ଅଯୋଧ୍ୟା ରାୟ: ମୁସଲିମ୍ ପକ୍ଷ କହିଲେ- ଆମେ କୋର୍ଟଙ୍କ ରାୟକୁ ସମ୍ମାନ କରୁ କିନ୍ତୁ ସନ୍ତୁଷ୍ଟ ନୁହେଁ, ପୁନଃ ଆବେଦନ କରିବୁ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରି ମସଜିଦ ଭୂମି ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମୁସଲମାନଙ୍କ ପକ୍ଷର ଓକିଲ ଜଫରୟାବ୍ ଜିଲାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ, କିନ୍ତୁ ଆମେ  ସନ୍ତୁଷ୍ଟ ନୁହେଁ। ଆମେ ଦେଖିବୁ ଆଗକୁ କ’ଣ ହୋଇପାରେ। ଯଦି କମିଟି ସହମତି ପ୍ରକାଶ କରେ ତେବେ ଆମେ ଏହା ଉପରେ ସୁପ୍ରିମକୋର୍ଟଙ୍କ ନିକଟରେ ପୁନଃ ଆବେଦନ କରିବୁ। ଏହା ଆମର ଅଧିକାର ଓ ସହିତ ସୁପ୍ରିମକୋର୍ଟଙ୍କ ନିୟମ ମଧ୍ୟ।

ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ(ଏଆଇଏମପିଏଲବି) ଶନିବାର କହିଛି ଯେ, ବିବାଦୀୟ ଜମିକୁ ମନ୍ଦିର ପାଇଁ ଦେବାର ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଛୁ ଓ ଏହି ମାମଲାର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ପୁନଃ ଆବେଦନ କରାଯିବ। ବୋର୍ଡର ସଚିବ ଓ ଓକିଲ ଜଫରୟାବ୍ ଜିଲାନୀ ସାମ୍ବାଦିକଙ୍କୁ କହିଥିଲେ, ଜମି ଦେବାର ନିଷ୍ପତ୍ତିରେ ଆମେ ଅସନ୍ତୁଷ୍ଟ ଅଛୁ।ରାୟ ଆସିବା ସମୟରେ ସିଜେଆଇ ସେକ୍ୟୁଲାରିଜିମ୍ ଓ ୧୯୯୧ର ଏକ ଆକ୍ଟ ଅଫ୍ ଓ୍ବର୍ସିଫର ଆଲୋଚନା କରିଛନ୍ତି। ମସଜିଦ ନିର୍ମାଣ ପାଇଁ ୫ ଏକର ବୈକଳ୍ପିକ ଜମି ଦେବାକୁ ନେଇ  ଜିଲାନୀ କହିଛନ୍ତି, ମସଜିଦର କୌଣସି ମୁଲ୍ୟ  ନାହିଁ ଏହି ମକଦ୍ଦମାରେ ବିଜୟ କିମ୍ବା ପରାଜୟ ହୋଇନାହିଁ। ସମସ୍ତଙ୍କୁ ଶାନ୍ତି ରଖିବା ଦରକାର।

ଉଲ୍ଲେଖନୀୟ ଯେ, ଆଜି ସୁପ୍ରିମକୋର୍ଟର ମୁଖ୍ୟ ବିଚରପତିପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି। ଅଯୋଧ୍ୟା ମାମଲାର ରାୟ ଶୁଣାଇ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍‌ ବୋର୍ଡ଼କୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୫ ଏକର ଜମିର ମାଲିକାନାସତ୍ତ୍ୱ ଏକ ଟ୍ରଷ୍ଟକୁ ଦେବାକୁ କହିଛନ୍ତି।

   ସମ୍ବନ୍ଧିତ ଖବର


ଡାର୍କ ନେଟ୍‌ରେ ଏକ ଲକ୍ଷରୁ ଅଧିକ ଭାରତୀୟଙ୍କୁ ପରିଚୟ ଓ ତଥ୍ୟ ଲିକ୍‌

ନବ ବିବାହିତ ଅଧ୍ୟାପକ ନିଖୋଜ -ପତ୍ନୀଙ୍କୁ ଆସୁଥିଲା ଧମକ, ଅପହରଣ ହୋଇଥିବା ଅଭିଯୋଗ କଲେ ପିତା

ଭୁବନେଶ୍ୱରରେ ଆଇପିଏସ୍‌ଙ୍କ ଘରୁ ଚୋରି ଘଟଣାରେ ତିନି ଜଣ ଗିରଫ

ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ରାଜଧାନୀରେ ମଦ ବିକ୍ରି ନାଁ ରେ ଅନଲାଇନ୍‌ ଠକେଇ- ୮୦ ହଜାର ଲୁଟି ନେଲେ

୧୨ ଘଣ୍ଟା ପରେ ପୁଣି ବିଜେପିକୁ ଫେରିଲେ ଜଗା