ସୋସିଆଲ ମିଡିଆରେ ଭାଇରାଲ ହେଲା ‘ଆଭେଞ୍ଜର୍ସ ଏଣ୍ଡଗେମ’ର ଲିଙ୍କ

ନୁଆଦିଲ୍ଲୀ ୨୫/୪: ମାର୍ଭେଲର ବହୁ ପ୍ରତୀକ୍ଷିତ ପିଲ୍ମ “ଆଭେଞ୍ଜର୍ସ ଏଣ୍ଡଗେମ”ର ଫିଲ୍ମ ନିର୍ମାତା ଏବଂ କଳାକାରମାନଙ୍କ ବହୁ ଚେଷ୍ଟା ସତ୍ତ୍ୱେ ଫିଲ୍ମ କିଛି ୱେବସାଇଟରେ ଲିକ୍ ହୋଇଗଲା । ବୈରାୟଟି ଡଟ୍ କମ୍ ବୁଧବାର ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ଫିଲ୍ମର ଲିକ୍ ହୋଇଥିବା କପି ଗୋଟେ ଦିନ ପୂର୍ବରୁ ଏକ ଚାଇନିଜ୍ ଥିଏଟର୍ ସ୍କ୍ରିନିଂରୁ ଆସିଛି ।

ପାଇରେସୀ ନ୍ଯୁଜ୍ ସାଇଟ୍ ଟୋରେଣ୍ଟ ଫ୍ରିକ୍ ଅନୁସାରେ ଚାଇନା ୟୁଜର୍ସ ପିୟର ଟୁ ପିୟର ପ୍ରାଇଭେସୀ ନେଟୱର୍କରେ ସନ୍ଧ୍ଯା ୪ ରୁ ୫ ଟା ମଧ୍ଯରେ ଆଭେଞ୍ଜର୍ସ ଏଣ୍ଡଗେମର ୧.୨ ଗିଗାବାଇଟ୍ ଫାଇଲକୁ ସେୟାର ହେବା ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁସାରେ ଏହା ଭିଡିଓଟି କ୍ଯାମେରାରେ ନିଆଯାଇଥିଲା ତଥାପି ତାର ଗୁଣବତ୍ତା ଖରାପ ଥିଲା । ପରେ ଏହା ଭାରତରେ ମଧ୍ୟ ଭାଇରାଲ ହୋଇଥିଲା ।

ଆଭେଞ୍ଜର୍ସ ଏଣ୍ଡଗେମ୍ ୨୦ରୁ ଅଧିକ ମାର୍ଭେଲ୍ ମୁଭିର କ୍ଲାଇମାକ୍ସ । ଫିଲ୍ମର କପି ଲିକ୍ ହେବାପରେ ଫିଲ୍ମର କଳାକାରମାନେ ଟ୍ୱିଟ୍ କଲେ ଯେ ଏହାକୁ ନିଜ ପର୍ଯ୍ୟନ୍ତ ହିଁ ସୀମିତ ରଖନ୍ତୁ । ଭାରତରେ ଏହି ଫିଲ୍ମ ଶୁକ୍ରବାର ରିଲିଜ ହେବ । ଏପର୍ଯ୍ୟନ୍ତ ଫିଲ୍ମର ୧ ମିଲିୟନ ଟିକେଟ ଆଡଭାନ୍ସ ବିକ୍ରି ହୋଇସାରିଲାଣି । ଭାରତରେ ଏହା ପ୍ରଥମ ଥର ପାଇଁ ହୋଇଛି ଏବଂ ଏହା ଏବେ ଇତିହାସ ପାଲଟି ସାରିଲାଣି ।

   ସମ୍ବନ୍ଧିତ ଖବର


ବାପା ଉଦିତ ନାରାୟଣଙ୍କ ଜନ୍ମଦିନରେ ଏମିତି ଉପହାର ଦେଲେ ପୁଅ ଆଦିତ୍ୟ, ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ

Indian Idol: ଜଣେ ବ୍ୟକ୍ତି ଦୁଇଟି ସ୍ୱର, ଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଜଜ୍, ଆପଣ ବି ଶୁଣିଲେ କହିବେ ଆରେ ବାଃ…

ନେହା କକ୍କରଙ୍କୁ କପିଲ୍‌ ଶର୍ମା ପଚାରିଲେ, ଏହି ଡ୍ରେସ୍‌ କେଉଁଠୁ ଆଣିଲ…

ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ ପ୍ରଜ୍ଞା

ଇଏ କଣ ଶାହାରୁଖ ଖାନ୍‌ଙ୍କର ‘ପଠାନ୍‌’ ଲୁକ୍‌ ? କିଙ୍ଗ୍‌ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan