ଅମିର ଖାନ୍‌ଙ୍କ ହିରୋଇନ୍‌ ରାତା ରାତି ପରଦାରୁ ହୋଇଯାଇଥିଲେ ଗାୟବ, ଆଜି କୋଟି କୋଟି ଟଙ୍କାର ମାଲିକାଣୀ

ମୁମ୍ବାଇ ୨୨।୫ : ଲାଇମ୍‌ ଲାଇଟ୍‌କୁ ଥରେ ଆସିବା ପରେ କିଏ ପୁଣି ଫେରିଯିବାକୁ ଚାହେଁ। ବଲିଉଡରେ ଏମିତି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି କିନ୍ତୁ କିଛି ନା କିଛି କାରଣରୁ ସେମାନେ ଚର୍ଚ୍ଚାରେ ବି ଅଛନ୍ତି। ଅକ୍ଷୟ କୁମାର ଓ ଅମୀର ଖାନଙ୍କ ସାଥୀରେ କାମ କରିସାରିଥିବା ଜଣେ ଅଭିନେତ୍ରୀ ଏମିତି ଅଛନ୍ତି, ଯିଏ କ୍ୟାରିଅରରେ ହିଟ୍‌ ଫିଲ୍ମ ଦେବା ପରେ ଅଚାନକ କ୍ୟାମେରା ଦୁନିଆରୁ ଗାଏବ ହୋଇଯାଇଛନ୍ତି। ସିଏ ହେଉଛନ୍ତି ୯୦ ଦଶକର ବହୁ ଚର୍ଚ୍ଚିତ ଅଭିନେତ୍ରୀ ଆୟଶା ଜୁଲକା । ଦିନ ଥିଲା ସେ ଦର୍ଶକରେ ହୃଦୟରେ ରାଜ୍ କରୁଥିଲେ କିନ୍ତୁ ହଜାର ହଜାର ହୃଦୟକୁ ଭାଙ୍ଗି ରାତା ରାତି ସେ ଜଣେ ଯୁବକଙ୍କୁ ବିବାହ କରିଥିଲେ।

ଆୟଶା ଜୁଲକାଙ୍କ ଫିଲ୍ମ କ୍ୟାରିଅରର ଆରମ୍ଭ ୧୯୮୩ରେ ଫିଲ୍ମ ‘କୈସେ କୈସେ ଲୋଗ୍‌’ ରେ ଅଭିନୟ କରିଥିଲେ। ଏହି ଫିଲ୍ମ ତାଙ୍କୁ ବଲିଉଡ଼ରେ ଏକ ଭିନ୍ନ ପରିଚୟ ଦେଇଥିଲା। ଆୟଶା ୧୯୯୧ରେ ପ୍ରଥମ ହିଟ୍‌ ଫିଳ୍ମ ଦେଇଥିଲେ। ସେହିଭଳି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ କରିବାକୁ ଲାଗିଥିଲେ ଆଉ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ହୋଇଯାଇଥିଲେ।

୧୯୯୨ରେ ଫିଲ୍ମ ‘ଯୋ ଜିତା ବହି ସିକନ୍ଦର’ରେ ଅମୀର ଖାନଙ୍କ ସହିତ କରିଥିଲେ। ଏହି ଫିଲ୍ମ ତାଙ୍କୁ ବହୁତ ଶୀର୍ଷରେ ପହଞ୍ଚାଇଦେଇଥିଲା। ସେହି ବର୍ଷ ଫିଲ୍ମ ‘ଖିଲାଡୀ’ରେ ମଧ୍ୟ କରିଥିଲେ। ଯାହା ସୁପରହିଟ୍‌ ହୋଇଥିଲା।

