ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ: ମଧ୍ୟସ୍ଥଙ୍କ ଜରିଆରେ ସମାଧାନ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୬ ।୩(ଏଜେନ୍ସି): ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରା ଶୁଣାଣି ସମୟରେ ଅଦାଲତଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥଙ୍କ ମାଧ୍ୟମରେ ଏହି ବିବାଦର ସମାଧାନ ବାହାର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅଦାଲତ ବିଭିନ୍ନ ପକ୍ଷଙ୍କୁ ନିଜ ତରଫରୁ କିଛି ମଧ୍ୟସ୍ଥଙ୍କ ନାମ ସୁପାରିଶ କରିବାକୁ କହିଥିଲେ । ସନ୍ଧ୍ୟା ସୁଦ୍ଧା ସମସ୍ତ ପକ୍ଷ ନିଜ ତରଫରୁ ମଧ୍ୟସ୍ଥଙ୍କ ନାମ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି । କିନ୍ତୁ ଦୁଇରୁ ତିନି ଦିନ ଭିତରେ ଅଦାତଲ ଏନେଇ କିଛି ନିର୍ଦ୍ଦେଶ ଜାରି କରାଯିବାର ସମ୍ଭାବନା ରହିଛି । ଆଜି ଶୁଣାଣି ସମୟରେ ଅଦାଲତ କହିଥିଲେ କି ଇତିହାସ ଆମେ ବି ପଢ଼ିଛୁ । କିନ୍ତୁ ଇତିହାସ ଉପରେ ଆମର ନିୟନ୍ତ୍ରଣ ନାହିଁ । ବାବର କ’ଣ କରିଥିଲେ, ତାହା ପରେ କ’ଣ ଘଟିଥିଲା ଆମେ ସେସବୁ ବଦଳାଇପାରିବୁ ନାହିଁ । ଆମେ କେବଳ ବର୍ତ୍ତମାନର ସ୍ଥିତିକୁ ଦେଖିବୁ ଏବଂ ତା’ ଉପରେ ବିଚାର କରିବୁ । ଅଦାଲତ ଆହୁରି କହିଥିଲେ କି ଆମେ ଜାଣିଛୁ ଯେ ଏହି ପ୍ରସଙ୍ଗ କେବଳ ଭୂମି ବିବାଦ ସହ ସମ୍ପର୍କିତ ନୁହେଁ । କୋଟି କୋଟି ଲୋକଙ୍କ ଧାର୍ମିକ ଭାବନା ବି ଏହା ସହ ଜଡିତ । ତେଣୁ ଆପୋଷ ବୁଝାମଣା ଭିତ୍ତିରେ ଏହାର ସମାଧାନ ବାହାର କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର । କିନ୍ତୁ ହିନ୍ଦୁ ମହାସଭା ଏହାର ବିରୋଧ କରିଥିଲା । ସିଏ କହିଥିଲା କି ଅଯୋଧ୍ୟା ଭୂମି ହେଉଛି ଈଶ୍ୱରଙ୍କ ସମ୍ପତ୍ତି । ଏହାକୁ ନେଇ ମଧ୍ୟସ୍ଥତା କରାଯାଇପାରିବ ନାହିଁ ।
ତା’ଛଡା ବିଭିନ୍ନ ପକ୍ଷ ୧୯୫୦ରୁ ଏହା ଉପରେ ରାୟ ପାଇଁ ଅପେକ୍ଷା କରିଛନ୍ତି । ଏହା ଉପରେ ବିଚାରପତି ଏସ ଏ ବୋବଡେ କହିଥିଲେ କି ମଧ୍ୟସ୍ଥ ମାଧ୍ୟମରେ ଏହାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହା ବିଫଳ ହେବ ବୋଲି ଆପଣମାନେ କାହିଁକି ଭାବୁଛନ୍ତି? ଆମେ ବି ଏହି ପ୍ରସଙ୍ଗର ଗମ୍ଭୀରତାକୁ ଜାଣିଛୁ ଏବଂ ଏହାକୁ ନେଇ କରାଯାଉଥିବା ରାଜନୀତି ସମ୍ପର୍କରେ ବି ଅବଗତ ଅଛୁ । କିନ୍ତୁ ଆପଣମାନେ କେବେ ବି ଭାବନ୍ତୁ ନାହିଁ ଯେ ଆପଣମାନଙ୍କର ଆମ ଅପେକ୍ଷା ଅଧିକ ଧାର୍ମିକ ବିଶ୍ୱାସ ଅଛି । ଏହା ସହିତ ଲୋକଙ୍କ ଭାବନା ଓ ବିଶ୍ୱାସ ଜଡିତ ଥିବାରୁ ମଧ୍ୟସ୍ଥତା ଜରିଆରେ ଏହାର ସମାଧାନ ପାଇଁ ଉଦ୍ୟମ କରାଗଲେ କ୍ଷତି କ’ଣ? କିନ୍ତୁ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ମଧ୍ୟସ୍ଥ ନିଯୁକ୍ତ କରାଯିବା ସପକ୍ଷରେ ନଥିଲେ ବୋଲି ତାଙ୍କ ମନ୍ତବ୍ୟରୁ ଜଣାପଡିଥିଲା । ସେ ପ୍ରଶ୍ନ କରିଥିଲେ କି ମଧ୍ୟସ୍ଥ ଜରିଆରେ ସମାଧାନ ବାହାର କରାଗଲେ ତା’କୁ କୋଟି କୋଟି ଲୋକ ମାନିବେ ତ? ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ଅଧିକାଂଶ ପକ୍ଷ କିନ୍ତୁ ସମର୍ଥନ କରିଥିଲେ । ହିନ୍ଦୁ ମହାସଭା ଦ୍ୱାରା ମଧ୍ୟସ୍ଥ ହେବା ପାଇଁ ଯେଉଁମାନଙ୍କ ନାମ ସୁପାରିଶ କରାଯାଇଛି, ସେମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନାମ ବି ରହିଛି । ଅଦାଲତ ଏହି ପ୍ରସଙ୍ଗରେ ଖୁବ ଶୀଘ୍ର ରାୟ ଦେବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.