ବଲ କମିକ୍ସ ସୁପର୍‌ହିରୋ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ସିନେମାଟି ୨୦୧୨ରେ ମୁକ୍ତିପ୍ରାପ୍ତ ‘ଦ ଆଭେଞ୍ଜର୍ସ’, ୨୦୧୫ରେ ‘ଆଭେଞ୍ଜର୍ସ: ଏଜ୍‌ ଅଫ୍‌ ଅଲ୍ଟ୍ରନ୍‌’ ଏବଂ ୨୦୧୮ରେ ‘ଆଭେଞ୍ଜର୍ସ: ଇନ୍‌ଫିନିଟି ୱାର୍‌’ର ସିକ୍ୱେଲ୍‌ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆନ୍ଥୋନୀ ଋଷୋ ଏବଂ ଜୋ ରୋଷୋ । ପ୍ରଯୋଜନା କରିଛନ୍ତି କେବିନ୍‌ ଫାଇଗି । ସିନେମାଟି ହଲିଉଡ ଏବଂ ବଲିଉଡରେ ସବୁ ରେକର୍ଡ ଭାଙ୍ଗି ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ମାର୍ବଲ୍‌ ସିନେମାଟିକ୍‌ ୟୁନିଭର୍ସର ଏହା ୨୨ତମ ଫିଲ୍ମ ହୋଇଥିବାବେଳେ ଆଭେଞ୍ଜର୍ସ ସିକ୍ୱେଲ୍‌ର ଶେଷ ଫିଲ୍ମ । ସେଥିପାଇଁ ଏହାକୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼ ଲାଗୁଛି ।

   ସମ୍ବନ୍ଧିତ ଖବର


କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍

ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…

ଡ୍ରଗ୍ସ ମାମଲାରେ ଜାମିନ୍‌ ମିଳିବା ପରେ ଭାରତୀ ସିଂଙ୍କ ପ୍ରଥମ ପୋଷ୍ଟ, ପୁଣି ଫ୍ୟାନ୍ସଙ୍କ ପାଇଁ ଆଣିଲେ ଖୁସି ଖବର…