ଆୟଶା ଜୁଲକା ଅକ୍ଷୟ କୁମାର, ଅମୀର ଖାନ୍‌, ସଲମାନ୍‌ ଖାନ୍‌, ଅଜୟ ଦେବଗନ, ଗୋବିନ୍ଦାଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ସହିତ ଫିଲ୍ମରେ ଏକାଠି କାମ କରିଛନ୍ତି। ସେ ନିଜ କ୍ୟାରିଅରରେ ୫୨ଟି ଫିଲ୍ମ କରିଛନ୍ତି। ସେଥିମଧ୍ୟରୁ ଏନେକ ଫିଲ୍ମ ସୁପରହିଟ୍ ହୋଇଥିଲା। ସେ କେବଳ ବଲିଉଡ୍ ନୁହେଁ ବରଂ ଓଲିଉଡ୍‌, କନ୍ନଡ଼ ଏବଂ ତେଲୁଗୁ ଫିଲ୍ମରେ ବି କାମ କରିଛନ୍ତି।

୨୦୦୬ ପର୍ଯ୍ୟନ୍ତ କ୍ରମାଗତ କାମ କରିବା ପରେ ଅଚାନକ ଇଣ୍ଡ୍ରଷ୍ଟିରୁ ଗାଏବ ହୋଇଯାଇଥିଲେ। ୨୦୦୩ରେ ସେ କନଷ୍ଟ୍ରକଶନ ଟାଇକୁନ ସମୀର ୱାଶିଙ୍କ ସହ ଗୁପୁଚୁପ୍ ବିବାହ କରିଥିଲେ । କିଛି ଦିନ ପରେ ଫିଲ୍ମ ଦୁନିଆ ଛାଡ଼ି ସ୍ବାମୀଙ୍କ ସହ ମିଶି ବିଜନେସ୍‌ ସମ୍ଭାଳିବାକୁ ଲାଗିଲେ।

ଆଜି ଆୟଶା କୋଟି କୋଟି ଟଙ୍କା ସମ୍ପତ୍ତି ସେ ମାଲିକାଣୀ। ଏହି କିଛି ଦିନ ଭିତରେ ସେ କନଷ୍ଟ୍ରକଶନ କମ୍ପାନି ସମ୍ଭାଳୁଛନ୍ତି। ଏହି କମ୍ପାନି ସ୍ବାମୀ ସମୀରଙ୍କ ସହିତ ମିଶି ଆରମ୍ଭ କରିଛନ୍ତି। ଏହି କମ୍ପାନି ବ୍ୟତୀତ ଆୟଶାଙ୍କର ସ୍ପା ବିଜନେସ୍ ରହିଛି। ଏହା ସହିତ ତାଙ୍କର ଆଡ଼ିସନ୍ସ ନାଁରେ କ୍ଲୋଦିଙ୍ଗ୍ ବ୍ରାଣ୍ଡ ମଧ୍ୟ ରହିଛି। ଏହା ବ୍ୟତୀତ ଆୟଶା ଜୁଲକା ଜଣେ ଡିଜାଇନର ଏବଂ ନିଜର  ପୋଷକ ବ୍ୟବସାୟ(ଏଡିସନ)କୁ ନିଜେ ସମ୍ଭାଳୁଛନ୍ତି ।

   ସମ୍ବନ୍ଧିତ ଖବର


୪୫ରେ ବି ୨୫ ବର୍ଷିୟା ଲାଗନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ ତାଙ୍କର ସୌନ୍ଦର୍ଯ୍ୟର ରହସ୍ୟ

କରୋନା ନେଲା ବଲିଉଡ୍‌ର ପ୍ରଥମ ମୁଣ୍ଡ- ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ କରୋନା ଓ କିଡ୍‌ନୀ ଫେଲୁଅର୍‌ ଯୋଗୁଁ ମୃତ୍ୟୁ

ଲକ୍‌ଡାଉନ୍‌ରେ ଗୁପ୍‌ଚୁପ୍‌ର ମଜା ନେଉଛନ୍ତି ମୌନି

ବାପା ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର୍ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ପରଲୋକ

ସାରା ଅଲ୍ଲୀ ଖାନ୍‌ଙ୍କ ପାଇଁ ସହଜ ନଥିଲା ବଲିଉଡ୍‌ ଯାତ୍ରା …ଏହି ଭିଡ଼ିଓ ଦେଖିଲେ ଜାଣିପାରିବେ